ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ ପରେ ହରମୁଜ୍ ପ୍ରଣାଳୀ ଉପରେ ଅବରୋଧ ହଟାଇ ଦିଆଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଉପସାଗର ବାଣିଜ୍ୟ କରିଡର ପୁନର୍ବାର ଖୋଲିବା ପରେ ପ୍ରାକୃତିକ ଗ୍ୟାସରେ ଭର୍ତ୍ତି ପ୍ରଥମ ଟ୍ୟାଙ୍କର୍ ଭାରତରେ ପହଞ୍ଚିଛି । ପ୍ରାୟ ୧୧୦ ଦିନ ଧରି ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ ଏହା ଭାରତ ପାଇଁ ଏକ ଆଶ୍ୱସ୍ତି ସ୍ୱରୂପ ଆସିଛି।

ଜାହାଜରେ ଆସିଛି କେତେ ଆସିଛି LNG
ଗୁରୁବାର ଗୁଜୁରାଟର ଭରୁଚ ଜିଲ୍ଲାର ଦହେଜରେ ତରଳ ପ୍ରାକୃତିକ ଗ୍ୟାସ (LNG) ବହନ କରୁଥିବା ଏକ ଜାହାଜ ପହଞ୍ଚିଥିଲା। ଏହା ଦହେଜ LNG ଟର୍ମିନାଲରେ ଡକିଂ କରିଥିଲା। ଜାହାଜଟି ୬୨ହଜାର ୩୭୦ମେଟ୍ରିକ୍ ଟନ୍ ତରଳ ପ୍ରାକୃତିକ ଗ୍ୟାସ ଆଣିଥିଲା।
MoUର ପରବର୍ତ୍ତୀ ନିଷ୍ପତ୍ତି
ଉଲ୍ଲେଖନୀୟ ଭାବରେ, ଇରାନର ସର୍ବୋଚ୍ଚ ସୁରକ୍ଷା ସଂସ୍ଥା ହରମୁଜ୍ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଆପିଲର ତୁରନ୍ତ ସମାଧାନ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି । ଏହି ପଦକ୍ଷେପ ତେହେରାନ ଏବଂ ୱାଶିଂଟନ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ବୁଝାମଣାପତ୍ର (MOU) ପରେ ନିଆଯାଇଛି।
ଆମେରିକା-ଇରାନ ଶାନ୍ତି ଚୁକ୍ତି
Dahej, Bharuch, Gujarat: In a major relief for India’s energy sector amid ongoing tensions in the Middle East, LNG tanker DISHA arrived at the Dahej LNG Terminal in Gujarat’s Bharuch district on Thursday after successfully crossing the Strait of Hormuz. The vessel carrying 62,370… pic.twitter.com/4J7vsFGRAE
— IANS (@ians_india) June 19, 2026
ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ (SNSC) ହରମୁଜ୍ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି । ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଲେକ୍ଟ୍ରୋନିକ୍ ଭାବରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପରେ ଏହି ବିବୃତ୍ତି ଜାରି କରାଯାଇଛି।
ଇରାନ ଦେଇଛି ଏଭଳି ଆଶ୍ୱାସନା
SNSC ଅନୁଯାୟୀ, ଚୁକ୍ତି ଅନୁଯାୟୀ, ୬୦ଦିନ ପାଇଁ ହରମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ । ଇରାନ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଜଳପଥ ଦେଇ ଯାଉଥିବା ଜାହାଜଗୁଡ଼ିକୁ ପର୍ସିଆନ୍ ଗଲ୍ଫ ପ୍ରଣାଳୀ କର୍ତ୍ତୃପକ୍ଷ (PGSA) ନିକଟରେ ସେମାନଙ୍କର ଅନୁରୋଧ ଦାଖଲ କରିବାକୁ ପଡ଼ିବ। ଇରାନ ପ୍ରତିଶ୍ରୁତି ଦେଇଛି ଯେ ପ୍ରଣାଳୀ ଦେଇ ଯାତାୟାତ ଧୀରେ ଧୀରେ ବୃଦ୍ଧି କରାଯିବ। PGSA ଦ୍ୱାରା ବୈଷୟିକ ଏବଂ କାର୍ଯ୍ୟାନ୍ୱୟନ ବିବରଣୀ ପ୍ରକାଶ କରାଯିବ।


