ଓଡ଼ିଶାରେ ଆଉ ଜଣେ ସୋନମ। ସ୍ଵାମୀଙ୍କୁ ନିର୍ମମ ଭାବେ ହତ୍ୟାକରି ଦେଲା ଆତ୍ମହତ୍ୟା ରୂପ। ନିଜ ହାତରେ ନିଜେ ପୋଛିଲେ ମଥା ସିନ୍ଦୂର। ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଜଣା ପଡିଛି। ରିପୋର୍ଟ ଅନୁଯାୟୀ, ଦମ୍ପତିଙ୍କ ମଧ୍ୟରେ ଏକ ସାମାନ୍ୟ ଝଗଡ଼ାରୁ ଏହି ନାରକୀୟ କାଣ୍ଡ ଘଟିଥିଲା। ପାରିବାରିକ କଳହକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । କଥା କଟାକଟି ହୋଇଥିଲା ଏହପରେ ହୋଇଥିଲା ହତ୍ୟା। ମୃତକଙ୍କ ନାମ ଅମର ନାୟକ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଅମର ଏବଂ ତାଙ୍କ ପତ୍ନୀ ଅଞ୍ଜନା ନାୟକଙ୍କ ମଧ୍ୟରେ ଜୋରରେ ଯୁକ୍ତିତର୍କ କଟାକଟି ହୋଇଥିଲା । ଏହି ଝଗଡ଼ା ଏତେ ବଢିଥିଲା ଯେ କ୍ରୋଧରେ ସ୍ତ୍ରୀ ଅଞ୍ଜନା ଅମରଙ୍କୁ ଶ୍ଵାସରୋଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଅଞ୍ଜନା ନାୟକ ସ୍ୱାମୀ ଅମର ନାୟକଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ଅପରାଧକୁ ଲୁଚେଇବା ପାଇଁ ଅଭିଯୁକ୍ତ ପତ୍ନୀ ହତ୍ୟାକୁ ଆତ୍ମହତ୍ୟା ମାମଲା ଭାବରେ ରୂପ ଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ, ପାରିପାର୍ଶ୍ଵକ ସ୍ଥିତି ଦେଖି ସ୍ଥାନୀୟ ଲୋକମାନେ ଏହା ହତ୍ୟା ବୋଲି ସନ୍ଦେହ କରିବା ସହ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଧରାକୋଟ ଥାନାର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପଚରାଉଚରା ପାଇଁ ଅଞ୍ଜନା ନାୟକଙ୍କୁ ଅଟକ ରଖିଥିଲେ। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି, ଏବଂ ଅପରାଧର ସଠିକ୍ କ୍ରମ ଜାଣିବା ପାଇଁ ବିସ୍ତୃତ ତଦନ୍ତ ଚାଲିଛି। ପ୍ରତକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦମ୍ପତିଙ୍କ ମଧ୍ୟରେ ପ୍ରାୟତଃ ବିବାଦ ହେଉଥିଲା ଏବଂ କିଛି ଦିନ ହେବ ପରିବାରରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଉଭୟ ସ୍ବାମୀ ସ୍ତ୍ରୀ ଝଗଡା କରି ମାଡପିଟା ହେଉଥିଲେ। ପୋଲିସ ତଦନ୍ତ ଆରମ୍ଭ କରିବା ସହ ହତ୍ୟା ପଛର ଟିକିନିଖି ଖବର ଯାଞ୍ଚ କରୁଛି ଏବଂ ପରିବାର ସଦସ୍ୟ ଓ ପଡ଼ୋଶୀମାନଙ୍କ ସହିତ କଥା ହୋଇ ସୂଚନା ସଂଗ୍ରହ କରୁଛି। ଏନେଇ ଧରାକୋଟ ପୋଲିସ ପକ୍ଷରୁ କୁହାଯାଇଛି ଯେ, ତଦନ୍ତର ଫଳାଫଳ ଆଧାରରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ।
Also read https://purvapaksa.com/india-never-has-never-will-accept-mediation-pm-modi-to-us-president-trump/
