ପ୍ରକୃତି ବହୁତ ନିଆରା। ଏଥିରେ ଲୁଚି ରହିଛି ଅନେକ ରହସ୍ୟ।
ଏହା ଯେତେ ଆକର୍ଷଣୀୟ ସେତେ ହି ରଙ୍ଗୀନ। ଆମେ ଦୁନିଆରେ ଥିବା ସମସ୍ତ ରଙ୍ଗକୁ ଦେଖିପାରୁ। ଦୁନିଆର ପ୍ରତ୍ୟେକ ରଙ୍ଗୀନ ଜିନିଷ ଦେଖିବା ସହ ସେଥିରେ ଥିବା ସୌନ୍ଦର୍ଯ୍ୟକୁ ମଧ୍ୟ ଅନୁଭବ କରିଥାଉ। କିନ୍ତୁ ଆପଣ ଜାଣନ୍ତି କି ପଶୁମାନଙ୍କ କ୍ଷେତ୍ରରେ ଏହା ନୁହେଁ । ତେବେ ସେମାନେ ପ୍ରକୃତିକୁ କେଉଁ ରଙ୍ଗରେ ଦେଖିଥାନ୍ତି ? ନିଶ୍ଚୟ ଆପଣମାନଙ୍କ ମନରେ ଏହି ପ୍ରଶ୍ନ ଆସିଥିବ ।
ପଶୁମାନେ ବିଭିନ୍ନ ରଙ୍ଗକୁ ଦେଖିବା ପାଇଁ ସକ୍ଷମ ନୁହଁନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଭିନ୍ନ ପ୍ରାଣୀ ଜଗତକୁ ବିଭିନ୍ନ ରଙ୍ଗରେ ଦେଖନ୍ତି । ଉଦାହରଣସ୍ୱରୂପ, ବିଲେଇ ଏବଂ କୁକୁରମାନଙ୍କର ଆଖିରେ ଦୁଇ ପ୍ରକାରର ଝିଲ୍ଲୀ ରହିଛି, ଯାହା ନୀଳ ଏବଂ ସବୁଜ ଆଲୋକ ପ୍ରତି ସମ୍ବେଦନଶୀଳ ହୋଇଥାଏ । ସେଥିପାଇଁ ସେମାନଙ୍କ ପାଇଁ ପ୍ରତ୍ୟେକ ଜିନିଷ ନୀଳ ଏବଂ ସବୁଜ ରଙ୍ଗର ହୋଇଥାଏ ।
ସେହିପରି ଗାଈ ଲାଲ, ବାଦାମୀ କିମ୍ବା ହାଲୁକା ଲାଲ ରଙ୍ଗ ଦେଖିପାରେ । କିନ୍ତୁ ଏହା ବ୍ୟତୀତ ଅନ୍ୟ କୌଣସି ରଙ୍ଗ ଦେଖିପାରିନ୍ତି ନାହିଁ । ହେଲେ ଷଣ୍ଢମାନଙ୍କ କ୍ଷେତ୍ରରେ କଥା ଟିକେ ଅଲଗା । ଷଣ୍ଢମାନେ ସୁସ୍ଥ ମଣିଷ ତୁଳନାରେ ଆଂଶିକ ରଙ୍ଗ ଅନ୍ଧ ହୋଇଥାନ୍ତି । ତେଣୁ ସେମାନେ ଲାଲ ରଙ୍ଗ ଦେଖିପାରନ୍ତି ନାହିଁ । “ଉନ୍ନତ ପଶୁ କଲ୍ୟାଣ” ଅନୁଯାୟୀ, ଷଣ୍ଢମାନଙ୍କର ରେଟିନା ଉପରେ ନାଲି ରିସେପ୍ଟର ନଥାଏ। ତେଣୁ ସେମାନେ କେବଳ ହଳଦିଆ, ସବୁଜ, ନୀଳ ଏବଂ ବାଇଗଣୀ ଦେଖିପାରିଥାନ୍ତି ।
ମନୁଷ୍ୟର ତୁଳନାରେ ଜଙ୍ଗଲର ରାଜା ସିଂହର ରଙ୍ଗ ଦେଖିବା କ୍ଷମତା କମ୍ ଅଟେ । ତଥାପି ସିଂହମାନେ ରଙ୍ଗ ଦେଖିପାରିଥାନ୍ତି । ସିଂହମାନେ ନୀଳ ଏବଂ ସବୁଜ ମଧ୍ୟରେ ପାର୍ଥକ୍ୟ କରିପାରନ୍ତି । ସିଂହମାନଙ୍କ ଆଖିରେ ଏକ ଝିଲ୍ଲୀ ଅଛି, ଯାହା କମ୍ ଆଲୋକରେ ରେଟିନା ଉପରେ ଆଲୋକ ଦେଇଥାଏ । ଯାହା ଦ୍ୱାରା ସେମାନେ ନୀଳ ଏବଂ ସବୁଜ ରଙ୍ଗ ଛଡ଼ା କଳା, ନାଲି ଏବଂ ଧଳା ରଙ୍ଗ ଦେଖିପାରନ୍ତି ।
PREVIOUS POST: https://purvapaksa.com/census-in-india-looks-difficult-delimitation-many-challenges/