ଟେଲିଭିଜନ ଏବଂ ଚଳଚ୍ଚିତ୍ର ଜଗତରେ ନିଜର ଦମଦାର ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ଅଭିନେତ୍ରୀ ମୋନା ସିଂହ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୀର୍ଘ ସମୟ ପରେ ସେ ଚଳଚ୍ଚିତ୍ର “ବର୍ଡର ୨” ମାଧ୍ୟମରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦର୍ଶକଙ୍କ ସମ୍ମୁଖରେ ଫେରିଛନ୍ତି। ତାଙ୍କ ଅଭିନୟ ପାଇଁ ବର୍ତ୍ତମାନ ସେ ପ୍ରଶଂସା ସାଉଁଟୁଛନ୍ତି। ତେବେ କେବଳ ପେଶାଗତ ଜୀବନ ନୁହେଁ ବରଂ ମୋନା ସିଂହଙ୍କ ବ୍ୟକ୍ତିଗତ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ସମ୍ପ୍ରତି ଖୁବ୍ ଆଲୋଚନାରେ ରହିଛି । ଏକ ସାକ୍ଷାତକାରରେ ମୋନା ସିଂହ ଖୋଲାମେଲା ଭାବେ କହିଥିଲେ ଯେ, ଗୋଟିଏ ସମୟରେ ସେ ଅଭିନୟ ଜଗତରୁ ବ୍ରେକ୍ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ବ୍ରେକ୍ ନେବାର କାରଣ ଥିଲା ସମ୍ପୂର୍ଣ୍ଣ ବ୍ୟକ୍ତିଗତ।

ମୋନା କହିଥିଲେ ଯେ, ଏହି ବ୍ରେକ୍ ତାଙ୍କୁ ନିଜ ଇଚ୍ଛା ଅନୁଯାୟୀ ଜୀବନର ନିଷ୍ପତ୍ତି ନେବାର ସ୍ୱାଧୀନତା ଦେଇଥିଲା। କୌଣସି ପେଶାଗତ ଚାପ ବିନା ସେ ବିବାହ ସମ୍ପର୍କରେ ଚିନ୍ତା କରିପାରିଥିଲେ । ଏହି ସମୟରେ, ୩୪ ବର୍ଷ ବୟସରେ ମୋନା ସିଂହ ନିଜର ଏଗ୍ସ ଫ୍ରିଜ୍ କରାଇବା ନିଷ୍ପତ୍ତି ନେଇଥିଲେ, ଯାହାକୁ ସେ ଜୀବନର ଏକ ସଚେତନ ଏବଂ ଯୁକ୍ତିଯୁକ୍ତ ପଦକ୍ଷେପ ବୋଲି କହିଛନ୍ତି।

ମୋନା ସିଂହ ଜଣାଇଥିଲେ ଯେ, ତାଙ୍କ ପରିବାରର ଗାଇନିକ୍ ଡାକ୍ତର ତାଙ୍କ ଘରକୁ ଡିନର୍ ପାଇଁ ଆସିଥିବା ସମୟରେ ଏହି ବିଷୟରେ ଆଲୋଚନା ହୋଇଥିଲା। ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ ଯେ, ଯଦି ଆଗାମୀ ୫ ବର୍ଷ ମଧ୍ୟରେ ବିବାହ କିମ୍ବା ସନ୍ତାନ ନେବାର ଯୋଜନା ନାହିଁ, ତେବେ ଏଗ୍ସ ଫ୍ରିଜ୍ କରି ରଖିବା ଭବିଷ୍ୟତ ପାଇଁ ଏକ ସୁରକ୍ଷିତ ବିକଳ୍ପ ହୋଇପାରେ।

ସେ କହିଥିଲେ, ଏଗ୍ ଫ୍ରିଜ୍ ପ୍ରକ୍ରିୟା ୩ ରୁ ୬ ମାସ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଏହି ସମୟରେ ହରମୋନ ଇଞ୍ଜେକ୍ସନ ନେବାକୁ ପଡ଼େ, ଯାହା ଶରୀରରେ କିଛି ପରିବର୍ତ୍ତନ ଏବଂ ଅସୁବିଧା ସୃଷ୍ଟି କରିପାରେ। ତଥାପି, ଭବିଷ୍ୟତରେ ମା’ ହେବାର ବିକଳ୍ପକୁ ସୁରକ୍ଷିତ ରଖିବା ପାଇଁ ସେ ଏହାକୁ ଏକ ଭଲ ଧାରଣା ବୋଲି ମନେ କରନ୍ତି।ତେବେ ଡାକ୍ତରମାନେ ମଧ୍ୟ ସତର୍କ କରାଇଛନ୍ତି ଯେ, ଏଗ୍ ଫ୍ରିଜ୍ କରିବା ପ୍ରତ୍ୟେକ ମହିଳାଙ୍କ ପାଇଁ ଉପଯୁକ୍ତ ନୁହେଁ। କିଛି ମହିଳାଙ୍କ ପାଇଁ ଏହି ପ୍ରକ୍ରିୟା କଷ୍ଟକର କିମ୍ବା ବିପଦପୂର୍ଣ୍ଣ ହୋଇପାରେ। ତେଣୁ, ଏପରି ନିଷ୍ପତ୍ତି ନେବା ପୂର୍ବରୁ ଡାକ୍ତରୀ ପରାମର୍ଶ ଅତ୍ୟାବଶ୍ୟକ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
also read https://purvapaksa.com/india-will-be-income-tax-free-in-budget-2026-know-what-will-be-the-changes/
https://purvapaksa.com/india-will-be-income-tax-free-in-budget-2026-know-what-will-be-the-changes/


