ମାଧୁରି ଦିକ୍ଷୀତ, ବଲିଓଡର ଧକ ଧକ ଗାର୍ଲ । ଏବେ ସେ ଓଡ଼ିଆ ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସାଡାର । କିନ୍ତୁ ପ୍ରଶ୍ନ ଏଇ କଣ ଆମ ଓଡ଼ିଆ ଅସ୍ମିତା ? ଓଡ଼ିଆରେ ଅଭିନେତ୍ରୀଙ୍କ କଣ ଡିମାଣ୍ଡ କମିଗଲା କି ? ନା ଓଡ଼ିଆ ଅଭିନେତ୍ରୀ ମୋହନ ସରକାରଙ୍କୁ ପସନ୍ଦ ଆସୁନାହି ? ଏହି ଅସ୍ମିତା ପାଇଁ କଣ ଓଡ଼ିଆ ଲୋକ ଭୋଟ ଦେଇଥିଲେ କି ? ଓଡ଼ିଆଙ୍କ ଗର୍ବରେ ଅଣଓଡ଼ିଆ କେମିତି ଆମ୍ବାସାଡର ହୋଇ ପାରିବ ? ଓଡ଼ିଆ କଳାକାରଙ୍କୁ ବ୍ରାଣ୍ଡ ଆମ୍ବାସାଡର ଅସୁବିଧା କଣ ? ସରକାର ଚାହିଁଥିଲେ କଣ ମାଧୁରୀଙ୍କ ସହ ଜଣେ ଓଡ଼ିଆଙ୍କୁ ନେଇ ପାରିନଥାନ୍ତେ କି ? ବିଜେଡି କଲେ କିଳା ଆଉ ବିଜେପି ସମୟରେ ଲୀଳା ?

ଆପଣଙ୍କ ମନେ ଥିବ ବିଜେଡି ସମୟରେ ବଲିଉଡ ତାରାକାମାନଙ୍କୁ ଆଣି ଓଡ଼ିଶାରେ ଯେଉଁ ସବୁ ଇଭେଣ୍ଟ କରାଯାଇଥିଲା ସେ ସମୟରେ ଏହି ବିରୋଧି ଦଳର ନେତାମାନେ କହୁଥିଲେ କି ଓଡ଼ିଆରେ ଆମର କଣ ଅଭିନେତା ନାହାନ୍ତି । ଆଉ ଆଜି ଯେତେବେଳେ ଓଡ଼ିଶାର ବୟନ ଶିଳ୍ପ କଥା ଆସୁଛି । ଯେତେବେଳେ ହସ୍ତତନ୍ତ୍ରର କଥା ଆସୁଛି ସେତେବେଳେ କେମିତି ବାହାରୁ ଅଭିନେତ୍ରୀଙ୍କୁ ଆଣି ଓଡ଼ିଶା ହସ୍ତତନ୍ତ୍ରର ବ୍ରାଣ୍ଡ ଆମ୍ବାସାଡର କରାଯାଉଛି । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି । କୁହାଯାଉଛି କି ଅସ୍ମିତା ଅସ୍ମିତା ନାଁରେ ପାଣି ପିଉନଥିବା ଦଳ ଆଜି ସରକାରକୁ ଆସିଲା ପରେ ଓଡ଼ିଆ ଅସ୍ମିତା କଥା ଭୁଲି ଗଲାଣି । ସେହି ଚିରାଚରିତ ଢଙ୍ଗରେ ଅଫିସରମାନଙ୍କ ବୁଦ୍ଧିରେ ପଡି ଆଜି ବଲିଉଡର ଧକ ଧକ ଗାର୍ଲ ମାଧୁରୀ ଦିକ୍ଷିତଙ୍କୁ ଓଡ଼ିଶା ହସ୍ତତନ୍ତ୍ର ବ୍ରାଣ୍ଡ ଆମ୍ବାସଡାର କରାଯାଇଛି ।
ଆଜିର ସମୟରେ ଆମ ଓଡ଼ିଶା ସିନେମା ଆମର କେତେ ଆଗକୁ ଗଲାଣି । ନେସନାଲ ଲେବଲରେ ଆମର ଅଭିନେତା ଅଭିନେତ୍ରୀମାନଙ୍କ ପ୍ରଶଂସା ହେଲାଣି । କିନ୍ତୁ ଆମ ସରକାରଙ୍କୁ ଏ କଥା ଜଣାପଡୁନି । ସରକାରୀ ବାବୁମାନଙ୍କ ମୁହଁରେ ଇଂଲିସ କହୁ କହୁ ଓଡ଼ିଆ କଥା ବୋଧେ ଭୁଲିଗଲେଣି । ଆଉ ଓଡ଼ିଆ ଲୋକ ଏମାନଙ୍କ କେହି ବ୍ରାଣ୍ଡ ଆମ୍ବାସାଡର ହେବ ପାଇଁ ଯୋଗ୍ୟ ଦେଖାଯାଉନାହାନ୍ତି । ବିଜେଡି ସମୟରେ ହକି ବିଶ୍ୱକପ ବେଳେ ମୁମ୍ବାଇ କଳାକାରଙ୍କୁ ଆଣିବା ସେତେବଲେ ଓଲିଉଡ କଳାକାରଙ୍କ ପେଟରେ ଲାତ ବସିଥିଲା । ଯେଉଁଥି ପାଇଁ ସେତେବଳେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଆଉ ଏବେ ମାଧୁରୀଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରିବା ସେହି ଭଳି ଆଉ ଏକ ବିବାଦକୁ ଜନ୍ମ ଦେବନି ତ ? ତେବେ ବିଚାର ଆପଣଙ୍କର ରହିଲୁ ନମସ୍କାର ।
ALSO READ https://purvapaksa.com/india-faces-tough-choices-amid-us-tariff-pressure/


