ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚ-ରାଷ୍ଟ୍ରୀୟ ଗସ୍ତରେ ବାହାରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ UAE, ନେଦରଲ୍ୟାଣ୍ଡ, ସ୍ୱିଡେନ, ନରୱେ ଏବଂ ଇଟାଲୀ ଗସ୍ତରେ ବାହାରିଛନ୍ତି । ଆଗାମୀ ଛଅ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଅନେକ ବିଶ୍ୱ ନେତାଙ୍କ ସହ ଆଲୋଚନା କରିବେ । ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ବିଶ୍ୱସ୍ତରୀୟ ସହଭାଗୀତାକୁ ମଜବୁତ କରିବା । ତାଙ୍କର ପ୍ରଥମ ରହଣି UAE ହେବ, ଯେଉଁଠାରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
![]()
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଆବୁଧାବିରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂଯୁକ୍ତ ଆରବ ଏମିରେଟସ୍ ର ସରକାରୀ ଗସ୍ତର ଲକ୍ଷ୍ୟ ହେଉଛି ଦୁଇ ରାଷ୍ଟ୍ର ମଧ୍ୟରେ ବ୍ୟାପକ ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ UAE ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ସହ ବାଣିଜ୍ୟ, ନିବେଶ, ଶକ୍ତି ସୁରକ୍ଷା ଏବଂ ଜନ ସମ୍ପର୍କ ଭଳି ପ୍ରମୁଖ ସହଯୋଗ କ୍ଷେତ୍ରଗୁଡ଼ିକ ଉପରେ ଆଲୋଚନା କରିବେ । ଏହି ଗସ୍ତ ଭାରତ ଏବଂ ୟୁଏଇ ମଧ୍ୟରେ ରଣନୈତିକ ଏବଂ ଆର୍ଥିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ବୋଲି ଆଶା କରାଯାଉଛି । କାରଣ ଉପସାଗରୀୟ କ୍ଷେତ୍ରରେ ଭାରତର ପ୍ରମୁଖ ଅଂଶୀଦାରମାନଙ୍କ ମଧ୍ୟରୁ ଗୋଟିଏ ।
ଦୁଇଟି ପ୍ରମୁଖ ବୁଝାମଣାପତ୍ର ଆସିବା ନେଇ ଆଶା
MEA Official Spokesperson Randhir Jaiswal tweets, “PM Narendra Modi has embarked on a 5-nation tour, including UAE, the Netherlands, Sweden, Norway and Italy. Over the next six days, PM will engage with several world leaders across a wide-ranging agenda aimed at strengthening… pic.twitter.com/mAcqyP0Xmu
— ANI (@ANI) May 15, 2026
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ବୃଦ୍ଧି କରିବ । ସରକାରୀ ସୂତ୍ର ସୂଚାଇଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଶକ୍ତି ସୁରକ୍ଷା ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହେବ ଏବଂ ଏଲପିଜି ଓ ରଣନୈତିକ ପେଟ୍ରୋଲିୟମ ଭଣ୍ଡାର କ୍ଷେତ୍ରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହେବାର ଆଶା କରାଯାଉଛି । ଏମ.ଇ.ଏ ଅନୁଯାୟୀ, ୟୁଏଇ ଗତ ୨୫ବର୍ଷ ଧରି ଭାରତର ତୃତୀୟ ବୃହତ ବାଣିଜ୍ୟିକ ଅଂଶୀଦାର ଏବଂ ସାମଗ୍ରିକ ନିବେଶର ସପ୍ତମ ବୃହତ ଉତ୍ସ ହୋଇଛି । ୟୁଏଇରେ ୪୫ଲକ୍ଷ ରୁ ଅଧିକ ଭାରତୀୟ ରହୁଥିବାରୁ, ଏହି ଗସ୍ତ ସେମାନଙ୍କ କଲ୍ୟାଣ ବିଷୟରେ ମଧ୍ୟ ଆଲୋଚନା କରିବାର ସୁଯୋଗ ଦେବ ।
ୟୁଏଇରୁ ମୋଦିଙ୍କ ନେଦରଲ୍ୟାଣ୍ଡ ଗସ୍ତ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପଶ୍ଚିମ) ସଞ୍ଜୟ ବର୍ମା ପୂର୍ବରୁ କହିଥିଲେ ଯେ ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡ ଗସ୍ତ କରିବେ । ୨୦୧୭ ପରେ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡକୁ ଏହା ଦ୍ୱିତୀୟ ଗସ୍ତ ହେବ । ଏହି ଗସ୍ତ ସମୟରେ ସେ ରାଜା ୱିଲେମ-ଆଲେକଜାଣ୍ଡାର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବେ ଓ ପ୍ରଧାନମନ୍ତ୍ରୀ ରବ ଜେଟେନଙ୍କ ସହ ଜରୁରୀ ଆଲୋଚନା ହେବା ନେଇ ରହିଛି କାର୍ଯ୍ୟସୂଚୀ ।
ଉର୍ସୁଲା ଭନ୍ ଡେର ଲେଏନ୍ ଙ୍କ ସହ ମଧ୍ୟ ସାକ୍ଷାତକାର

ତୃତୀୟ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ ମୋଦି ସ୍ୱିଡେନର ଗୋଥେନବର୍ଗ ଯାତ୍ରା କରିବେ ଏବଂ ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟରସନଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ସମୀକ୍ଷା କରିବେ । ଏହା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇଁ ସହଯୋଗ ର ନୂତନ ରାସ୍ତା ମଧ୍ୟ ହେବ ଅନୁସନ୍ଧାନ । ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ଙ୍କ ସହିତ ୟୁରୋପୀୟ ଶିଳ୍ପ ପାଇଁ ଗୋଲଟେବୁଲ – ପାନ୍-ୟୁରୋପୀୟ ବ୍ୟବସାୟ ନେତାମାନଙ୍କର ଏକ ପ୍ରମୁଖ ମଞ୍ଚ -କୁ ମଧ୍ୟ ସମ୍ବୋଧିତ କରିବେ।
ନରୱେରେ ସ୍ଥିର ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଜର୍ଜ ଆହୁରି କହିଛନ୍ତି ଯେ ତାଙ୍କ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ ସୋମବାର ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ବୈଠକ ପାଇଁ ନରୱେରେ ପହଞ୍ଚିବେ । ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ, ପ୍ରଧାନମନ୍ତ୍ରୀ ମଙ୍ଗଳବାର ଇଟାଲୀରେ ରହିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ସେର୍ଗିଓ ମାଟାରେଲାଙ୍କୁ ଭେଟିବେ ଏବଂ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ଆଲୋଚନା କରିବେ ।
also read : https://purvapaksa.com/mohan-a-victim-of-the-ecosystem/


