ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗ (USCIRF), ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଏବଂ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ (RAW) ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛି । ବିଶ୍ୱ ସ୍ତରରେ ଧାର୍ମିକ ସ୍ୱାଧୀନତା ଉପରେ ନଜର ରଖିବା ପାଇଁ ପ୍ରତିଷ୍ଠିତ ଏହି କମିଶନ, ଭାରତର RSS ଏବଂ ଗବେଷଣା ଓ ବିଶ୍ଳେଷଣ ଶାଖା (RAW) ଉପରେ ପ୍ରତିବନ୍ଧକ ଲଗାଇବାକୁ ତାଙ୍କର ରିପୋର୍ଟରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରିଛି । ରିପୋର୍ଟରେ, କମିଶନ RSS ଏବଂ RAW ଉଭୟର କାର୍ଯ୍ୟ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛି |
ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକୀୟ କମିଶନ ଦ୍ୱାରା ଭାରତ ପାଇଁ କରାଯାଇଥିବା ସୁପାରିଶ ମଧ୍ୟରେ, RSS ଏବଂ RAW ବିରୁଦ୍ଧରେ ଲକ୍ଷ୍ୟଭେଦୀ ପ୍ରତିବନ୍ଧକ ସହିତ, ଆମେରିକୀୟ ନାଗରିକଙ୍କ ନିର୍ଯାତନା ଉପରେ ଆଧାର କରି ଭାରତକୁ ଅସ୍ତ୍ରଶସ୍ତ୍ର ବିକ୍ରୟ ବନ୍ଦ କରିବାକୁ ଆହ୍ୱାନ ଦିଆଯାଇଛି । ଏଥିରେ ଆହୁରି କୁହାଯାଇଛି ଯେ ଭାରତ ଏବଂ ଆମେରିକା ମଧ୍ୟରେ ଭବିଷ୍ୟତର ସାମରିକ ଏବଂ ବାଣିଜ୍ୟ ସମ୍ପର୍କ ଧାର୍ମିକ ସ୍ୱାଧୀନତା ଉପରେ ସର୍ତ୍ତବଦ୍ଧ ହେବା ଉଚିତ ।
ସଂଗଠନର ସମ୍ପତ୍ତି ଜବତ କରିବା ଅନ୍ତର୍ଭୁକ୍ତ

ଆରଏସଏସ(RSS) ବିରୁଦ୍ଧରେ ଆମେରିକୀୟ ପ୍ୟାନେଲ ଦ୍ୱାରା ଅନୁରୋଧ କରାଯାଇଥିବା ପ୍ରତିବନ୍ଧକରେ ସଂଗଠନର ସମ୍ପତ୍ତି ଜବତ କରିବା ଏବଂ ଏହାର ସଦସ୍ୟମାନଙ୍କୁ ଆମେରିକାରେ ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲଗାଯାଇପାରେ । ଆର.ଏସ.ଏସ. ୧୯୨୫ ମସିହାରୁ ଭାରତରେ ସକ୍ରିୟ ରହିଛି ଯାହା ବର୍ତମାନ ସମୟରେ ପ୍ରାୟ ୧୦୦ ବର୍ଷରୁ ଅଧିକ ପୁରୁଣା ସଂଗଠନ ପାଲଟିଛି । କମିଶନ ଦେଶର ଗୁଇନ୍ଦା ସଂସ୍ଥା,ଗବେଷଣା ଏବଂ ବିଶ୍ଳେଷଣ ୱିଙ୍ଗ ବିରୁଦ୍ଧରେ ମଧ୍ୟ ସୁପାରିଶ ଜାରି କରିଛି।
ଏହି ସୁପାରିଶଗୁଡ଼ିକ ଆମେରିକୀୟ ଆୟୋଗ ଅନ୍ ଇଣ୍ଟରନ୍ୟାସନାଲ ରିଲିଜିୟସ୍ ଫ୍ରିଡମ୍ (USCIRF) ର ୨୦୨୬ ବାର୍ଷିକ ରିପୋର୍ଟରେ ଉପସ୍ଥାପନ ହୋଇଥିଲା । ଏହି ରିପୋର୍ଟ ଏହି ମାସର ଆରମ୍ଭରେ ପ୍ରକାଶିତ ହୋଇଥିଲା । USCIRF ହେଉଛି ଏକ ସ୍ୱାଧୀନ ଆମେରିକୀୟ ଏଜେନ୍ସି ଯାହା ଧାର୍ମିକ ସ୍ୱାଧୀନତାର ଅଧିକାର ଉପରେ ନଜର ରଖେ ଏବଂ ହ୍ୱାଇଟ୍ ହାଉସକୁ ସୁପାରିଶ ପ୍ରଦାନ କରେ ; କିନ୍ତୁ ସର୍ବପରେ , ହ୍ୱାଇଟ୍ ହାଉସ୍ ଏହି ପରାମର୍ଶଗୁଡ଼ିକୁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ ।
କମିଶନର ଯାଞ୍ଚ ଅଧୀନରେ RAW

ଗତ ବର୍ଷ, ୨୦୨୫ ମସିହାରେ କମିଶନ ଶିଖ୍ ବିଚ୍ଛିନ୍ନତାବାଦୀମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ସିପାରିଶ କରିଥିଲା। କମିଶନଙ୍କ ଅନ୍ୟ ସୁପାରିଶଗୁଡ଼ିକ ମଧ୍ୟରେ ଭାରତକୁ ‘ବିଶେଷ ଚିନ୍ତାର ଦେଶ’ ଭାବରେ ନାମିତ କରିବାକୁ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରାଯାଇଛି । କମିଶନ ଗତ ସାତ ବର୍ଷ ଧରି ଭାରତରେ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ନିରନ୍ତର ଚିନ୍ତା ପ୍ରକାଶ କରିଆସୁଛି। କମିଶନ ଯେଉଁ 18ଟି ଦେଶକୁ ବିଶେଷ ଚିନ୍ତାର ଦେଶ ଭାବରେ ନାମିତ କରିବାକୁ ସୁପାରିଶ କରିଛି ତାହା ମଧ୍ୟରେ ମୁଖ୍ୟତଃ ଭାରତ ସାମିଲ ଅଛି । ଏହି ଦେଶ ତାଲିକାରେ ଆଫଗାନିସ୍ତାନ, ମିଆଁମାର, ଚୀନ୍, କ୍ୟୁବା, ଏରିଟ୍ରିଆ, ଇରାନ, ଲିବିଆ, ନିକାରାଗୁଆ, ନାଇଜେରିଆ, ଉତ୍ତର କୋରିଆ, ପାକିସ୍ତାନ, ରୁଷ, ସାଉଦି ଆରବ, ସିରିଆ, ତାଜିକିସ୍ତାନ, ତୁର୍କମେନିସ୍ତାନ,ଭିଏତନାମ ସହିତ ଭାରତ ଅନ୍ତର୍ଭୁକ୍ତ ରହିଛି ।
also read : https://purvapaksa.com/is-the-bjp-trapped-in-the-politics-of-hindutva-vs-caste/


