ରାଜ୍ୟର ପ୍ରତି ତହସିଲରେ ଏଣିକି ଜମି ଜମା ପଞ୍ଜିକରଣ ହୋଇପାରିବ। ଏନେଇ ତହସିଲରେ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହା ନୂଆପଡ଼ା ଜିଲ୍ଲାର ଆରମ୍ଭ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି ବୋଲି ଆଜି ନିର୍ବାଚନ ଅଭିମୁଖୀ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ମୁଁ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲି। ଏହି ପ୍ୟାକେଜ୍ ମଧ୍ୟରେ ୬୪ କୋଟି+ ଟଙ୍କା ବ୍ୟୟରେ ନିର୍ମିତ ୧୦୯ ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୫୯ କୋଟି + ଟଙ୍କାର ୩୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସର୍ବାଧିକ ଗୁରୁତ୍ୱ ଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ କେବଳ… pic.twitter.com/BTa7Qn8jUW
— Mohan Charan Majhi (@MohanMOdisha) October 6, 2025
ନୂଆପଡ଼ାରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଶାସନିକ ସୁବିଧା ନିମନ୍ତେ, ରାଜ୍ୟର ସମସ୍ତ ତହସିଲରେ ସବ୍-ରେଜିଷ୍ଟ୍ରେସନ୍ ଅଫିସ ଖୋଲିବାକୁ ନିଷ୍ପତ୍ତି ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି। ମୁଁ ପୁନର୍ବାର ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ଆମର ଡବଲ ଇଞ୍ଜିନ ସରକାର ସବୁବେଳେ ଆପଣମାନଙ୍କ ସେବା ପାଇଁ ପ୍ରସ୍ତୁତ ଅଛି ଏବଂ ନୂଆପଡ଼ାବାସୀଙ୍କ ପାଇଁ ମୋର ଦ୍ୱାର ସର୍ବଦା ଉନ୍ମୁକ୍ତ।
ସେ କହିଛନ୍ତି, ଆଜି ମୁଁ ନୂଆପଡ଼ା ଜିଲ୍ଲା ପାଇଁ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲି। ଏହି ପ୍ୟାକେଜ୍ ମଧ୍ୟରେ ୬୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ୧୦୯ ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୫୯ କୋଟିରୁ ଅଧିକ ଟଙ୍କାର ୩୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସର୍ବାଧିକ ଗୁରୁତ୍ୱ ଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ କେବଳ ଜଳସେଚନ ପାଇଁ ୮୦୨ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି।
ଗତ ପନ୍ଦର ଦିନ ମଧ୍ୟରେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱିତୀୟ ନୂଆପଡ଼ା ଗସ୍ତ। ନୂଆପଡ଼ାର ବିକାଶକୁ ଗୁରୁତ୍ୱ ଦେବାର ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ମୁଁ ଆଜି ପୁଣିଥରେ ନୂଆପଡ଼ା ଆସିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଜିଲ୍ଲାର ବିକାଶ ଦାୟିତ୍ୱକୁ ମୁଁ ବ୍ୟକ୍ତିଗତ ଭାବେ ତଦାରଖ କରିବି ଏବଂ ଆବଶ୍ୟକ ହେଲେ ବାରମ୍ବାର ଆସିବି। ଆମର ‘ଡବଲ୍ ଇଞ୍ଜିନ୍ ସରକାର’ ଏହି ଅଞ୍ଚଳର ଉଚ୍ଚାଭିଳାଷୀ ଓ ପରିଶ୍ରମୀ ଜନସାଧାରଣଙ୍କ ସାମର୍ଥ୍ୟକୁ କାର୍ଯ୍ୟରେ ଲଗାଇବାକୁ ପ୍ରତିଶ୍ରୁତିବଦ୍ଧ। ପୂର୍ବରୁ ଅବିଭକ୍ତ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ଆଞ୍ଚଳିକ ବୈଷମ୍ୟତା ଅନୁଭବ କରୁଥିଲେ ମଧ୍ୟ ବର୍ତ୍ତମାନ ଆମେ ରାଜ୍ୟର ସମସ୍ତ ଅଞ୍ଚଳକୁ ସମାନ ଗୁରୁତ୍ୱ ପ୍ରଦାନ କରୁଛୁ ବୋଲି କହିଛନ୍ତି ଶ୍ରୀ ମାଝୀ।
ଚଳିତ ବର୍ଷ ଏପ୍ରିଲ ମାସରେ ମାରାଗୁଡ଼ା ମହୋତ୍ସବ ସମୟରେ ସେ ନୂଆପଡ଼ା ଆସିଥିଲେ।
Also readhttps://purvapaksa.com/jail-returnees-ex-convicts-are-behind-the-cuttack-riotsmahatab/
Cuttack riots II କଟକ ଦଙ୍ଗା ପଛରେ ଜେଲ ଫେରନ୍ତା: ଭର୍ତ୍ତୃହରି ମହତାବ

