ଭାରତୀୟ କ୍ରିକେଟ୍ରେ ଏମିତି ଦୁଇଟି ନାଁ ଅଛି, ଯେଉଁମାନଙ୍କ ମଧ୍ୟରେ ବନ୍ଧୁତା ଅଛି ନା ଶତ୍ରୁତା, ତାହା ବୁଝିବା ଆଜି ପର୍ଯ୍ୟନ୍ତ ସହଜ ହୋଇନି। ହଁ, ଆମେ କହୁଛୁ କୋଚ୍ ଗୌତମ ଗମ୍ଭୀର ଏବଂ କିଙ୍ଗ୍ ବିରାଟ କୋହଲିଙ୍କ ବିଷୟରେ। ଆଇପିଏଲ୍ ମୈଦାନର ସେହି ହାଇ-ଭୋଲ୍ଟେଜ୍ ଲଢ଼େଇ ଆପଣ ସମସ୍ତଙ୍କର ନିଶ୍ଚୟ ମନେଥିବ। ଯଦିଓ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସୁଧୁରିଥିବାର ଭିଡିଓ ସାମ୍ନାକୁ ଆସିଥିଲା, କିନ୍ତୁ ଏବେ ଭାରତୀୟ କ୍ରିକେଟ୍ର ଡ୍ରେସିଙ୍ଗ ରୁମ୍ରୁ ଯେଉଁ ଖବର ଆସୁଛି, ତାହା ଆପଣଙ୍କୁ ଚକିତ କରିଦେବ।
ବର୍ତ୍ତମାନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିବାକୁ ଯାଉଛି। ଟି-୨୦ ପରେ ODI ଅର୍ଥାତ୍ ଦିନିକିଆ ସିରିଜ୍ ଆରମ୍ଭ ହେବ। ଆଉ ଏହି ସିରିଜ୍ ପାଇଁ ବିରାଟ କୋହଲି ଅଲିବାଗ୍ରେ RCB ର ପୂର୍ବତନ କୋଚ୍ ସଞ୍ଜୟ ବାଙ୍ଗରଙ୍କ ସହ ଜୋରଦାର ନେଟ୍ ପ୍ରାକ୍ଟିସ୍ ଆରମ୍ଭ କରିଦେଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବିରାଟ କୋହଲିଙ୍କର ଏହି ODI ଟ୍ରେନିଂ ଆରମ୍ଭ ହେବା ମାତ୍ରେ ହିଁ କୋଚ୍ ଗୌତମ ଗମ୍ଭୀରଙ୍କ ଚିନ୍ତା ବହୁତ ବଢ଼ିଯାଇଛି। କାହିଁକି ବିରାଟଙ୍କ କମବ୍ୟାକ୍ ଗମ୍ଭୀରଙ୍କୁ ଟେନସନ ଦେଉଛି? କଣ ୨୦୨୭ ONE-DAY WORLD CUPକୁ ନେଇ ଦୁହିଁଙ୍କ ମଧ୍ୟରେ କୌଣସି EGO CLASH କିମ୍ବା ରଣନୀତିର ଲଢ଼େଇ ଚାଲିଛି?
ରିପୋର୍ଟ ଅନୁସାରେ ଟିମ୍ ମ୍ୟାନେଜମେଣ୍ଟ ଏବଂ ବିଶେଷ କରି କୋଚ୍ ଗୌତମ ଗମ୍ଭୀର ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଏକ ସମ୍ପୂର୍ଣ୍ଣ ଯୁବ ଦଳ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ଗମ୍ଭୀରଙ୍କ ରଣନୀତି ହେଉଛି କି ସେ ,ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ସିନିୟର ଖେଳାଳିଙ୍କୁ ୨୦୨୭ ୱାର୍ଲଡ କପ୍ରେ ଖେଳାଇବା ସପକ୍ଷରେ ନାହାନ୍ତି। ସେ ଚାହୁଁଛନ୍ତି କି ଏମାନେ ସନ୍ନ୍ୟାସ ନେଇଯାଆନ୍ତୁ, ଯାହା ଦ୍ୱାରା ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ।
କିନ୍ତୁ ସମସ୍ୟା ହେଉଛି, ନା ରୋହିତ ଶର୍ମା ଦଳ ଛାଡ଼ିବାକୁ ପ୍ରସ୍ତୁତ ନା ବିରାଟ କୋହଲି! ବିରାଟ ନିଜେ ଏକ ବକ୍ତବ୍ୟରେ ସ୍ପଷ୍ଟ କରି ସାରିଛନ୍ତି ଯେ ସେ ୨୦୨୭ ବିଶ୍ୱକପ୍ ଖେଳିବାକୁ ଚାହାନ୍ତି ଏବଂ ଦେଶ ପାଇଁ ଆହୁରି ଅନେକ ରେକର୍ଡ କରିବାକୁ ଚାହାନ୍ତି। ସେଥିପାଇଁ ସେ ନିଜ ଫିଟନେସ ଉପରେ ଏତେ କାମ କରୁଛନ୍ତି ଏବଂ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ନିଜକୁ ପ୍ରମାଣିତ କରି ଏବେ ନେଟ୍ସରେ ଝାଳ ବୁହାଉଛନ୍ତି ।
ବର୍ତ୍ତମାନ କ୍ରିକେଟ୍ ପ୍ରେମୀମାନେ ଅଭିଯୋଗ କରୁଛନ୍ତି କି, ଗୌତମ ଗମ୍ଭୀର ନିଜର ବ୍ୟକ୍ତିଗତ EGO ବା ଅହଂକାର ପାଇଁ ଏଭଳି ବଡ଼ ଖେଳାଳିମାନଙ୍କୁ ଦଳରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଯଦିଓ ରୋହିତ ଏବଂ ବିରାଟ ନିକଟରେ ଟେଷ୍ଟ କ୍ରିକେଟ୍ରୁ ଅବସର ନେଇଛନ୍ତି, କିନ୍ତୁ କୁହାଯାଉଛି କି ସେମାନେ ନିଜ ଇଚ୍ଛାରେ ନୁହେଁ, ବରଂ ଗୌତମ ଗମ୍ଭୀରଙ୍କ ପ୍ରେସର ବା ଚାପ ଯୋଗୁଁ ହିଁ ସନ୍ନ୍ୟାସ ନେବାକୁ ବାଧ୍ୟ ହୋଇଛନ୍ତି।
ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର କୋଚ୍ ହେବା ପରଠାରୁ ତାଙ୍କର ରିପୋର୍ଟ କାର୍ଡ ଯଦି ଦେଖିବା, ତେବେ ତାହା ଆଦୌ ଭଲ ରହିନାହିଁ। ଭାରତ ନିଜ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡଠାରୁ ସିରିଜ୍ ହାରିଲା, ଶ୍ରୀଲଙ୍କା ବିପକ୍ଷରେ ODI ସିରିଜ୍ ହାରିଲା, ଏବଂ ଏବେ ଆୟରଲ୍ୟାଣ୍ଡ ଭଳି ଦଳଠାରୁ ମଧ୍ୟ ହାରିଗଲା। ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ସିରିଜ୍ ମଧ୍ୟ ହାରିଛି।
ଏହି ସବୁ ପରାଜୟ ପରେ କୋଚିଂ ଷ୍ଟାଇଲ୍ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ପୂର୍ବତନ କ୍ରିକେଟର ଶ୍ରୀସନ୍ଥ ତ କହିଦେଇଛନ୍ତି ଯେ, ଭାରତକୁ ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି mentor ଦରକାର, ଗୌତମ ଗମ୍ଭୀରଙ୍କ ଭଳି କୋଚ୍ ନୁହେଁ। ଭାରତୀୟ କ୍ରିକେଟ୍ ଇତିହାସରେ ଗ୍ରେଗ୍ ଚାପେଲ୍ଙ୍କ ପରେ ଗୌତମ ଗମ୍ଭୀର ବୋଧହୁଏ ଦ୍ୱିତୀୟ ଏମିତି କୋଚ୍, ଯାହାଙ୍କୁ ନେଇ ସବୁଠାରୁ ଅଧିକ ନେଗେଟିଭ୍ ଚର୍ଚ୍ଚା ଚାଲିଛି। ଚାପେଲ୍ଙ୍କ ଭଳି ଗମ୍ଭୀର ମଧ୍ୟ ଦଳରେ “ଡିଭାଇଡ୍ ଆଣ୍ଡ ରୁଲ୍” ବା ଭେଦଭାବ କରୁଥିବା ର ଅଭିଯୋଗ ହେଉଛି।
ରିପୋର୍ଟ ଅନୁସାରେ, ଗମ୍ଭୀରଙ୍କ ବ୍ୟବହାର ଟିକେ ଡିକ୍ଟେଟରସିପ୍ (dictatorship) ବା ଏକଛତ୍ରବାଦୀ ଭଳି, ସେ ଚାହାନ୍ତି ଖେଳାଳିମାନେ କେବଳ ତାଙ୍କ କଥା ଶୁଣନ୍ତୁ। ଆୟରଲ୍ୟାଣ୍ଡ ଗସ୍ତ ସମୟରେ ଅଧିନାୟକ ଶ୍ରେୟସ ଆୟର ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଟସ କଣ ନେବା ଉଚିତ୍ ଏବଂ କେଉଁ ଖେଳାଳି ଖେଳିବେ, ସେଥିପାଇଁ ବଡ଼ ବିବାଦ ଉପୁଜିଥିଲା। ଏପରିକି ଡ୍ରେସିଙ୍ଗ ରୁମ୍ର କିଛି ସିନିୟର ଖେଳାଳି ଗମ୍ଭୀରଙ୍କ କଥାକୁ ଆଦୌ ଗମ୍ଭୀରତାର ସହ ନେଉନାହାନ୍ତି। ଏମିତି ବି ଖବର ଅଛି ଯେ ,ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ଡ୍ରେସିଙ୍ଗ ରୁମ୍ରେ ପରସ୍ପର ସହ କଥାବାର୍ତ୍ତା ମଧ୍ୟ କରୁନାହାନ୍ତି!
ଏହି ସବୁ ଭିତରେ ଫ୍ୟାନ୍ସମାନେ କହୁଛନ୍ତି କି ଗମ୍ଭୀର ସବୁବେଳେ ଏତେ ରାଗରେ କାହିଁକି ଥାଆନ୍ତି? କଣ ତାଙ୍କୁ ଏହି କଥାର ଦୁଃଖ ଅଛି କି ୨୦୧୧ ୱାର୍ଲଡ କପ୍ ଜିତିବାର ସବୁ କ୍ରେଡିଟ୍ କେବଳ ମହେନ୍ଦ୍ର ସିଂ ଧୋନୀ ନେଇଗଲେ?
ଆମେ ସମସ୍ତେ ଜାଣୁ, ୨୦୧୧ ଫାଇନାଲ୍ରେ ଗୌତମ ଗମ୍ଭୀର ୯୭ ରନ୍ର ଏକ ସାନଦାର ଇନିଂସ ଖେଳିଥିଲେ, କିନ୍ତୁ ଧୋନୀ ଶେଷରେ ସେହି ଐତିହାସିକ ଛକା ମାରି ମ୍ୟାଚ୍ ଜିତାଇଥିଲେ। ସେବେଠାରୁ ଲୋକେ କେବଳ ଧୋନୀଙ୍କ ଛକା କଥା କୁହନ୍ତି। ଗମ୍ଭୀର ନିଜେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ “ଗୋଟିଏ ଛକା କେବେ ୱାର୍ଲଡ କପ୍ ଜିତାଇ ନଥାଏ, ଏହା ଏକ ଦଳଗତ ପ୍ରଦର୍ଶନ।” ଗମ୍ଭୀର ସବୁବେଳେ ଅଭିଯୋଗ କରନ୍ତି କି ଭାରତୀୟ କ୍ରିକେଟ୍ରେ ଖେଳାଳିମାନଙ୍କର “PR” ଅର୍ଥାତ୍ ପବ୍ଲିକ ରିଲେସନ୍ସ ଏଜେନ୍ସି ବହୁତ ବଡ଼ ଭୂମିକା ନିଏ।
ଗମ୍ଭୀରଙ୍କ ମତରେ ଯୁବରାଜ ସିଂ ୨୦୧୧ ବିଶ୍ୱକପ୍ର ସବୁଠାରୁ ବଡ଼ ହିରୋ ଥିଲେ, କିନ୍ତୁ ଭଲ PR ନଥିବାରୁ ତାଙ୍କୁ ସେତିକି ଲାଇମଲାଇଟ୍ ମିଳିଲାନି। ଆଉ ଏବେ ସେହି ସମାନ PR ର ଖେଳ ରୋହିତ ଏବଂ ବିରାଟଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳୁଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ରୋହିତ ଶର୍ମା କହିଥିଲେ ଯେ ଏହି ବିଜୟର ସବୁ କ୍ରେଡିଟ୍ ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ୍ଙ୍କୁ ଯାଉଛି, ସେ ଗୌତମ ଗମ୍ଭୀରଙ୍କ ନାଁ ଧରିନଥିଲେ। କୁହାଯାଉଛି, ଏହି କଥା ଗମ୍ଭୀରଙ୍କ EGO କୁ ବାଧିଥିଲା ଏବଂ ସେଥିପାଇଁ ରୋହିତଙ୍କୁ ODI କପ୍ତାନୀ ହରାଇବାକୁ ପଡ଼ିଥିଲା।
ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ, ଇଂଲଣ୍ଡ ସିରିଜ୍ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ କ୍ୟାରିୟରର ଶେଷ ଇଂଲଣ୍ଡ ଗସ୍ତ ହୋଇପାରେ। ବିରାଟଙ୍କ ପିଲାଦିନର କୋଚ୍ ରାଜକୁମାର ଶର୍ମା ମଧ୍ୟ କହିଛନ୍ତି ଯେ ,’ସେ ବିରାଟଙ୍କୁ ଶେଷ ଥର ପାଇଁ ଇଂଲଣ୍ଡ ମାଟିରେ ଖେଳୁଥିବାର ଦେଖିବାକୁ ଯିବେ। ତେଣୁ ଏହି ସିରିଜ୍ରେ ବିରାଟ ଏବେ ନିଜ ବ୍ୟାଟ୍ ଦ୍ୱାରା କୋଚ୍ ଗୌତମ ଗମ୍ଭୀରଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି।’
ଯଦି ବିରାଟ ଓ ରୋହିତ ଇଂଲଣ୍ଡରେ ସାନଦାର ପ୍ରଦର୍ଶନ କରନ୍ତି, ତେବେ ଗୌତମ ଗମ୍ଭୀରଙ୍କ ପାଇଁ ସେମାନଙ୍କୁ ୨୦୨୭ ୱାର୍ଲଡ କପ୍ ଦଳରୁ ବାହାର କରିବା ଅସମ୍ଭବ ହୋଇପଡ଼ିବ। କିନ୍ତୁ ଯଦି ତିନିଜଣ ସୁପର ମାଇଣ୍ଡ୍ସ— ଅର୍ଥାତ୍ ଅଧିନାୟକ ଶୁଭମନ ଗିଲ୍, ରୋହିତ, ବିରାଟ ଏବଂ କୋଚ୍ ଗମ୍ଭୀରଙ୍କ ମଧ୍ୟରେ ଏହି ମତଭେଦ ଜାରି ରହେ, ତେବେ ୨୦୨୭ ପୂର୍ବରୁ ହିଁ ଗୌତମ ଗମ୍ଭୀରଙ୍କୁ କୋଚ୍ ପଦରୁ ହଟିବାକୁ ପଡ଼ିପାରେ।


