ଜଗବନ୍ଧୁ ଖୁଣ୍ଟିଆ ଟ୍ରଷ୍ଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। କଳିଙ୍ଗ ବିହାର ୫ ନମ୍ବର ଲେନ ସ୍ଥିତ ଜଗବନ୍ଧୁ ଖୁଣ୍ଟିଆ ମୁଖ୍ୟ କାର୍ଯ୍ୟାଳୟ puri Palm resort ରେ ପତାକା ଉତ୍ତୋଳନ କରାଯାଇଥିବା ବେଳେ ଵୃକ୍ଷ ରୋପଣ କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଛି ଏହା ପରେ ଅଂଚଳରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।ସମ୍ପାଦକ ଜମିଦାର ନାରାୟଣ ଖୁଣ୍ଟିଆ ପ୍ରତିକ୍ରିୟା ରେ କହିଛନ୍ତି କି ଏହି ଅଂଚଳରେ ଗୁପ୍ତ ବୃନ୍ଦାବନ ତଥା ମାତା ମଠ ଅବସ୍ଥିତ ରହିଛି । କିନ୍ତୁ ଗମନାଗମନ ପାଇଁ ଖାଲ ଖମା ରେ ଭର୍ତି ହୋଇଛି ମୁଖ୍ୟ ରାସ୍ତା ଯାହା ପାଇଁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ରାସ୍ତା ର କାମ କି ପରି ହେବ ତାହା ଟ୍ରଷ୍ଟ ର ହେବ ମୂଳ ଲକ୍ଷ୍ୟ ।
ସମ୍ପାଦକ ଜମିଦାର ନାରାୟଣ ଖୁଣ୍ଟିଆ , ସଭାପତି ଜମିଦାର ମାଧବ ଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମାଜସେବୀ ଆର୍ତ୍ତତ୍ରଣ ସାହୁ, ସରୋଜ କୁମାର ରଥ,କାହ୍ନୁ ଚରଣ ପ୍ରଧାନ , ରଘୁନାଥ ମିଶ୍ର, ସୁମିତ କୁମାର କର , ସୁଜିତ ପ୍ରଧାନ , ସତ୍ୟରଞ୍ଜନ ପ୍ରଧାନ ସହ ଅନ୍ୟାନ୍ୟ ଟ୍ରଷ୍ଟର ସଦସ୍ୟ ଉପସ୍ଥିତ ଥିଲେ ।
ALSO READ https://purvapaksa.com/operation-sindoor-punished-enemies-beyond-imagination/

