AYUSHMAN BHARAT SCHEME : ଭାରତ ସରକାରଙ୍କ ବହୁ ପ୍ରତିକ୍ଷୀତ ଏହି ଯୋଜନା ଓଡ଼ିଶାରେ ଲାଗୁ ହେବାକୁ ଯାଉଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା(ଜେପି ନଡ୍ଡା) ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିବେ । ୧୧ ଏପ୍ରିଲ ୨୦୨୫ ଏହି ଦିନ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା।
ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ । ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ପୂର୍ବରୁ କେବଳ ୧୬ଟି ରାଜ୍ୟରେ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ରହିଥିଲା । ଏବେ ଦେଶରେ ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । ଯାହା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହି କାର୍ଡ କାମ କରିବ ।
ଆୟୁଷ୍ମାନ କାର୍ଡ଼ କିପରି ପଞ୍ଜିକରଣ କରିବେ ?
ଓଡ଼ିଶା ଭିତରେ ରହୁଥିବା ହିତାଧିକାରୀଙ୍କ ପାଇଁ ବିଶେଷ ଭାବରେ ପଞ୍ଜିକରଣ କରାଯାଇଛି।
ପଦ୍ଧତି-୧
ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର) କର୍ମଚାରୀ କିମ୍ବା ଆଶାକର୍ମୀ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଯୋଜନା ଅନୁସାରେ
ଗାଁ କୁ ଗାଁ ବୁଲି କାର୍ଡ଼ ପ୍ରସ୍ତୁତିରେ ହିତାଧିକାରୀମାନଙ୍କୁ ସହାୟତା କରିବ।
ପଦ୍ଧତି-୨
ହିତାଧିକାରୀମାନେ http://beneficiary.nha.gov.in କିମ୍ବା ଆୟୁଷ୍ମାନ ଆପ୍ରେ ଲଗଇନ୍ କରି ନିଜର ଇ-କେ.ୱାଇ.ସି କରିବେ ।
ପଦ୍ଧତି-୩
ହିତାଧିକାରୀ ନିଜେ ଅଧିକୃତ ସାଧାରଣ ସେବା କେନ୍ଦ୍ର (ଜନ ସେବା କେନ୍ଦ୍ର)କୁ ଯାଇ ନିଜର କାର୍ଡ଼ ପ୍ରସ୍ତୁତ କରିପାରିବେ।
ଏହି କାର୍ଡ ସଂପୂର୍ଣ୍ଣ ଭାବରେ ଦେୟ ମୁକ୍ତ କାର୍ଡ ହେବ । ଏଥିରେ କିଛି ଇନସୁରାନ୍ସ ଓ ଥାର୍ଡ ପାର୍ଟିର କିଛି ଅଂଶଗ୍ରହଣ ନାହି । ଯାହା ଅନ୍ୟ କାର୍ଡ ରେ ଦେଖିବାକୁ ମିଳିଥାଏ । ଆଶାକର୍ମୀ ମାନେ ଏହାର କାର୍ଯ୍ୟ କରିବେ । ଅନଲାଇନରେ ଉକ୍ତ ଲୋକଙ୍କ ଫଟୋ ଉଠାଇ ଅପଲୋଡ କରିବେ । ଯାହା ଫଳରେ ରାଜ୍ୟ ବା ଦେଶରେ କେତେ ଲୋକ ଏହି କାର୍ଡ ପାଇଛନ୍ତି ସେନେଇ ତଥ୍ୟ ମିଳିପାରିବ ।
ଗୋଟିଏ କାର୍ଡ ସାରା ଭାରତରେ କାର୍ଯ୍ୟ କରିବ:
ଏହି କାର୍ଡ ସର୍ବ ଭାରତୀୟ ଆଇଟି ପ୍ଲାଟ ଫର୍ମରେ ଅନବୋର୍ଡ ରହିଛି । ଦେଶରେ ଯେ କୌଣସି ରାଜ୍ୟରେ ହସ୍ପିଟାଲ ଗୁଡିକ ଆୟୁଷ୍ମାନ ଭାରତ ସହିତ ଅନୁବନ୍ଧିତ ହୋଇସାରିଲେଣି । ସବୁଠି ଏହି କାର୍ଡ କାମ କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଥିବା କିଛି ହସ୍ପିଟାଲ ସହିତ ଆଲୋଚନା କରାଯାଇଛି । ଆୟୁଷ୍ମାନ ଭାରତରେ ଅନୁବନ୍ଧିତ ହେବାକୁ ଅନୁରୋଧ କରାଯାଇଛି ।
ଗୋପାଳପୁରରେ ୯୮,୮୮୦ କୋଟି ନିବେଶରେ ୫୦ ହଜାର ମେଟ୍ରିକ୍ ଟନ୍ ଟର୍ମିନାଲ ସ୍ଥାପନ କରିବ ପେଟ୍ରୋନେଟ୍ ଏଲଏନଜି