ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣା ପଦାକୁ ଆସିବା ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାଲାୟଲମ୍ ସିନେମା ‘ମନଷ୍ଟର’ ସହ ଶୁଭମିତ୍ରା ହତ୍ୟାକାଣ୍ଡ ଏକପ୍ରକାର ସମାନ। ମୋହନ ଲାଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ବୀମା ରାଶି ହାତେଇବା ପାଇଁ ହନି ରୋଜ୍ କିପରି ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି ତାହା ଦେଖିବାକୁ ମିଳିଛି । ହନି ରୋଜ୍ ନିଜ ନାମ ବଦଳାଇ ଗୋଟିଏ ପରେ ଗୋଟିଏ ବିବାହ କରିବା ସହ ସ୍ୱାମୀଙ୍କୁ ହତ୍ୟା କରୁଥିଲେ। ଆଉ ସ୍ଵାମୀଙ୍କ ମୃତ୍ୟୁପରେ ବୀମା ବାବଦକୁ ୩ କୋଟି ଟଙ୍କା ପାଉଥିଲେ । ୩ଟି ରାଜ୍ୟରେ ୩ଟି ହତ୍ୟା କରି ୧୨ କୋଟି ଟଙ୍କା ହାତେଇ ଥିଲେ I ଚତୁର୍ଥ ହତ୍ୟାକାଣ୍ଡ କରିବା ପୂର୍ବରୁ ତଦନ୍ତକାରୀ ଅଧିକାରୀ ମୋହନ ଲାଲଙ୍କ ହାତରେ ଧରାପଡ଼ିଥିଲେ। ୨୦୨୨ ମସିହାର ଏହି ମାଲାୟଲମ୍ ସିନେମା ସହ ଦୀପକର ଷ୍ଟୋରୀ ଏକପ୍ରକାର ମ୍ୟାଚ କରୁଛି।
ଦୀପକ କେବଳ ଶୁଭମିତ୍ରାଙ୍କୁ ନୁହେଁ, ବରଂ ବୀମା ଟଙ୍କା ହାତେଇବା ପାଇଁ ଦୀପକ ତା’ର ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପତ୍ନୀଙ୍କ ମୃତ୍ୟ ବେଳକୁ ସେ ୭ ମାସର ଗର୍ଭବତୀ ଥିବାରୁ ଗର୍ଭସ୍ଥ ଶିଶୁ ମୃତ୍ୟୁ ପଛରେ ମଧ୍ୟ ପିଶାଚ ଦୀପକ ଦାୟୀ ବୋଲି ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ କରିଛନ୍ତି । ସେପଟେ ବୁଧବାର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତଦେହ ବ୍ୟବଚ୍ଛେଦ କରିବା ପରେ ଗୁରୁବାର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରକୁ ଆସିଛି। ଏଥି ସହିତ ମୃତଦେହରୁ ସଂଗ୍ରହ ହୋଇଥିବା ବିଭିନ୍ନ ନମୁନା ମଧ୍ୟ ଅଣାଯାଇଛି। ପ୍ରମାଣ ଅଭାବରୁ ଅପର୍ଣ୍ଣା ମାମଲା ବନ୍ଦ କନେଷ୍ଟବଳ ଦୀପକ ୨୦୧୮ ମସିହାରେ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିବା ବେଳେ ୨୦୨୧ ମସିହାରେ ଅପର୍ଣ୍ଣା କନ୍ଦରସିଂହାରେ ରାଜ ନିରୀକ୍ଷକ ଭାବେ କାମ କରୁଥିଲେ । ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖ ଦିନ ଦୀପକ ଓ ଅପର୍ଣ୍ଣା କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିଲେ । ଖୁଣ୍ଟୁଣି ଥାନା ଅଧୀନସ୍ଥ ରାଧାଦାମୋଦରପୁର ଠାରେ ପରିସ୍ରା କରିବାକୁ କାର ରଖୁଥିଲେ । ଅପର୍ଣ୍ଣା ପରିସ୍ରା କରିବାକୁ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ଆହତ ହୋଇଥିଲେ। ଗୁରୁତର ଅପର୍ଣ୍ଣାଙ୍କୁ ଦୀପକ ଆମ୍ବୁଲାନ୍ସରେ ନେବା ପରିବର୍ତ୍ତେ ନିଜ କାରରେ ନେଇଥିଲା ।
କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅପର୍ଣ୍ଣା ପ୍ରାଣ ହରାଇଥିଲେ । ଦୀପକର ଅଭିଯୋଗ କ୍ରମେ ଖୁଣ୍ଟୁଣୀ ଥାନା ପୁଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିଲା । ହେଲେ ପ୍ରମାଣ ଅଭାବରୁ ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରି ଦେଇଥୁଲା ଟ୍ରକ୍ ଚାଳକ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପରିବର୍ତ୍ତ? ଏଫ୍ଆରଟି ନାଁ କୁ କରି ମାମଲାକୁ ଚାପି ଦେଇଥିଲା। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ପତ୍ନୀ ୭ ମାସର ଗର୍ଭବତୀ ସତ୍ତ୍ଵେ ଦୀପକ କାହିଁକି ଲମ୍ବା ଯାତ୍ରା କରୁଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଆଖପାଖରେ ପ୍ରାଥମିକ ଚିକିତ୍ସା ନ କରି ସିଧା କଟକ ନେଇଥିବାରୁ ଚିକିତ୍ସା ଅଭାବରୁ ଅପର୍ଣ୍ଣାଙ୍କ ମୃତ୍ୟୁ ହେବା କଥାକୁ ଏଡ଼ାଇ ଦିଆଯାଇ ନ ପାରେ। ଅପର୍ଣ୍ଣାଙ୍କ ମୃତ୍ୟୁପରେ ବୀମା ବାବଦକୁ କୋଟିଏ ଟଙ୍କା ପାଇଥଲା ଦୀପକ । ଏବେ ବୀମାରାଶି ହାତେଇବାକୁ ଶୁଭମିତ୍ରାଙ୍କୁ ହତ୍ୟା କରିବା କଥା ଜଣାପଡ଼ିବା ପରେ ପ୍ରଥମ ପତ୍ନୀଙ୍କ ମାମଲାକୁ ପୁଣି ଖୋଲିଛି ପୁଲିସ। ତତ୍କାଳୀନ ଥାନା ଅଧିକାରୀ ଓ ଘଟଣାର ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।

ପିଏଫ୍ ଟଙ୍କା ହାତେଇବାକୁ ବଡ଼ବଡ଼ିଆଙ୍କ ଚାପ ଅପର୍ଣ୍ଣାଙ୍କ ମୃତ୍ୟୁପରେ କୋଟିଏ ଟଙ୍କା ବୀମା ରାଶି ପାଇବା ପରେ ମଧ୍ୟ ଦୀପକର ଲୋଭ ସରିନଥିଲା। ପ୍ରୋଭିଡିଏଣ୍ଟ ଫଣ୍ଡ (ପିଏଫ୍) ଓ ଗ୍ରାଚୁଇଟି ଟଙ୍କା ଉପରେ ନଜର ପକାଇଥିଲା ଦୀପକ। ସରକାରୀ ସ୍ତରରେ କାଗଜପତ୍ର କାମ ଶୀଘ୍ର କରିବା ପାଇଁ ଢେଙ୍କାନାଳ ଜିଲ୍ଲା ସରକାରୀ ଅଫିସ ଉପରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ଵାରା ଚାପ ପକାଉଥିଲା। ଏମିତିକି ଜାଲିଆତି କରି ସର୍ଭିସ୍ ବୁକରେ ନିଜକୁ ନୋମିନି ଭାବେ ଉପସ୍ଥାପିତ କରିଥିଲା । କିଛି ଦିନ ହେବ ପିଏଫ୍ ଓ ଗ୍ରାଚୁଇଟି ଟଙ୍କା ପାଇବା ପାଇଁ ଢେଙ୍କାନାଳ ଜିଲ୍ଲା ଓ ଓଡ଼ାପଡ଼ା ତହସିଲ ଅଫିସକୁ ଚାପ ପକାଉଥଲା। ମୃତ ରାଜସ୍ୱ ନିରୀକ୍ଷକ ଅପର୍ଣ୍ଣାଙ୍କ ସର୍ଭିସ୍ ବ୍ଲକରେ ଅନିୟମିତତା ଜାଣିପାରି ଓଡ଼ାପଡ଼ା ତହସିଲଦାର ଏହି ପ୍ରକ୍ରିୟାକୁ ରୋକି ଦେଇଥିଲେ।
ଶୁଭମିତ୍ରାଙ୍କୁ ହତ୍ୟା କରିବା ପରେ କାରରେ ମୃତଦେହ ରଖୁଥିଲା ଦୀପକ ମର୍ଡର ସ୍କଟରୁ ମୃତଦେହ ଭର୍ଜି କାର ନେଇ ସିଧା ଯାଇଥିଲା ପୁଲିସ ସେବା ଭବନ (ସିପି ଅଫିସ୍)। ସେଠାରେ ପ୍ରାୟ ୨ ଘଣ୍ଟା ଧରି ପାର୍କ ହୋଇଥିଲା କାର। ସନ୍ଧ୍ୟା ହେବାପରେ ଘଟଗାଁ ବାହାରିଥିଲା ଦୀପକ। ସିସିଟିଭି, ବନ୍ଧୁକଧାରୀ ସୁରକ୍ଷାକର୍ମୀ ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଥିବା ସତ୍ତ୍ୱେ କେହି ମଧ୍ୟ ଏସବୁର ଟେର୍ ପାଇ ନ ଥିଲେ । ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୁଲିସ। ଜାମିନ ନାମଞ୍ଜୁର ହେବା ପରେ ଦୀପକ ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜେଲ୍ ଯିବାପରେ ଦୀପକକୁ ନିଲମ୍ବିତ କରାଯାଇଛି। କିନ୍ତୁ ଏଭଳି ବିଭତ୍ସ ଓ ଲୋମହର୍ଷଣକାରୀ କାଣ୍ଡକୁ ସହଜରେ ହଜମ କରିପାରି ନାହାନ୍ତି ପରିବାର ଲୋକେ।
ALSO READ https://purvapaksa.com/trees-in-india-are-not-getting-enough-sun-light/
Trees in India are not getting enough Sunlight ।। ଭାରତରେ ଗଛଗୁଡ଼ିକ ଆଲୁଅ ପାଉନାହାଁନ୍ତି


