କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆସନ୍ତା ବର୍ଷ ସୁଦ୍ଧା, ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନ (AFSPA) ପରିସରରୁ ହଟାଇ ଦିଆଯାଇପାରିବ । ଆସାମ-ନାଗାଲ୍ୟାଣ୍ଡ ସୀମାରେ ତୈଳ ଏବଂ ଖଣିଜ ପଦାର୍ଥ ଅନୁସନ୍ଧାନ ପାଇଁ କେନ୍ଦ୍ର, ଆସାମ ସରକାର ଏବଂ ନାଗାଲ୍ୟାଣ୍ଡ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (MoU) ସ୍ୱାକ୍ଷର ସମୟରେ ଶାହ ଏହି ମନ୍ତବ୍ୟ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ,’ସମଗ୍ର ଉତ୍ତର-ପୂର୍ବ ଆଜି ‘ରାଷ୍ଟ୍ର ପ୍ରଥମ’ ମନୋଭାବ ସହିତ ଆଗକୁ ବଢ଼ୁଛି ଏବଂ ଏହି ଚୁକ୍ତି ଏହି ଅଞ୍ଚଳର ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବ।’

ନାଗାଲ୍ୟାଣ୍ଡ, ଆସାମ ଏବଂ କେନ୍ଦ୍ର ମଧ୍ୟରେ ସ୍ୱାକ୍ଷରିତ ଐତିହାସିକ ବୁଝାମଣାପତ୍ର
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଉତ୍ତର-ପୂର୍ବରେ ସ୍ଥାୟୀ ଶାନ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ୨୦୧୯ ମସିହାରୁ ଏକ ଡଜନ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ହିଂସାତ୍ମକ ଘଟଣା ୮୦% ହ୍ରାସ ପାଇଥିବା ବେଳେ ଏହାକୁ ନେଇ AFSPA ପରିସର ଅନ୍ତର୍ଗତ ମୋଟ ଅଞ୍ଚଳରେ ମଧ୍ୟ ୮୦% ନିୟମ ଛାଡ଼ ହୋଇଛି ।
ଶାହ ଏହାକୁ ଏକ ବିକଶିତ ଉତ୍ତର-ପୂର୍ବ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କହିଛନ୍ତି
![]()
ଅମିତ ଶାହ କହିଛନ୍ତି ଯେ ,”ଆସାମ-ନାଗାଲ୍ୟାଣ୍ଡ ସୀମା ସହିତ ବିବାଦିତ କ୍ଷେତ୍ର (DAB) ରେ ତୈଳ ଏବଂ ଖଣିଜ ଅନୁସନ୍ଧାନ ସମ୍ପର୍କିତ ଚୁକ୍ତିନାମା । ଯାହା କ୍ଷେତ୍ରଗତ ସମସ୍ୟା ଯୋଗୁଁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଅଟକି ରହିଥିଲା । ବର୍ତ୍ତମାନ ଏହି ପଦକ୍ଷେପ ଉତ୍ତର-ପୂର୍ବକୁ ଆହୁରି ପ୍ରଗତି ଆଡ଼କୁ ଠେଲିଦେବ । ଏହା ସହିତ, ଏହା ଦେଶକୁ ଏହାର ଶକ୍ତି ଆବଶ୍ୟକତା ପୂରଣ କରିବାରେ ଓ ଆତ୍ମନିର୍ଭରଶୀଳ ହେବାରେ ମଧ୍ୟ ସାହାଯ୍ୟ କରିବ । ବିଶେଷକରି ଏପରି ଏକ ସମୟରେ ଯେତେବେଳେ ଭାରତ ଏବଂ ବିଶ୍ୱର ଅନ୍ୟ ଦେଶ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ସହିତ ଜଡ଼ିତ ହେଉଛନ୍ତି ।
MoU ଠୁ ମିଳିବ ଲାଭ
A historic tripartite MoU has been signed by Govt. of India, Govt. of Assam and Govt. of Nagaland ending a decades-long dispute in the Northeast and opening way for oil & gas exploration in the region. It stands out as an exemplar of India’s unity, where both the states give up… pic.twitter.com/1x7vfGnoKS
— Amit Shah (@AmitShah) June 12, 2026
ଅମିତ ଶାହ ଆହୁରି କହିଛନ୍ତି ଯେ ,”ଏହି ଏକକ ଏମ୍ଓୟୁ ଦୈନିକ ନିଷ୍କାସନ କ୍ଷମତା ବର୍ତ୍ତମାନ ୧୦୦୦-୧୫୦୦ ବ୍ୟାରେଲ ରୁ ଦଶ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିପାରିବ।” ସେ ଉଲ୍ଲେଖ କରିଥିଲେ ଯେ,”କେବଳ ଏହି କ୍ଷେତ୍ରରୁ ୧୫,୦୦୦କୋଟିରୁ ଅଧିକ ମୂଲ୍ୟର ତୈଳ ଉତ୍ତୋଳନର ସମ୍ଭାବନା ରହିଛି । ଯଦି ଆମେ ନାଗାଲ୍ୟାଣ୍ଡରେ ବିସ୍ତାରିତ ତୈଳ ଭଣ୍ଡାରକୁ ବାହାର କରିବା, ତେବେ ଆମେ ଆମର ତୈଳ ଆବଶ୍ୟକତା ପାଇଁ ଅନ୍ୟ ଦେଶ ଉପରେ ଥିବା ନିର୍ଭରଶୀଳତାକୁ ହ୍ରାସ କରିପାରିବୁ।”


