ଶୁକ୍ରବାର ଦିନ ଦୁଇ ଜଣ ସଂଘୀୟ ବିଚାରପତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନକୁ ସରକାରୀ ସଟ୍ ଡାଉନ ସମୟରେ ଦେଶର ସର୍ବବୃହତ ଖାଦ୍ୟ ସହାୟତା କାର୍ଯ୍ୟକ୍ରମ ପାଇଁ ଦେୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ, ଯାହା ଲକ୍ଷ ଲକ୍ଷ ଆମେରିକୀୟଙ୍କ ଉପରେ ପଡ଼ିବାକୁ ଯାଉଥିବା ବିନାଶକାରୀ ପ୍ରଭାବକୁ ଅସ୍ଥାୟୀ ଭାବରେ ଏଡାଇ ଦେଇଛି। ମାସାଚୁସେଟ୍ସ ଏବଂ ରୋଡ ଆଇଲ୍ୟାଣ୍ଡରେ ପ୍ରାୟ ଏକକାଳୀନ ଜାରି ହୋଇଥିବା ରାୟ ଅନୁଯାୟୀ, ହ୍ୱାଇଟ୍ ହାଉସକୁ ନଭେମ୍ବର ମାସ ପର୍ଯ୍ୟନ୍ତ ସପ୍ଲିମେଣ୍ଟାଲ୍ ନ୍ୟୁଟ୍ରିସନ୍ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଏସ୍ଏନ୍ଏପି) ଜାରୀ ରଖିବା ପାଇଁ ଜରୁରୀକାଳୀନ ସଂରକ୍ଷଣ ପାଣ୍ଠି ବ୍ୟବହାର କରିବାକୁ ବାଧ୍ୟ କରିଛି। ଏହି ନିର୍ଦ୍ଦେଶଗୁଡ଼ିକ ସେତେବେଳେ ଆସିଥିଲା ଯେତେବେଳେ ଟ୍ରମ୍ପ, ଏକ ଟ୍ରୁଥ୍ ସୋସିଆଲ ପୋଷ୍ଟରେ, ସୁବିଧା ଲୋଡୁଥିବା ଲୋକଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ଜାରି କରି କହିଥିଲେ ଯେ ” ସେ ଚାହୁଁ ନାହାଁନ୍ତି ଆମେରିକୀୟମାନେ ଭୋକିଲା ରୁହନ୍ତୁ ” । ତଥାପି, ସେ ଦାବି କରିଛନ୍ତି ଯେ ସରକାରୀ ଓକିଲମାନେ ତାଙ୍କୁ କହିଥିଲେ ଯେ ନଭେମ୍ବର ୧ ରେ ପାଣ୍ଠି ଆନୁଷ୍ଠାନିକ ଭାବରେ ଶେଷ ହେବା ପରେ ପ୍ରଶାସନର “(ଏସ୍ଏନ୍ଏପି) ଲାଭ ଦେବାର ଆଇନଗତ ଅଧିକାର” ନାହିଁ।

୪୨ ମିଲିୟନରୁ ଅଧିକ ନିମ୍ନ ଆୟକାରୀ ଆମେରିକୀୟମାନେ ସେମାନଙ୍କର ମାସିକ ରାସନର ବଜେଟ୍ ପାଇଁ (ଏସ୍ଏନ୍ଏପି) କାର୍ଯ୍ୟକ୍ରମ – ଯାହା ପୂର୍ବରୁ ଫୁଡ୍ ଷ୍ଟାମ୍ପ ଭାବରେ ବେଶ୍ ଜଣାଶୁଣା ରହିଛି ତାହା ଉପରେ ନିର୍ଭର କରନ୍ତି। ଟ୍ରମ୍ପ୍, ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ କହିଛନ୍ତି ଯେ “ସରକାରୀ ଓକିଲମାନେ ଭାବୁନାହାଁନ୍ତି ଯେ ଆମର ଦେୟ ଦେବାର ଆଇନଗତ ଅଧିକାର ରହିଛି ବୋଲି, କିନ୍ତୁ ସେ ସେମାନଙ୍କୁ “ଆମେ କିପରି ଯଥାଶୀଘ୍ର ଆଇନଗତ ଭାବରେ (ଏସ୍ଏନ୍ଏପି) ପାଣ୍ଠି ଯୋଗାଇପାରିବା ତାହା ସ୍ପଷ୍ଟ କରିବାକୁ” କହିଛନ୍ତି।
କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ, କାର୍ଯ୍ୟରେ ଅନେକ ବିଳମ୍ବ ଦେଖା ଦେଇଛି। ନଭେମ୍ବର ମାସରେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ପାଣ୍ଠି ଯୋଗାଇବା ପାଇଁ ବିଚାରକମାନେ ପ୍ରଶାସନକୁ ଅନୁମତି ଦେଇଥିଲେ। ଯାହା ଫଳରେ ଯେଉଁ ଲକ୍ଷ ଲକ୍ଷ ପରିବାର ମାନଙ୍କର ବେନେଫିଟ କାର୍ଡଗୁଡ଼ିକ ସାଧାରଣତଃ ମାସ ଆରମ୍ଭରେ ରିଚାର୍ଜ କରାଯାଏ, ସେମାନଙ୍କ ପାଇଁ ଦେୟ ବିଳମ୍ବିତ ହେବାର ସମ୍ଭାବନା ରହିଛି।

ଟ୍ରମ୍ପ ସଟ୍ ଡାଉନ ସମାପ୍ତ ହେବା ପରେ ଡେମୋକ୍ରାଟମାନଙ୍କ ସହିତ ସେମାନଙ୍କ ଦାବି ଉପରେ ବସିବା ପାଇଁ ନିଜର ପ୍ରତିଶ୍ରୁତିକୁ ଦୋହରାଇବା ସହ ସାମ୍ବାଦିକ ମାନଙ୍କୁ କହିଛନ୍ତି “ଆମେ ଖୁବ୍ ଶୀଘ୍ର ସାକ୍ଷାତ କରିବୁ, କିନ୍ତୁ ସେମାନଙ୍କୁ ଦେଶକୁ ଖୋଲିବାକୁ ପଡିବ,” ସେ ପୁଣିଥରେ ବିରୋଧୀଙ୍କୁ ଆକ୍ଷେପ କରି ସାମ୍ବାଦିକ ମାନଙ୍କୁ କହିଥିଲେ, ଯେ “ଏହା ସେମାନଙ୍କର ଦୋଷ। ଯାହାକିଛି ହେଉଛି ସବୁକିଛି ସେମାନଙ୍କର ଦୋଷ। ଏହାର ସମାଧାନ ଖୁବ ସହଜରେ ହୋଇପାରିବ” ।
ALSO READ https://purvapaksa.com/anti-corruption-week-and-the-real-situation-in-the-state/

