ରାଜଧାନୀରେ ଓଡ଼ିଶାର ପ୍ରତିଷ୍ଠା ବଢ଼ାଇବା ପାଇଁ ଏକ ନୂତନ ଅତିଥିଭବନ ‘ନୂଆ ଓଡ଼ିଶା ଭବନ’ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ମିଳୀତ ହୋଇ ଏହି ପ୍ରକଳ୍ପର ଆରମ୍ଭ କରିଛନ୍ତି ।

ପୁରୁଣା ଓଡ଼ିଶା ଭବନକୁ ଅସୁରକ୍ଷିତ ଘୋଷଣା କରି ଭାଙ୍ଗି ଦିଆଯାଇଥିଲା। ସେହି ସ୍ଥାନରେ ଏହି ନୂତନ ଭବନର ନିର୍ମାଣ କଳିଙ୍ଗ ଶୈଳୀରେ ହେବାକୁ ଯାଉଛି । ଏହାର ଆର୍କିଟେକ୍ଚର କଳିଙ୍ଗ ଶୈଳୀରେ ଆଧାରିତ, ଯେଉଁଥିରେ କୋଣାର୍କ ଚକ୍ର, ପଥର ଖୋଦେଇ କାମ ଓ ଇକତ୍ ଡିଜାଇନର ଛାପ ଦେଖାଯିବ ।
ଭବନ ପ୍ରାୟ ୦.୪୩ ଏକର ଜମିରେ ନିର୍ମିତ ହେବ ଏବଂ ଏହାର କୁଳ ଅଞ୍ଚଳ ହେବ ୫,୨୮୫ ବର୍ଗ ମିଟର । ଏହାର ଗଠନରେ ୩ଟି ବେସମେଣ୍ଟ ଗ୍ରାଉଣ୍ଡ ଫ୍ଲୋର ଏବଂ ୬ଟି ମହଲା ଥିବା ସହ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଭବନରେ ୪୫ଟି ରୁମ୍ ରହିବ ଯେଉଁଥିରେ ସାଧାରଣ ରୁମ୍, ଏଗଜେକ୍ୟୁଟିଭ୍ ରୁମ୍ ଏବଂ ଭିଆଇପି ସୁଇଟ୍ ସାମିଲ ଅଛି । ଏହି ବିଲ୍ଡିଂରେ ଏକ ଆଧୁନିକ ରୋଷେଇ ଘର ୩୨ ଜଣିଆ ଏଗଜେକ୍ୟୁଟିଭ୍ ଡାଇନିଂ ଏବଂ ୧୦ ଜଣିଆ ଭିଆଇପି ଡାଇନିଂ ହଲ୍ ମଧ୍ୟ ଥିବ। ଦ୍ୱିତୀୟ ମହଲାରେ ୭୩ ଜଣ ବସିବା ସମର୍ଥ କନଫରେନ୍ସ ହଲ୍ ରହିବ।
ଓଡ଼ିଶାର ସଂସ୍କୃତି, ହସ୍ତକଳା ଏବଂ କଳାର ପ୍ରଚାର ପାଇଁ ପ୍ରଥମ ମହଲାରେ ଏକ ଗ୍ୟାଲେରୀ ସଜାଯିବ। ସମ୍ପୂର୍ଣ୍ଣ ଏୟାର-କଣ୍ଡିସନ୍, ସୌର ଶକ୍ତି ବ୍ୟବହାର, ବର୍ଷା ଜଳ ସଂରକ୍ଷଣ ଏବଂ ୨୪ ଘଣ୍ଟିଆ ବିଦ୍ୟୁତ ଓ ଜଳ ସୁବିଧା ଥିବ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ “ଏହି ନୂଆ ଓଡ଼ିଶା ଭବନ କେବଳ ଏକ ଅତିଥିଭବନ ନୁହେଁ, ବରଂ ଦିଲ୍ଲୀରେ ଓଡ଼ିଶାର କଳା, ସଂସ୍କୃତି ଏବଂ ଆଧୁନିକତାର ପ୍ରତୀକ ହେବ। ଏହି ପ୍ରକଳ୍ପ ଓଡ଼ିଶାର ପ୍ରତିଷ୍ଠା ବଢ଼ାଇବା ଏବଂ ରାଜଧାନୀରେ ସଂସ୍କୃତିକ ଚିହ୍ନ ସ୍ଥାପନ କରିବାରେ ମଦଦ କରିବ। ଏହି ନୂଆ ଭବନ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଓଡ଼ିଶା ରାଜ୍ୟର ରାଜଧାନୀ ଓ ଦିଲ୍ଲୀର ନାଗରିକମାନଙ୍କ ପାଇଁ ସଂସ୍କୃତି ଏବଂ ଆଧୁନିକତାର ସଂଯୋଗ ଏକ ଅଦ୍ଭୁତ ଦୃଶ୍ୟ ପ୍ରଦାନ କରିବ।
also read https://purvapaksa.com/bus-accident-4/


