ଓଡ଼ିଶା ରାଜନୀତିରେ କଟକ ଏକ ବିଶେଷ ଭୂମିକା ଗ୍ରହଣ କରେ। କୁହାଯାଏ ଯାହା ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ରାଜନୀତିକ ସଫଳତା ପାଇଁ ପରୀକ୍ଷା କରାଯାଉଛି ତାହା ଅନେକ ବର୍ଷ ଆଗରୁ କଟକରେ ହୋଇସାରିଛି। ସେ ହିଂସା ହେଉ ବା ଅହିଂସା, ସେ ସାମ୍ପ୍ରଦାୟିକ ହେଉ ବା ସଦ୍ଭାବ, ସେ କୋଟିପତିର ଅର୍ଥ ଲୋଭ ହେଉ ବା ଖଟିଖିଆର ସଂଗଠନ ସବୁ କିଛିର ଶକ୍ତିକୁ କଟକ ଦେଖିଛି, ଭୋଗିଛି, ଆଉ ଯାହା ଏ ସହର ପାଇଁ ଯେତେବେଳେ ଆବଶ୍ୟକ ହୋଇଛି ତାହାକୁ ଗ୍ରହଣ କରିଛି। ସେଥିପାଇଁ ତ କହନ୍ତି ଯାହା ନ ହୋଇଛି କଟକେ ତାହା ହୋଇ ନାହିଁ ଜଗତେ। କିନ୍ତୁ ବର୍ଷ ବର୍ଷ ଧରି ଧାରାବାହିକ ଭାବେ ଚାଲୁଥିବା ଏହି ପରମ୍ପରା ଓ ପରୀକ୍ଷା ନିରୀକ୍ଷାରେ ଯେତେବେଳେ ନୂଆ ପିଢ଼ି ସାମିଲ ହୋଇଛି ସେତେବେଳେ ହଲଚଲ ହୋଇଛି ସହର, ଏହାର ରାଜନୀତି ଓ ଲୋକଙ୍କ ସମ୍ପର୍କ, ଯାହା କିଛିଦିନ ତଳେ କଟକରେ ଘଟିଛି। ଏଥିରେ କିଛି ଯୁବା ଚେହେରା ଫାଇଦା ନେବା ପାଇଁ ଚୁପ୍ ରହିଛନ୍ତି। ସେ ଭିତରେ ଅଛନ୍ତି କଟକର ବିଧାୟିକ ସୋଫିଆ ଫିରଦୌସ୍। ଓଡ଼ିଶାକୁ ବଦ୍ନାମ କରିବା ପାଇଁ ସେ ବାରମ୍ବାର ଦିଲ୍ଲୀ ଲବିକୁ ବ୍ୟବହାର କରିଥିବା ଉଦାହରଣ ରହିଛି। ଏବେ ପ୍ରଶ୍ନ ସେହି ଲବି, ସେହି ଭାବଭଙ୍ଗୀକୁ ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବହାର କରିବେ କି? ନା ସୋଫିଆ କେବଳ ମୁସଲମାନଙ୍କ ହିଂସାର ସାଙ୍ଗ ହେବେ?
ବାପାଙ୍କ ଯୋଗୁ ବିଧାୟିକା ହେଲେ ସୋଫିଆ
ସୋଫିଆ ଫିରଦୌସ ଛାତ୍ର ଜୀବନରୁ ରାଜନେତା ନୁହନ୍ତି। ଜଣେ ଭଲ ଛାତ୍ର ଓ ପରେ ବ୍ୟବସାୟ ବାଣିଜ୍ୟର ସାମ୍ରାଜ୍ୟ ଖୋଲିଥିବା ଜଣେ ମହିଳା ଆନ୍ତ୍ରୋପ୍ରିନ୍ୟୋର। ମୁସଲମାନ ସମ୍ପ୍ରଦାୟରୁ ଆସିଥିବା ସୋଫିଆଙ୍କୁ ରକ୍ଷଣବାଦୀ, ରୁଢ଼ିବାଦୀ ଭାବେ ଦେଖାଯାଇନପାରେ। ସେ ଓଡ଼ିଶାରେ ମହିଳା ଶକ୍ତିଙ୍କ ଚେହେରା ଭାବେ ଲୋକେ ତାଙ୍କୁ ଗ୍ରହଣ କରି ଆସୁଛନ୍ତି। ବାପା ତାଙ୍କର ମହମ୍ମଦ ମୋକିମ୍। କଟକ ରାଜନୀତିରେ ଭାରି ଚର୍ଚ୍ଚିତ ନାଁ। ହିନ୍ଦୁ-ମୁସଲମାନ ଫରକ ସେ ରାଜନୀତିରେ ଦେଖନ୍ତି ନାହିଁ ବୋଲି କୁହାଯାଏ। ଜଣେ ସଫଳ ରିଅଲ ଇଷ୍ଟେଟ୍ ବ୍ୟବସାୟୀ। ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ସେ ବ୍ୟବସାୟ କରନ୍ତି। ଏପରିକି ତାଙ୍କ ନାଁରେ ଏକ ସରକାରୀ ସଂସ୍ଥାକୁ ଲୁଟିଥିବା ଅଭିଯୋଗ ରହିଛି। ଆଉ ସେହି ଅଭିଯୋଗ ସାବ୍ୟସ୍ତ ହେବାରୁ ସେ ଦଣ୍ଡିତ ବି ହୋଇଛନ୍ତି। ସେଥିଲାଗି ସେ ୨୦୨୪ ନିର୍ବାଚନ ଲଢ଼ି ପାରିନଥିଲେ। ଆଉ ବାଧ୍ୟ ହୋଇ ନିଜ ଉତ୍ତରାଧିକାରୀ ଭାବେ ସୋଫିଆଙ୍କୁ କଟକ ରାଜନୀତିରେ ଓହ୍ଲାଇଥିଲେ। ଯୁବ ଚେହେରା, ବିରୋଧୀଙ୍କ ସଂଗଠନରେ ବିଭାଜନ, ଆଉ ବାପାଙ୍କ ଭୋଟ୍ ତାଙ୍କୁ ବିଜୟୀ କରିଥିଲା। ଆଜି ସେହି ଭୋଟ୍ ହେତୁ ସେ ବିଧାୟିକା।
ଓଡ଼ିଶାକୁ ବଳାତ୍କାରୀ ରାଜ୍ୟର ଅପବାଦ ଦେଇଛନ୍ତି ସୋଫିଆ
ଆଉ ଚଳିତ ବିଧାନସଭାରେ କଂଗ୍ରେସର ଏକମାତ୍ର ତଥା ଜଣେ ମହିଳା ବିଧାୟିକା ହୋଇଥିବାରୁ ଜାତୀୟ କଂଗ୍ରେସରେ ତାଙ୍କର ଖାତିର ବି ଅଛି। ସେହି ଖାତିରକୁ ପ୍ରୟୋଗ କରି ନିଜର ବ୍ୟକ୍ତିତ୍ୱର ସୁଧାର କରିବାର ପ୍ରୟାସ କରି ସଫଳ ମଧ୍ୟ ହୋଇଛନ୍ତି। କିନ୍ତୁ ସୋଫିଆ ଆରମ୍ଭରୁ ନକରାତ୍ମକ କଥାକୁ ଅଧିକ ପ୍ରଶ୍ରୟ ଦେଇଛନ୍ତି। ଓଡ଼ିଶାକୁ ମହିଳା ନିର୍ଯାତନାର ଏକ ପେଣ୍ଠ ବୋଲି ବି ରୂପାୟନ କରିଛନ୍ତି। ଏପରିକି ଓଡ଼ିଶାକୁ ଦେଶ ବିଦେଶରେ ଏକ ବଳାତ୍କାରୀ ରାଜ୍ୟର ଅପବାଦ ମଧ୍ୟ ଦେଇଛନ୍ତି। ଯାହା ଫଳରେ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ପରିଭ୍ରମଣରେ ନ ଆସିବାକୁ ସେମାନଙ୍କ ଦେଶ ପର୍ଟ୍ୟଟକମାନଙ୍କୁ ଆଗୁଆ ଚେତାବନୀ ମଧ୍ୟ ଦେଉଛି। କିନ୍ତୁ ଆଜି ଯେତେବେଳେ କଟକ ସାମ୍ପ୍ରଦାୟିକ ଦଙ୍ଗାରେ ଜଳୁଛି, ପାଉଁଶ ତଳର ନିଆଁକୁ ତାଙ୍କ ସମ୍ପ୍ରଦାୟ ଉଙ୍ଖୁରାଇଥିବା ଅଭିଯୋଗ ହୋଇଛି ସେ ନୀରବ କାହିଁକି? ସେ କ’ଣ ହିଂସାକୁ ପ୍ରଶ୍ରୟ ଦେଉଛନ୍ତି?
ଓଡ଼ିଶାର ଜନସାଧାରଣଙ୍କୁ ନକାରାତ୍ମକ ଦୃଷ୍ଟିରେ ଚିତ୍ରଣ କରିଛନ୍ତି ସୋଫିଆ
ଗତ କିଛିମାସ ଧରି ଫିରଦୌସଙ୍କୁ ଦିଲ୍ଲୀରେ ଅନେକ ଥର ପ୍ରେସ୍କୁ ସମ୍ବୋଧିତ କରିବାର ଦେଖାଯାଇଛି। ଏଥିରେ ରାଜ୍ୟସ୍ତରୀୟ ବିବାଦକୁ ଉଜାଗର କରିବା, ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଦର୍ଶକଙ୍କ ସମ୍ମୁଖରେ ଓଡ଼ିଶାର ଜନସାଧାରଣଙ୍କୁ ନକାରାତ୍ମକ ଦୃଷ୍ଟିରେ ଚିତ୍ରଣ କରିବା ଦେଖାଯାଇଛି। ତାଙ୍କ ସମାଲୋଚକମାନେ ଯୁକ୍ତି ବାଢ଼ିଛନ୍ତି ଯେ ଦିଲ୍ଲୀରେ ବାରମ୍ବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟର ଭାବମୂର୍ତ୍ତିକୁ କଳଙ୍କିତ କରି ଦଳର ମୁଖିଆ ତଥା ଜାତୀୟ ସ୍ତରରେ ନିଜକୁ ପ୍ରତିପାଦିତ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିବାର ଏକ ପ୍ରୟାସ ଥିଲା।
Honoured to join @LambaAlka ji and Ms. Meenakshi Bahinipati ji for the Congress Party briefing at the new AICC HQ in New Delhi.
Grateful to the Congress leadership for the opportunity to raise Odisha’s pressing issues on the national platform — especially the alarming rise in… pic.twitter.com/Iyx0yb0MYg
— Sofia Firdous (@sofiafirdous1) June 19, 2025
କିଟ୍ ଛାତ୍ରୀ ଆତ୍ମହତ୍ୟାବେଳେ ସୋଫିଆ କାହିଁକି ନୀରବ ଥିଲେ?
ପ୍ରଥମେ ସୋଫିଆ ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ଲାଗି ଦିଲ୍ଲୀ କଂଗ୍ରେସ ଓ ସାମ୍ବାଦିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଏମିତି ପ୍ରତିକ୍ରିୟା ହେଲା ଯେ ଓଡ଼ିଶା ଏକ ନାରୀ ନିର୍ଯାତନାର ରାଜ୍ୟର ଛବି ପାଇଲା। ଏପରିକି ଏହା ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଓଡ଼ିଶାକୁ ନିନ୍ଦିତ କରିବାରେ ସହାୟକ ହେଲା। ଆମେରିକା ସରକାର ଓଡ଼ିଶାକୁ ମହିଳାଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ଭାବେ ଗ୍ରହଣ କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନ କ୍ଷତିଗ୍ରସ୍ତ ହେଲା। ତଥାପି ସୋଫିଆଙ୍କୁ ଶାନ୍ତି ମିଳିଲା ନାହିଁ। ଭଦ୍ରକ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୂତି ଘଟଣାକୁ ନେଇ ସେ ଏପରି ବୟାନ ଦେଲେ ଯେ ତାହା ଜଣାଇଦେଲା ଯେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ ବି ସୁରକ୍ଷିତ ନୁହେଁ। ଏଠାରେ ସରକାରୀ ଶିକ୍ଷାନୁଷ୍ଠାନ କହିବାର କାରଣ ହେଉଛି ସୌମ୍ୟାଶ୍ରୀଙ୍କ ଆତ୍ମାହୂତି ଘଟଣା ପୂର୍ବରୁ ରାଜ୍ୟର ଘରୋଇ କଲେଜ କିଟରେ ଛାତ୍ରୀ ଆତ୍ମହତ୍ୟା ନେଇ ସହର ପଡ଼ୁଥିବା ଉଠୁଥିବାବେଳେ କଟକ ନେତ୍ରୀ ତଥା କଂଗ୍ରେସର ଏକମାତ୍ର ମହିଳା ବିଧାୟିକ ଚୁପ୍ ରହିଥିଲେ।
କଟକ ଦଙ୍ଗା ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଥିଲା
କିନ୍ତୁ ଏଥର, ପରିସ୍ଥିତି ଓଲଟିଯାଇଥିବା ପରି ମନେ ହେଉଛି। କଟକରେ ଦୁର୍ଗାପୂଜା ବିସର୍ଜନ ସମୟରେ ସମ୍ପ୍ରତି ଘଟିଥିବା ହିଂସା ପରେ, ଯେଉଁଠାରେ ତାଙ୍କ ନିଜ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ସଂଘର୍ଷ ପାଇଁ ଅଭିଯୋଗ ହୋଇଛି, ଅନେକ ଲୋକ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଯେ ବିଧାୟିକା ପୁଣିଥରେ ଦିଲ୍ଲୀରେ ଯାଇ ସାମ୍ବାଦିକ ସମ୍ମିଳନୀ କରିବେ କି – ଏଥର ହିଂସାକୁ ନିନ୍ଦା କରିବା ପାଇଁ କିମ୍ବା ତାଙ୍କ ମତ ସ୍ପଷ୍ଟ କରିବା ପାଇଁ ସେ ଚାହିଁବେ କି?
କାରଣ ସୋଫିଆଙ୍କ ସମ୍ପ୍ରଦାୟର ଲୋକମାନେ ଯେପରି ଦୂର୍ଗାପୂଜା ଶୋଭାଯାତ୍ରା ଉପରକୁ ପଥର ଓ ବୋତଲ ମାଡ଼ କଲେ ତାହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଥିଲା ବୋଲି କଟକର ଅନେକ ସଚେତନ ନାଗରିକ ମତବ୍ୟକ୍ତ କରୁଛନ୍ତି। ଏହି ଦଙ୍ଗାକୁ ବାହାର ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଉସୁକାଇଥିବା କୁହାଯାଉଛି। ଶାନ୍ତିପ୍ରିୟ ଓଡ଼ିଶାକୁ ସାମ୍ପ୍ରାଦାୟିକ ନିଆଁ ଜାଳିପୋଡ଼ି ପାଉଁଶ କରିବା ସହିତ ରାଜ୍ୟ ସରକାରଙ୍କୁ ବଦ୍ନାମ କରିବାର ଯେଉଁ ଷଡ଼ଯନ୍ତ୍ର ହୋଇଥିଲା ସେଥିରେ ସେମାନେ ସଫଳ ହୋଇଥିବା ଆଲୋଚନା ହେଉଛି।
ଭାଇଚାରାରେ ଖାଇ କାହିଁକି?
ନିଜକୁ ଧର୍ମ ନିରପେକ୍ଷ ବୋଲି କହିବାକୁ ଚାହାନ୍ତି ସୋଫିଆ। ରାଜ୍ୟରେ ବିଶାଳ ରିଅଲ ଇଷ୍ଟେଟ୍ ବ୍ୟବସାୟ ଚଳାଉଥିବା ସୋଫିଆ ଓ ତାଙ୍କ ପରିବାରର ଅଧିକାଂଶ ଗ୍ରାହକ ତାଙ୍କ ସମ୍ପ୍ରଦାୟର ନୁହନ୍ତି। ଏଣୁ ତାଙ୍କର ବେଶଭୂଷା, ଚାଲି ଚଳଣରେ ତାଙ୍କ ସମ୍ପ୍ରଦାୟର ଲକ୍ଷ୍ୟଣ ଦେଖିବାକୁ ମିଳେ ନାହିଁ। ଅନେକ ସମୟରେ ହିନ୍ଦୁ ପୂଜା ପଣ୍ଡାଲ ଯିବା ସେଠାରେ ଦେବା ଦେବୀଙ୍କ ପ୍ରସାଦ ଖାଇବା, ଶାଢ଼ି, ଚୁଡ଼ି ସିନ୍ଦୁର ପିନ୍ଧିବା ଆଦି ସେ କରନ୍ତି।
ଭାଇଚାରାର ସହର କଟକରେ ପ୍ରସିଦ୍ଧ ରୁପା ତାରକସୀ କାର୍ଯ୍ୟ ସହ ଅଲୌକିକ ରୂପରେ ଝଟକୁଛନ୍ତି ଜଗତଜନନୀ ମା ଦୁର୍ଗା। କଟକ ସ୍ଥିତ ଯୋବ୍ରା ଠାରେ ମାଙ୍କ ଆଶୀର୍ବାଦ ନେବା ସହ ଚାନ୍ଦି ମେଢ଼ର ଶୁଭାରମ୍ଭ କରିବା ପାଇଁ ଆସିଥିଲେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି। ତାଙ୍କ ସହ ମିଶି ମାଙ୍କ ଦିବ୍ୟ ଦର୍ଶନ କରିଥିଲି। pic.twitter.com/Niq1JF1rkZ
— Sofia Firdous (@sofiafirdous1) September 29, 2025
ଏଥିଲାଗି ତାଙ୍କ ସମ୍ପ୍ରଦାୟ ବି ତାଙ୍କ ଉପରେ ବେଳେ ବେଳେ ଖପ୍ପା ହୋଇଥିବା କୁହାଯାଏ। ଅନ୍ୟକୁ ବିଶାଳ ହୃଦୟରେ କୋଳାଇ ନେଉଥିବା ସନାତନ ଧର୍ମର ଭୋଟର କେବେ ତାଙ୍କୁ କେଉଁ ଜାତି, ଧର୍ମର ପଚାରେ ନାହିଁ। ବରଂ ଯୁବକ ଭାବେ ତାଙ୍କଠାରୁ ଅନେକ କିଛି ଆଶା କରେ, ପରିବର୍ତ୍ତନ ଚାହେଁ। କଟକ ତାଙ୍କ ସମୟରେ ବଦଳିବ ବୋଲି ଆଶା କରେ। ହେଲେ ଫଳ କିନ୍ତୁ ମିଳେ ଓଲଟା- ଧର୍ମ ଭିତ୍ତିରେ ଦଙ୍ଗା। ଭାଇଚାରାରେ ଖାଇ। ବିଶ୍ୱାସରେ ବିଷ, ଶାନ୍ତି ନାଁରେ ପଥର ମାଡ଼ ଏମିତି ଅନେକ…।
ସୋଫିଆ ସାହସ ଦେଖାଇବା ଉଚିତ
ରାଜନୈତିକ ବିଶ୍ଳେଷକମାନେ ଏହାକୁ ତାଙ୍କ ପାଇଁ ରାଜନୈତିକ ସ୍ଥିରତା ଏବଂ ନୈତିକ ଦାୟିତ୍ୱର ପରୀକ୍ଷା ଭାବରେ ଦେଖନ୍ତି। ଯଦି ଜଣେ ନିର୍ବାଚିତ ପ୍ରତିନିଧି ଅନ୍ୟମାନଙ୍କୁ କାଠଗଡ଼ାରେ ଠେଲି ଦେଉଥିବା ପ୍ରସଙ୍ଗ ବିଷୟରେ ମୁହଁ ଖୋଲିଥାନ୍ତି, ତେବେ ସେମାନଙ୍କ ଯୁକ୍ତି ହେଉଛି, ଯେତେବେଳେ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ତାଙ୍କ ସମ୍ପ୍ରଦାୟ ସହିତ ଜଡ଼ିତ ଅଶାନ୍ତିର ସମ୍ମୁଖୀନ ହୁଏ, ସେତେବେଳେ ତାଙ୍କୁ ସମାନ ସାହସ ଦେଖାଇବା ଉଚିତ। ଏପରି ମୁହୂର୍ତ୍ତରେ ନୀରବତାକୁ ସହଜରେ ଚୟନମୂଳକ ଆକ୍ରୋଶ ଭାବରେ କୁହାଯାଇପାରେ – ଯାହା ସାଧାରଣ ଜୀବନରେ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରେ।
ରାଜନୈତିକ ଲାଭ ପାଇଁ ଜାତୀୟ ମଞ୍ଚରେ ରାଜ୍ୟର ମର୍ଯ୍ୟାଦା କ୍ଷୁର୍ଣ୍ଣ ନ ହେଉ
ତଥାପି, ବିଧାୟିକାଙ୍କ ସମର୍ଥକମାନେ ଏହାର ପ୍ରତିବାଦ କରନ୍ତି ଯେ ସୋଫିଆ ସର୍ବଦା ନ୍ୟାୟ ଏବଂ ସ୍ୱଚ୍ଛତାର ସ୍ଥିତିରୁ କଥା କହିଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ତାଙ୍କୁ ଶୀଘ୍ର ବିଚାର କରାଯିବା ଉଚିତ ନୁହେଁ ଏବଂ ବୟାନ ଦେବା ପୂର୍ବରୁ ତଥ୍ୟ ଅଧ୍ୟୟନ କରିବା ପାଇଁ ସମୟ ଦିଆଯିବା ଉଚିତ।
“ସେ ସର୍ବଦା ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଠିଆ ହୋଇଛନ୍ତି,” ତାଙ୍କ ଜଣେ ସହାୟକ କୁହନ୍ତି। “ଭାବପ୍ରବଣ ଭାବରେ ପ୍ରତିକ୍ରିୟା ଦେବା ପୂର୍ବରୁ ସୂଚନା ଯାଞ୍ଚ କରିବା ତାଙ୍କର ଆଭିମୁଖ୍ୟ।”
ତଥାପି, ବ୍ୟାପକ ରାଜନୈତିକ ପ୍ରଶ୍ନ ରହିଛି; ରାଜ୍ୟସ୍ତରୀୟ ପ୍ରସଙ୍ଗଗୁଡ଼ିକୁ ଦିଲ୍ଲୀର ଗଣମାଧ୍ୟମ ମଞ୍ଚକୁ ନିରନ୍ତର ନିଆଯିବା ଉଚିତ କି? ବୈଧ ଚିନ୍ତା ଉଠାଇବା ଏକ ଗଣତାନ୍ତ୍ରିକ ଅଧିକାର, ସମାଲୋଚକମାନେ କୁହନ୍ତି ଯେ ସନ୍ତୁଳନ ରକ୍ଷା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ – ରାଜନୈତିକ ଲାଭ ପାଇଁ ଜାତୀୟ ମଞ୍ଚରେ ରାଜ୍ୟର ମର୍ଯ୍ୟାଦା କ୍ଷୁର୍ଣ୍ଣ ନ ହେବା ନିଶ୍ଚିତ କରିବା ଦରକାର।
ଭୋଟ ପାଇଁ ସୋଫିଆ ନୀରବ!
କଟକ, ଯାହା ଏହାର ମିଶ୍ରିତ ସଂସ୍କୃତି ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଜଣାଶୁଣା, ଏହି ପରିମାଣର ସାମ୍ପ୍ରଦାୟିକ ଉତ୍ତେଜନା ବହୁତ କମ୍ ଦେଖିଛି। ନାଗରିକ ନେତା ଏବଂ ସାମାଜିକ ସଂଗଠନଗୁଡ଼ିକ ସମସ୍ତ ସମ୍ପ୍ରଦାୟକୁ ସଂଜମତା ଅବଲମ୍ବନ କରିବାକୁ ଏବଂ ସଦ୍ଭାବନା ପୁନଃସ୍ଥାପନ ପାଇଁ କାମ କରିବାକୁ ଅନୁରୋଧ କରିଛନ୍ତି। ଏପରି ଏକ ଅଶାନ୍ତ ପରିବେଶ ମଧ୍ୟରେ, ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କିନ୍ତୁ କଟକରେ ତାହା ଦେଖିବାକୁ ମିଳୁ ନାହିଁ। ବରଂ ନିଜ କୁର୍ସି ଓ ସମ୍ପ୍ରଦାୟର ଭୋଟ ପାଇଁ ସୋଫିଆ ନୀରବ ରହୁଛନ୍ତି ବୋଲି ଅଭିଯୋଗ ହେଉଛି।
ଏବେ କଟକ ସହର ଶାନ୍ତ ହେବା ସହିତ, ସମସ୍ତଙ୍କ ନଜର ଏବେ ବିଧାୟିକା ସୋଫିଆ ଫିରଦୌସଙ୍କ ଉପରେ। ସେ କ’ଣ ଦିଲ୍ଲୀର ପ୍ରେସ୍ ମିଟ୍କୁ ସମ୍ବୋଧିତ କରିବାର ତାଙ୍କର ଧାରା ବଜାୟ ରଖିବେ – ନା ସେ କ’ଣ କଟକରେ ନିଜ ଲୋକଙ୍କ ସହିତ ସିଧାସଳଖ ଜଡ଼ିତ ହେବାକୁ ବାଛିବେ, ବିଭାଜନକୁ ସେତୁ କରିବା ଏବଂ ଭୂମିରେ ଆତ୍ମବିଶ୍ୱାସ ପୁନଃସ୍ଥାପନ କରିବାକୁ ଚେଷ୍ଟା କରିବେ?
ତାଙ୍କର ପରବର୍ତ୍ତୀ ପଦକ୍ଷେପ କେବଳ ତାଙ୍କର ରାଜନୈତିକ ପ୍ରତିଛବି ନୁହେଁ ବରଂ ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର ମଧ୍ୟରୁ ଗୋଟିଏରେ ଅନ୍ତର୍ଭୁକ୍ତ ନେତୃତ୍ୱ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ମଧ୍ୟ ପରିଭାଷିତ କରିପାରେ।
Also readhttps://purvapaksa.com/dibyash-was-removed-from-the-bjd-election-committee/
