ଆୟୁର୍ବେଦରେ ଅନେକ ଅମୂଲ୍ୟ ଔଷଧୀୟ ଗୁଣ ଅଛି ଯାହା ଶତାବ୍ଦୀ ଧରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଆସୁଛି। ଅନେକ ଔଷଧିକୁ ଜୀବନରକ୍ଷାକାରୀ ବୋଲି ବିବେଚନା କରାଯାଏ। ଏପରି ଏକ ଘାସ, ଯଦିଓ ସାଧାରଣ ଦେଖାଯାଏ, ଏହାର ଗୁଣ ଯୋଗୁଁ ଆୟୁର୍ବେଦରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ ଏବଂ ଦୀର୍ଘ ସମୟ ଧରି ଔଷଧ ଭାବରେ ବ୍ୟବହୃତ ହୋଇଆସୁଛି।
ଆମେ ଆପଣଙ୍କୁ ଅମ୍ବଲିଟି ବିଷୟରେ କହୁଛୁ। ଏହାକୁ କେହି କେହି ଖଟା ସୁନସୁନିଆ ଶାଗ ମଧ୍ୟ କହିଥାନ୍ତି । ଏହା ଆମ ଚାରିପାଖରେ ସହଜରେ ମିଳିଥାଏ । କିନ୍ତୁ ଅଧିକାଂଶ ଲୋକ ଏହାର ଔଷଧୀୟ ଗୁଣ ବିଷୟରେ ଜାଣିନଥାନ୍ତି। ଆୟୁର୍ବେଦ ଅନୁସାରେ, ଅମ୍ୱଲିଟିକୁ ହୃଦୟ ରୋଗଠାରୁ ଆରମ୍ଭ କରି ଚର୍ମ ସମସ୍ୟା ପର୍ଯ୍ୟନ୍ତ ସବୁକିଛି ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ଅନେକ ଉପାୟରେ ସୁସ୍ଥ ଶରୀର ବଜାୟ ରଖିବାରେ ସାହାଯ୍ୟ କରେ। ଅମ୍ୱଲିଟି ଅତ୍ୟନ୍ତ ଲାଭଦାୟକ ଏବଂ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଏହା ଖାଲି ସ୍ଥାନରେ ସ୍ୱତଃସ୍ଫୂର୍ତ୍ତ ଭାବରେ ବଢ଼ିଥାଏ। ଏହା କ୍ଷେତରେ ମଧ୍ୟ ମିଳିଥାଏ, କିନ୍ତୁ ଅଧିକାଂଶ ଲୋକ ଏହାକୁ ଚିହ୍ନି ନ ଥିବାରୁ ଏହାକୁ ଘାସ ଭାବରେ ବାଛି ଫିଙ୍ଗି ଦେଇଥାନ୍ତି । ଏହାର ତିନୋଟି ପତ୍ର, ହୃଦୟ ଆକୃତିର ଆକାର ଅଛି । ଏଥିରେ ଛୋଟ ହଳଦିଆ ଫୁଲ ଫୁଟିଥାଏ। ଆୟୁର୍ବେଦ “ଅମ୍ୱଲିଟି”କୁ ବହୁତ ଲାଭଦାୟକ ବୋଲି ବର୍ଣ୍ଣନା କରିଛି। ଚରକ ସଂହିତା ଏବଂ ସୁଶ୍ରୁତ ସଂହିତା ଅମ୍ୱଲିଟି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛି । ଯେଉଁଥିରେ ଏହା କିପରି ଏବଂ କେଉଁ ଲୋକଙ୍କ ପାଇଁ ବ୍ୟବହାର କରାଯାଇପାରିବ ତାହା ଅନ୍ତର୍ଭୁକ୍ତ ରହିଛି।

ପାଚନ ତନ୍ତ୍ର ପାଇଁ ଅମ୍ୱଲିଟି ବା ଖଟା ସୁନୁସୁନିଆ ଶାଗକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହାକୁ ବ୍ୟବହାର କରିବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ୍, ବଦହଜମୀ ଏବଂ ଅର୍ଶରୁ ମୁକ୍ତି ମିଳିଥାଏ । ଏହା ଅନ୍ତନଳୀରେ କ୍ଷତିକାରକ ଜୀବାଣୁକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଅମ୍ୱଲିଟି ଘାସ ହୃଦୟ ପାଇଁ ମଧ୍ୟ ଲାଭଦାୟକ । ଏଥିରେ ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍ ସି, କ୍ୟାରୋଟିନ୍ ଏବଂ ଅକ୍ସାଲେଟ୍ ରହିଥାଏ ଯାହା ସୁସ୍ଥ ହୃଦୟ ବଜାୟ ରଖିବାରେ ସାହାଯ୍ୟ କରେ। ଏହି ଔଷଧ ରକ୍ତବାହୀ ନଳୀରେ ଚର୍ବି ଜମା ହେବାକୁ ରୋକିଥାଏ ଏବଂ ପ୍ରଦାହ କମ କରିବାରେ ସାହାଯ୍ୟ କରିଥାଏ।

ନିଜକୁ ସୁନ୍ଦର କରିବା ପାଇଁ ଅନେକଙ୍କର ଇଚ୍ଛା ରହିଥାଏ । ବିଭିନ୍ନ ପ୍ରୟାସ ସତ୍ୱେ ମଧ୍ୟ କେହି କେହି ସଫଳତା ପାଇ ନଥାନ୍ତି । ବଜାରରେ ମିଳୁଥିବା କେମିକଲ ଜିନିଷ ବ୍ୟବହାର କରି ଓଲଟା ଫଳ ମଧ୍ୟ ପାଇଥାନ୍ତି । ତେବେ ଆପଣ ଯଦି ନିଜ ସୌନ୍ଦର୍ଯ୍ୟ ବଜାୟ ରଖିବା ନେଇ ଚିନ୍ତିତ ତେବେ ଏହି ସୂଚନା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଅମ୍ୱଲିଟି ଅନେକ ଚର୍ମ ସମସ୍ୟା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଯଦି ମୁହଁରେ ବ୍ରଣ ବାରମ୍ୱାର ଆସିଥାଏ ତେବେ ଅମ୍ୱଲିଟିର ପେଷ୍ଟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । କାରଣ ଏଥିରେ ପ୍ରଦାହ-ବିରୋଧୀ, ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ସଂକ୍ରମଣକୁ ରୋକିଥାଏ। ଅଧିକାଂଶ ମହିଳା ଲ୍ୟୁକୋରିଆ (ଧଳା ସ୍ରାବ) ରେ ପୀଡିତ ହୁଅନ୍ତି। ଔଷଧ ଖାଇବା ପରେ ମଧ୍ୟ ଉକ୍ତ ସମସ୍ୟା ଲାଗିରହିଥାଏ, ଧୀରେ ଧୀରେ ହାଡ଼ ଦୁର୍ବଳ ହୋଇଯାଏ। ଏହି ପତ୍ରର ରସ ସେବନ ଲ୍ୟୁକୋରିଆ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହା ହାଡ଼କୁ ମଜବୁତ କରିଥାଏ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
ଖଟା ସୁନୁସୁନିଆ ଶାଗ ଭିଟାମିନ ସି ରେ ଭରପୂର । ଏହାର ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ କାରଣରୁ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ, ପ୍ରଦାହ, ସନ୍ଧି ଯନ୍ତ୍ରଣା ଏବଂ ମାଢ଼ି ରୋଗ ପାଇଁ ମଧ୍ୟ ଏହା ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
AlsoRead; https://purvapaksa.com/if-you-have-these-9-qualities-you-are-an-intelligent-woman-acharya-chanakya/
https://purvapaksa.com/if-you-have-these-9-qualities-you-are-an-intelligent-woman-acharya-chanakya/

