ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ର ଶେଷ ଲଢେଇ | ଏଥର ପୁଣି ଫାଇନାଲ୍ ରେ ଟ୍ରଫିପାଇଁ ଭିଡ଼ାଭିଡ଼ି ଭାରତ ଓ ନ୍ୟୁଜିଲାଣ୍ଡ | ICC T20 ବିଶ୍ୱକପ୍ 2026ର ଫାଇନାଲ ମ୍ୟାଚ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ , କେତେଥର ହୋଇଛନ୍ତି ମୁହାଁମୁହିଁ ? କଣ ରହିଛି ପୁରୁଣା ରେକର୍ଡ? ଆସନ୍ତୁ ଜାଣିବା …
ମାର୍ଚ୍ଚ 5ରେ , ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି T20 ବିଶ୍ୱକପ୍ 2026 ର ଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା ଭାରତ । ସେପଟେ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି ନ୍ୟୁଜିଲ୍ୟାଣ୍ଡ । ଏବେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ T20 ବିଶ୍ୱକପ୍ 2026 ର ଫାଇନାଲ ମ୍ୟାଚ୍ | ମାର୍ଚ୍ଚ 8 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍ । ଯଦିଓ T20 ବିଶ୍ୱକପ୍ ଫାଇନାଲରେ ପ୍ରଥମ ଥର ପାଇଁ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି , କିନ୍ତୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ICCର ବିଭିନ୍ନ ଫାଇନାଲ ଟୁର୍ଣ୍ଣାମେଣ୍ଟରେ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି।
ରେକର୍ଡ :-
(୨୦୦୦ମସିହାର ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍)
୨୦୦୦ମସିହାର ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଟାଇଟଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତକୁ ୪ ୱିକେଟ୍ରେ ପରାସ୍ତ କରିଥିଲା। ଭାରତ ନ୍ୟୁଜିଲାଣ୍ଡ ପାଇଁ ୨୬୫ ରନ୍ର ଟାର୍ଗେଟ୍ ଧାର୍ଯ୍ୟ କରିଥିଲା, ଯାହାକୁ କିୱିମାନେ ୪୯.୪ ଓଭରରେ ପିଛା କରିଥିଲେ।
(୨୦୨୧ WTC ଫାଇନାଲ୍ରେ ମୁହାଁମୁହିଁ)
୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମଧ୍ୟ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହା ପ୍ରଥମ WTC ଫାଇନାଲ୍ ଥିଲା। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଭାରତକୁ ୮ ୱିକେଟ୍ରେ ପରାସ୍ତ କରିଥିଲା।
(୨୦୨୫ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍)
୨୦୨୫ ICC ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ମଧ୍ୟ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ଟାଇଟଲ୍ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରିଥିଲା। ନ୍ୟୁଜିଲାଣ୍ଡ ଭାରତ ପାଇଁ ୨୫୨ ରନ୍ର ଟାର୍ଗେଟ୍ ରଖିଥିଲା। ଟିମ୍ ଇଣ୍ଡିଆ ୪୯ ଓଭରରେ ଏହି ଟାର୍ଗେଟ୍କୁ ପିଛା କରିଥିଲା।
ତେବେ ମୋଟାମୋଟି ଭାବରେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ICC ଟୁର୍ଣ୍ଣାମେଣ୍ଟରେ ତିନୋଟି ଫାଇନାଲ ଖେଳିସାରିଛନ୍ତି, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ ଦୁଇଟିରେ ବିଜୟୀ ରହିଥିବା ବେଳେ ଭାରତ ଗୋଟିଏରେ ବିଜୟୀ ହୋଇଛି । ଏଭଳି ଜବରଦସ୍ତ ଦୁଇ ଟିମ୍ ର ଗେମ୍ ଉପରେ ଏବେ କ୍ରିକେଟ୍-ପ୍ରେମୀଙ୍କ ନଜର | ପୁଣି କିଏ ମାରିବ ବାଜି ଆଉ କାହାର ହବ ଟ୍ରଫି ସେନେଇ ଟି-୨୦ ବିଶ୍ୱକପର ଟାଇଟଲ ମ୍ୟାଚ୍ ପାଇଁ ଫ୍ୟାନ୍ସଙ୍କ ଭିତରେ ବଢୁଛି ଉତ୍କଣ୍ଠା |
also read : https://purvapaksa.com/summer-heat-in-odisha/


