ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର, ଏପ୍ରିଲ ୨୬ରେ ଇରାନକୁ ଏକ ନୂତନ ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଯେ ଇରାନ ପାଖରେ ସଂଘର୍ଷ ସମାପ୍ତ କରିବା ପାଇଁ ଏହି ଚୁକ୍ତିରେ ରାଜି ହେବାକୁ ପଡିବ । ଆଉ ତା ପାଇଁ କେବଳ ତିନି ଦିନ ସମୟ ଅଛି । ନଚେତ୍, ଏହାର ତେଲ ପାଇପଲାଇନଗୁଡ଼ିକ ଭିତରରୁ ବିସ୍ଫୋରଣ ହେବ । ଫକ୍ସ ନ୍ୟୁଜ୍ ସହିତ କଥାବାର୍ତ୍ତା କରିବା ସମୟରେ ଟ୍ରମ୍ପ ବ୍ୟାଖ୍ୟା କରିଛନ୍ତି ଯେ ଯଦି ଇରାନ ତେଲ ରପ୍ତାନି ଜାରି ରଖିପାରିବ ନାହିଁ, ତେବେ ପାଇପଲାଇନଗୁଡ଼ିକ ଯାନ୍ତ୍ରିକ ଏବଂ ପ୍ରାକୃତିକ ରୂପେ ଉଭୟ କାରଣରୁ ଖରାପ ହୋଇଯିବ।
![]()
ଟ୍ରମ୍ପଙ୍କ ଧମକ ଏପରି ସମୟରେ ଆସିଛି ଯେତେବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ସମାଧାନର ସୂତ୍ର ପାଇଁ ପୁଣି ପହଞ୍ଚିଛନ୍ତି ପାକିସ୍ତାନରେ । ଆରାଘାଚି ରବିବାର ଦିନ ପୁଣି ଥରେ ଇସଲାମାବାଦରେ ପହଞ୍ଚିଥିଲେ, ଯେଉଁଠାରେ ସେ ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହ ସାକ୍ଷାତ କରିଥିଲେ । ମାତ୍ର ତିନି ଦିନ ମଧ୍ୟରେ ଆରାଘଚି ଦ୍ୱିତୀୟ ଥର ପାଇଁ ପୁଣି ଗସ୍ତ କରିଛନ୍ତି ପାକିସ୍ତାନ । ଏହା ପୂର୍ବରୁ, ସେ ଶୁକ୍ରବାର ରାତିରେ ପାକିସ୍ତାନରେ ପହଞ୍ଚିଥିଲେ ଏବଂ ଶନିବାର ଦିନ ଶେହବାଜ ସରିଫ, ଅସୀମ ମୁନିର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ସେହି ବୈଠକ ପରେ, ସେ ଓମାନ ଅଭିମୁଖେ ଯାତ୍ରା କରିଥିଲେ ।

“ଯଦି କୌଣସି କାରଣରୁ ସେହି ଲାଇନ ବନ୍ଦ ହୋଇଯାଏ ! କାରଣ ଆପଣ ଏହାକୁ କଣ୍ଟେନର କିମ୍ବା ଜାହାଜରେ ଲୋଡ୍ କରିବା ଜାରି ରଖି ନାହାନ୍ତି । ତେବେ ସେହି ଲାଇନ ଭିତରରୁ ବିସ୍ଫୋରଣ ହେବାର ଅଧିକ ସମ୍ଭାବନା ରହିଛି ; ଯାନ୍ତ୍ରିକ ଏବଂ ଭୂମିଗତ ଉଭୟ ସ୍ତରରେ ।”
– ଡୋନାଲ୍ଡ ଟ୍ରମ୍ପ, ଆମେରିକା ରାଷ୍ଟ୍ରପତି
ଟ୍ରମ୍ପ ଆଲୋଚନା ପାଇଁ ସର୍ତ୍ତାବଳୀ ସ୍ଥିର କରିଛନ୍ତି

ଟ୍ରମ୍ପ ଏହା ମଧ୍ୟ ଦୃଢ଼ ଭାବରେ କହିଛନ୍ତି ଯେ ଥରେ ଏକ ପାଇପଲାଇନ ଫାଟିଗଲେ, ଇରାନ ଏହାକୁ ଏହାର ମୂଳ କ୍ଷମତାକୁ ପୁନଃସ୍ଥାପିତ କରିପାରିବ ନାହିଁ । ଏହା ଏହାର ପୂର୍ବ ଉତ୍ପାଦନ କ୍ଷମତାର କେବଳ ୫୦% ରେ କାର୍ଯ୍ୟ କରିବ । ସେହି ସାକ୍ଷାତକାରରେ, ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି କି ଯେ , ଯଦି ଇରାନ ଆଲୋଚନାରେ ସାମିଲ ହେବାକୁ ଚାହେଁ, ତେବେ ଏହା ଆମେରିକା ସହିତ ଯୋଗାଯୋଗ କରିପାରିବ । ସେ ଆଲୋଚନାର ପ୍ରସ୍ତାବ ରଖିବା ଆଢୁଆଳରେ କହିଥିଲେ କି , “ଯଦି ସେମାନେ କଥା ହେବାକୁ ଚାହାଁନ୍ତି, ତେବେ ସେମାନେ ଆମ ପାଖକୁ ଆସିପାରିବେ କିମ୍ବା ସେମାନେ ଆମକୁ କଲ୍ ବି କରିପାରିବେ । ଆପଣ ଜାଣନ୍ତି, ଫୋନ୍ ଅଛି ଏବଂ ଆମର ଭଲ ଓ ସୁରକ୍ଷିତ ଚ୍ୟାନେଲ ମଧ୍ୟ ଅଛି।”
ଇରାନ ଆମେରିକାକୁ ଲିଖିତ ବାର୍ତ୍ତା ପଠାଇଛି

ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଓମାନ ଗସ୍ତ ପରେ ରବିବାର ଇସଲାମାବାଦରେ ପହଞ୍ଚିଥିଲେ। ଏହା ପୂର୍ବରୁ, ଟ୍ରମ୍ପ ତାଙ୍କ ଆଲୋଚନାକାରୀଙ୍କୁ ପାକିସ୍ତାନ ଗସ୍ତରୁ ବାରଣ କରିଥିଲେ, ଯାହା ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ ଏକ ଅଚଳାବସ୍ଥା ସୃଷ୍ଟି କରିଛି । ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଆରାକଚି ପାକିସ୍ତାନ ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆମେରିକାକୁ ଲିଖିତ ବାର୍ତ୍ତା ଦେଇଛନ୍ତି ।

ଏହି ସମୟରେ, ଆରାକଚି ସୋମବାର ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ରବିବାର ନିଶ୍ଚିତ କରିଛନ୍ତି ଯେ ଇରାନ ଉପ ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ମସ୍କୋ ଗସ୍ତ କରିବେ । ସେ ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବା ନେଇ ଆଶା କରାଯାଉଛି।
also read : https://purvapaksa.com/will-mamata-lose-in-bhavanipur/
ଭବାନୀପୁରରେ କ’ଣ ହାରିଯିବେ ମମତା? || Will Mamata lose in Bhavanipur?


