ସୁନ୍ଦରଗଡ଼ କୋଇଡାରେ ଥିବା ୭ଜଣ ଖଣି ଲିଜଧାରୀଙ୍କଠାରୁ ୮୩ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଶୁକ୍ଳ ଆଦାୟ ହୋଇନି। ଏହି ସବୁ ଖଣିର ବାର୍ଷିକ ଉତ୍ପାଦନ ବଢ଼ିଥିଲେ ବି ସେହି ହିସାବରେ ବର୍ଦ୍ଧିତ ଷ୍ଟାମ୍ପ ଡ୍ୟୁଟି ଆଦାୟ ହେଲାନି। କୋଇଡା ଖଣି ଉପନିର୍ଦ୍ଦେଶକ(ଡିଡିଏମ) ଓ ବଣାଇ ସବରେଜିଷ୍ଟ୍ରାରଙ୍କ ମଧ୍ୟରେ ସମନ୍ଵୟ ଅଭାବ ଯୋଗୁ ସରକାର ୮୩ କୋଟିର ରାଜସ୍ଵ ହରାଇଛନ୍ତି। ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଙ୍କ ଅଡିଟ୍ ଯୋଗୁଁ ଏହା ପଦାକୁ ଆସିଛି। ୨୦୧୯ ମାର୍ଚ୍ଚ ମାସରୁ ୨୦୨୩ ଫେବ୍ରୁଆରୀ ଭିତରେ ଖଣି ଯୋଜନାର ପରିବର୍ତ୍ତନ ମାଧ୍ୟମରେ ୭ଟି ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ବଢ଼ିଥିଲା। ୨୦୧୯ରୁ ଖଣିର ଧାର୍ୟ୍ୟ ଉତ୍ପାଦନ କ୍ଷମତା ବଢ଼ିଥିଲେ ବି ପୁରୁଣା ଉତ୍ପାଦନ କ୍ଷମତା ହିସାବରେ ଷ୍ଟାମ୍ପ ଡ୍ୟୁଟି ଓ ସମନ୍ଵୟ ଅଭାବରୁ ସରକାର ରାଜସ୍ଵ ହରାଇଲେ । ପଞ୍ଜିକରଣ ଶୁକ୍ଳ ଆଦାୟ ହେଉଥିଲା। ୪ ବର୍ଷ ଧରି ଖଣି ଲିଜଧାରୀମାନେ ଅଧିକ ଖଣି ଉତ୍ପାଦନ କରୁଥିଲେ ବି ଆବଶ୍ୟକ ଷ୍ଟାମ୍ପ ଡ୍ୟୁଟି ଦାଖଲ କରିନଥିଲେ। କେବଳ ୨ଜଣ ଖଣି ଲିଜଧାରୀ ବର୍ଦ୍ଧିତ କ୍ଷମତା ମୁତାବକ ଷ୍ଟାମ୍ପ ଡ୍ୟୁଟି ଦାଖଲ କରିଥିଲେ। ଖଣିର ଉତ୍ପାଦନ କ୍ଷମତା ବଢ଼ିଥିଲେ ବି କୋଇଡା ଡିଡିଏମ୍ ଏ ସମ୍ପର୍କରେ ବଣାଇ ସବ୍ରେଜିଷ୍ଟ୍ରରଙ୍କୁ ଜଣାଇନଥିଲେ। ବଣାଇ ସବ୍ରେଜିଷ୍ଟ୍ରର ମଧ୍ୟ ଉତ୍ପାଦନ ସ୍ତର ବଢ଼ିଛି କି ନାହିଁ, ତାର ତଥ୍ୟ ଦେଇନଥିଲେ।
କେଜେଏସ୍ ଜଳଡିହି ଲୁହା, ମାଙ୍ଗାନିଜ୍ ଓ ବକ୍ସାଇଟ୍ ଖଣି ବ୍ଲକ୍ର ବାର୍ଷିକ ଉତ୍ପାଦନ କ୍ଷମତା ୨୦ଲକ୍ଷ ୧୬ ହଜାର ୯୦୦ ମେଟ୍ରିକ୍ ଟନ୍ ଥିଲା। କିନ୍ତୁ ପରେ ଏହି ଉତ୍ପାଦନ କ୍ଷମତା ୨୮ଲକ୍ଷ ମେଟ୍ରିକ ଟନ୍କୁ ବଢ଼ିଥିଲା। ଏହି ବାବଦରେ ପ୍ରାୟ ୧୦କୋଟି ୨୧ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଶୁକ୍ଳ ଆଦାୟ ହୋଇନି। ରାଇକେଲା ଲୁହା ଖଣିରୁ ୬୩ କୋଟି, ନାରାୟଣ ପୋଷୀ ଲୁହା ଓ ମାଙ୍ଗାନିଜ୍ ଖଣିରୁ ୭୩ କୋଟି, କଲତ -ବାରସୁଆଁ ତଳଡିହି ଲୁହା ଖଣିରୁ ୧୦ କୋଟି ଓ ରାଇକେଲା-ତନ୍ତ୍ରା ଲୁହା ଖଣିରୁ ୨୩ କୋଟି ୫୭ ଲକ୍ଷ ଟଙ୍କା ମୂଲ୍ୟର ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜିକରଣ ଶୁକ୍ଳ ଆଦାୟ ହୋଇନଥିବା ସିଏଜି ଅଡିଟ୍ରେ ଦର୍ଶାଇଛନ୍ତି।
ALSO READ https://purvapaksa.com/nato-warns-russia-of-airspace-violations/
NATO warns Russia of airspace violations ।। ୟୁରୋପର ସବୁଦେଶରେ ପଶୁଛି ଋଷ ଡ୍ରୋନ୍, ଏହା କ’ଣ ନାଟୋ ଚାଲ ?


