କେବଳ ଋଷ, ଜାପାନ, ଇଟାଲୀ, ଆମେରିକା ନୁହେଁ ଭାରତ ମଧ୍ୟ ଅନେକଥର ସୁନାମୀ ଦ୍ଵାରା ପ୍ରଭାବିତ ହୋଇଛି, ଏବଂ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ତେବେ ଭାରତରେ କେବେ ସୁନାମୀ ଆସିଥିଲା ଆସନ୍ତୁ ଜାଣିବା।
ଭାରତରେ ଅତିକମ୍ରେ ୮ ସୁନାମୀ ଆସିଛି
୧୭୬୨ ମସିହା ପରଠୁ ଭାରତ ଅତିକମ୍ରେ ୮ଥର ସୁନାମୀ ଆସିଛି। ୧୭୬୨ରେ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଓ ବଙ୍ଗୋପ ସାଗରେରେ ଭୂମକମ୍ପ କାରଣରୁ ଭାରତରେ ସୁନାମୀ ଆସିଥିଲା। ତେବେ ୨୦୦୪ରେ ଆସିଥିବା ସୁନାମୀ ସବୁଠାରୁ ବୃହତ୍ ତଥା ବିଧ୍ୱଂସକାରୀ ଥିଲା। ଆଣ୍ଡାମାନ ନିକୋବର ଦୀପପୁଞ୍ଜ ସମେତ ଦକ୍ଷିଣ ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହା ଦ୍ୱାରା ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା। ଏଥିରେ ୧୦, ୭୪୯ ଲୋକ ପ୍ରାଣ ହରାଇଥିଲେ ଓ ୫, ୬୪୦ ନିଖୋଜ ହୋଇଥିଲେ। ଏହାପୂର୍ବରୁ ୧୮୮୧ ଓ ୧୯୪୧ରେ ବଙ୍ଗୋପସାଗରେ ଭୂକମ୍ପ କାରଣରୁ ମଧ୍ୟ ଭାରତରେ ସୁନାମୀ ପରିଲକ୍ଷିତ ହୋଇଥିଲା। ସେହିପରି ୧୯୪୧ରେ ଆଣ୍ଡାମାନ ଦୀପପୁଞ୍ଜରେ ଭୂକମ୍ପ କାରଣରୁ ମଧ୍ୟ ସୁନାମୀ ଆସିଥିଲା।
ଭାରତ ମହାସାଗରରେ ଆସିଥିବା ସବୁଠୁ ଭୟଙ୍କର ସୁନାମୀ
୨୦୦୪ ମସିହା ସେପ୍ଟେମ୍ବର ୨୬ରେ ବିଶ୍ବର ସବୁଠାରୁ ଭୟଙ୍କର ଭୂମିକମ୍ପ ଏବଂ ସୁନାମୀ ତାଣ୍ଡବ ଭାରତ ସମେତ ୧୩ଟି ଦେଶରେ ଦେଖୁବାକୁ ମିଳିଥିଲା । ଭାରତ ସମେତ ଇଣ୍ଡୋନେସିଅ ଶ୍ରୀଲଙ୍କା ଓ ଥାଇଲାଣ୍ଡ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା। ସେହିପରି ମାଳଦୀପ, ମିଆଁମାର, ମାଲେସିଆ, ସୋମାଲିଆ, ସିଚେଲେସ୍, ବାଂଲାଦେଶ, ସିଙ୍ଗାପୁର କେନିଆ, ତାଞ୍ଜାନିଆ ଓ ମାଡାଗାସ୍କର ଭଳି ଦେଶ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲା। ଇଣ୍ଡୋନେସିଆ ଓ ସୁମାତ୍ରା ଉପକୂଳରେ ଏକ ବଡ଼ଧରଣର ଭୂକମ୍ପ, ୯.୧ ତ୍ରୀବ୍ରତାର ଅନୁଭୂତ ହେବା ଫଳରେ ସାରା ଭାରତୀୟ ମହାସାଗରରେ ଭୟଙ୍କର ସୁନାମୀ ସୃଷ୍ଟି ହୋଇଥିଲା । ୮୦୦ ମାଇଲ ଲମ୍ବର ସୁନାମୀ ପ୍ରାୟ ସବୁ ଦିଗକୁ ପରିବ୍ୟାପ୍ତ ହୋଇଥିଲା । ଏହା ଦ୍ବାରା ଅସମ୍ଭବ କ୍ଷୟକ୍ଷତି ହୋଇଥିଲା । ଦୁଇ ଲକ୍ଷ ୨୭ହଜାର ଲୋକଙ୍କ ଜୀବନ ଯାଇଥିଲା ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ବାସସ୍ଥାନ ହରାଇଥିଲେ । ଏଥିରେ ଅଧିକ ପ୍ରଭାବିତ ହୋଇଥିବା ଦେଶଗୁଡିକ ହେଉଛି..
ଇଣ୍ଡୋନେସିଅ: ଏହି ଦେଶର ଆସେହି ରାଜ୍ୟ ସବୁଠାରୁ କ୍ଷତିଗ୍ରସ୍ତ ହୋଇଥିଲା ଓ ଏଠାରେ ସର୍ବାଧିକ ସଂଖ୍ୟକ ୨ ଲକ୍ଷରୁ ଉର୍ଦ୍ଧ ଲୋକ ମୃତାହତ ହୋଇଲେ । ବହୁ କୋଠା ମାଟିରେ ମିଶି ଯାଇଥିଲା।
ଶ୍ରୀଲଙ୍କା: ୧୦ ହଜାର ଲୋକ ପ୍ରାଣ ହରାଇଥିଲେ ଓ ଦେଶର ଭିତ୍ତିଭୂମି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।
ଭାରତ: ଭାରତର ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଏବଂ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଉପକୂଳ ଏହି ସୁନାମୀ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିଲା। ଭାରତରେ ୧୧ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୫ ହଜାରରୁ ଅଧିକ ଲୋକ ନିଖୋଜ ହୋଇଥିଲେ ।
ଥାଇଲାଣ୍ଡ: ଉପକୂଳବର୍ତୀ ଅଞ୍ଚଳ ଖାସ୍ କରି ଦକ୍ଷିଣ ଥାଇଲାଣ୍ଡରେ ଏହାର ଅଧିକ ପ୍ରଭାବ ରହିଥିଲା ଓ ବହୁ ସଂଖ୍ୟାରେ ଲୋକ ମୃତାହତ ହେବା ସହ ପ୍ରଭୃତ କ୍ଷୟକ୍ଷତି ଦେଖିବାକୁ ମିଳିଥିଲା । ମାଳଦୀପ: ଏହା ସମୁଦ୍ର ପତ୍ତନଠାରୁ ମାତ୍ର ଅଳ୍ପ କେତେ ଫୁଟ୍ ଉଚ୍ଚରେ ଅବସ୍ଥିତ। ତେଣୁ ଏଠାରେ ଶହଶହ ଲୋକ ଏହି ସୁନାମୀରେ ପ୍ରାଣ ହରାଇଥିଲେ। ଏହାସହ ବହୁତ କ୍ଷୟକ୍ଷତି ମଧ୍ୟ ହୋଇଥିଲା।
ମିଆଁମାର: ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଥିଲା ।
ମାଲେସିଆ: ଉପକୂଳବର୍ତ୍ତୀ ଆଞ୍ଚଳରେ ସୁନାମୀର ପ୍ରଭାବ ଦେଖୁବାକୁ ମିଳିଥିଲା । ସୋମାଲିଆ ଆଫ୍ରିକାର ଏହି ପୂର୍ବ ଉପକୂଳବର୍ତ୍ତୀ ଦେଶ ମଧ୍ୟ ସୁନାମୀ ଭାରି ପ୍ରଭାବିତ ହୋଇଥିଲା। ସିଚେଲେସ୍, ବାଂଲାଦେଶ, ସିଙ୍ଗାପୁର କେନିଆ, ତାଞ୍ଜାନିଆ ଓ ମାଡାଗାସ୍କର ଭଳି ଦେଶ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲା। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା।
ଓଡ଼ିଶା ପାଇଁ ମାଡ଼ି ଆସୁଛି ବଡ଼ ବିପଦ!
ଋଷରେ ବୁଧବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ଜାପାନ ଓ ଋଷରେ ସୁନାମୀ ଢେଉ ମାଡ଼ ହୋଇଥିଲା । ଏହି ଦୁଇ ଦେଶ ସମେତ ପ୍ରଶାନ୍ତ ମହାସାଗରରେ କୂଳରେ ଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଆଲର୍ଟରେ ରହିଥିଲେ । ନିୟମିତ ବ୍ୟବଧାନରେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭୂକମ୍ପ ଓ ସୁନାମୀ ଦ୍ୱାରା ଗୁରୁତର କ୍ଷତିଗ୍ରସ୍ତ ହେଉଥିବା ବେଳେ ଓଡ଼ିଶାବାସୀଙ୍କ ମନରେ ଏବେ ଭୟ ବଢ଼ିବାରେ ଲାଗିଛି। ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶାର ଏକାଧିକ ଜିଲ୍ଲା ଭୂକମ୍ପ ପ୍ରବଣ ବୋଲି ପୂର୍ବରୁ ରିପୋର୍ଟ ଆସିଛି । ନିକଟ ଅତୀତରେ ଓଡ଼ିଶା ବଡ଼ ଭୂକମ୍ପର ସମ୍ମୁଖୀନ ହୋଇନାହିଁ, ତଥାପି ଗଲା କିଛି ବର୍ଷ ହେବ ନିୟମିତ ଭାବେ ରାଜ୍ୟରେ ଭୂକମ୍ପ ଝଟ୍କା ଅନୁଭୂତ ହେଉଛି । ବେଳେ ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ରହୁଥିବାରୁ ସୁନାମୀ ଆଶଙ୍କା ବଢ଼ୁଛି।
ଗତ ଫେବ୍ରୁଆରୀ ମାସରେ ବଙ୍ଗୋପସାଗର ମଧ୍ୟରେ ୫.୧ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିପାଇଁ ପୁରୀ, ଭୁବନେଶ୍ବର ପାରାଦୀପ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାରିପଦା, ବାଲେଶ୍ୱର ସମତ ପଶ୍ଚିମବଙ୍ଗର ମଧ୍ୟ ଏକାଧିକ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପୁରୀଠାରୁ ୨୮୬ କିଲୋମିଟର ପୂର୍ବ ଭୁବନେଶ୍ୱରରୁ ୨୯୭ କିମି ପୂର୍ବ-ଦକ୍ଷିଣ ପୂର୍ବରେ ଓ ବ୍ରହ୍ମପୁରେ ପୂର୍ବରେ ୩୯୪ କିମି ଦୂରରେ ସମୁଦ୍ର ଭିତରେ ଭୂମିକମ୍ପର ଉତ୍ପତି ସ୍ଥଳ ରହିଥିଲା। ବଙ୍ଗୋପସାଗରରେ ୯୧ କିମି ଗଭୀରତା ମଧ୍ୟରେ ଏହା ଅନୁଭୂତ ହୋଇଥିବା ବେଳେ ଯଦି ଗଭୀରତା କମ୍ ହୋଇଥାନ୍ତା, ତେବେ ନିଶ୍ଚିତ କ୍ଷୟକ୍ଷତି ଘଟାଇବାର ଆଶଙ୍କା ଥିଲା । ସମାନ ଭାବେ ୨୦୧୪ ମେ’ ୨୧ ତାରିଖରେ କୋଣାର୍କଠାରୁ ୨୭୬ କିମି ଦୂରରେ ବଙ୍ଗୋପସାଗର ମଧ୍ୟରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାତ୍ର ୪୭ କିମି ଗଭୀର ଥିବାରୁ ସେତେବେଳେ ରାଜ୍ୟର ବହୁ ସ୍ଥାନରେ ବଡ଼ ଧରଣର ଝଟକା ଅନୁଭୂତ ହୋଇଥିଲା । ବଙ୍ଗୋପସାଗରରେ ୧୦ ବର୍ଷ ମଧ୍ୟରେ ୨ ଥର ଭୂକମ୍ପ ଅନୁଭୂତ ହୋଇଥିବାରୁ ଏହାକୁ ବିଶେଷଜ୍ଞମାନେ ସମାନ୍ୟ ବୋଲି ଗ୍ରହଣ କରୁ ନାହାନ୍ତି ।
୨୦୧୪ ଭୂକମ୍ପ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ-କୋଣାର୍କ ପାଇଁ ଭୂତଭୂରିରିକ ମାଇକ୍ରୋ ଜୋନ୍ ସର୍ଭେ କରିବାକୁ ନିଷ୍ପରି ନେଇଥିଲେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାମ କେତେବାଟ ଆଗେଇଛି, ସେନେଇ କୌଣସି ସୂଚନା ନାହିଁ । ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳରେ ହେବାକୁ ଥିବା ଏହି ମାଇକ୍ରୋଜୋନ୍ ସର୍ଭେ ପାଇଁ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ ପକ୍ଷରୁ ସହଯୋଗ କରାଯିବାର ଥିଲା। ଏଥିରେ ପୁରୀ-କୋଣାର୍କରେ ମାଟି ତଳେ କେଉଁ ସ୍ଥାନରେ କେଉଁ ସ୍ଥିତି ଅଛି, କେଉଁଠାରେ ମାଟିତଳ ଦୁର୍ବଳ ଅବସ୍ଥାରେ ରହିଛି ଫାଟ ରହିଛି ତାହା ଚିହ୍ନଟ ହୋଇଥାନ୍ତି। ମାତ୍ର ଏ ସବୁ କାଗଜ କଲମରେ ସୀମିତ ରହି ଯାଇଛି ।ଅନ୍ୟପଟେ ନିକଟବର୍ତ୍ତୀ ବଙ୍ଗୋପସାଗରରେ ବାରମ୍ବାର ଏଠାରେ ଭୂକମ୍ପ ସୃଷ୍ଟି ହେବା ଓ ଏହାର ତୀବ୍ରତା ବୃଦ୍ଧି ପାଉଥିବାରୁ ତୁରନ୍ତ ଏହା ଉପରେ ଗବେଷଣାର ଆବଶ୍ୟକତା ରହିଥିବା ନେଇ ଭୂତତ୍ତ୍ୱବିତ୍ମାନେ ଦାବି କରିଛନ୍ତି ।
Also Readhttps://purvapaksa.com/what-causes-behind-tsunamis/
What Causes behind Tsunamis ? ।। ସୁନାମୀ ଆସିବାର ସବୁଠୁ ବଡ଼ ଓ ଘାତକ କାରଣ କ’ଣ?
