ChatGPT : ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ସ୍କ୍ରୋଲ୍ କରିବା ସମୟରେ ଆପଣଙ୍କୁ ଲୋକମାନେ ଘିବଲି ଟ୍ରେଣ୍ଡ ଫଲୋ କରୁଥିବାର ଦେଖିବାକୁ ପାଇବେ। ସଜ଼ମସ୍ତେ AI ପ୍ଲାଟଫର୍ମ ଚ୍ୟାଟଜିପିଟି (ChatGPT) ଦ୍ୱାରା ଘିବଲି ଏନେମେସନ୍ ପ୍ରସ୍ତୁତ କରୁଛନ୍ତି। ଲୋକମାନେ ଏହି ଫଟୋଗୁଡିକୁ ତାଙ୍କର ସୋସିଆଳ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ଼ କରୁଛନ୍ତି ।
ତେବେ ଖାସ କଥା ହେଉଛି ଯେ, ଏହି ଟ୍ରେଣ୍ଡ କୁ ଛୋଟ ଠାରୁ ଆରମ୍ଭ କରି ବଡ଼ ଲୋକମାନେ ମଧ୍ୟ ଫଲୋ କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ଘିବଲି ଏନେମେସନ୍ ଆଜିଠାରୁ ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଘିବଲି କଳାର ଆରମ୍ଭ କିପରି ହେଲା? ଏହାକୁ ପ୍ରଥମେ କିଏ ସୃଷ୍ଟି କରିଥିଲେ? ଏହାର ଇତିହାସ କଣ? ଆସନ୍ତୁ ଜାଣିବା।
ଜାପାନ ସହିତ ଏହି କଳାର ସଂଯୋଗ
ଘିବଲି ଆର୍ଟର ସଂଯୋଗ ଜାପାନ ସହିତ ଅଛି । ଏଠାର ଆର୍ଟିଷ୍ଟ ହାଓ ମିୟାଜାକୀ (Hayao Miyazaki) କିଛି ଲୋକଙ୍କ ସହିତ 1985 ମସିହାରେ Studio Ghibli ଆରମ୍ଭ କରିଥିଲେ। ତାଙ୍କର ଏହି ଆର୍ଟ ମାଧ୍ୟମରେ ସେ ଅନେକ ନାମ କମାଇଛନ୍ତି ଏବଂ ଆଜି Studio Ghibli ଏମିନେସେସନ ଦୁନିଆର ବେଶ ବଡ ନାମ। ବିଶେଷ କଥା ହେଉଛି ମିୟାଜାକୀ ଘିବଲି ଆର୍ଟ ଅନ୍ତର୍ଗତ ପ୍ରତି ଛବିକୁ ସେ ବ୍ୟକ୍ତିଗତ ଭାବେ ବନାଇଥିଲେ। ଆଜି ଏହି ପ୍ରତିଛବିକୁ ଆମେ AI ଦ୍ୱାରା ପାଞ୍ଚ ମିନିଟରେ ବନାଉଛୁ, ସେ ଛବିକୁ ବନାଇବାରେ ମିୟାଜାକୀଙ୍କର ବର୍ଷର ଅଭ୍ୟାସ ଅଛି ଏବଂ ଏବେ ସାରା ବିଶ୍ୱ ଏହାକୁ ନେଇ ପାଗଳ ହୋଇଯାଇଛି।
ଘିବଲି ଷ୍ଟୁଡିଓ କରିଲା କୋଟି କୋଟି ଟଙ୍କାର କମେଇ
ଘିବଲି ଆର୍ଟର ପାଇଁ ଘିବଲି ଷ୍ଟୁଡିଓ କୋଟି କୋଟି ଟଙ୍କା କମେଇ କରୁଛି। ଏହି ଷ୍ଟୁଡିଓ 25 ଠାରୁ ଅଧିକ ଏନିମେଟେଡ୍ ଫିଲ୍ମ ଏବଂ ଟିଭି ସିରିଜ୍ ତିଆରି କରିଛି। ରିପୋର୍ଟସ୍ ଅନୁସାରେ, ଏହି ଷ୍ଟୁଡିଓର ସର୍ବାଧିକ କମେଇ କରୁଥିବା ଫିଲ୍ମ ସ୍ପିରିଟେଡ୍ ଅୱେ, ଯାହା ସମ୍ପୂର୍ଣ୍ଣ ବିଶ୍ୱରେ 2300 କୋଟି ଟଙ୍କା କମେଇ କରିଥିଲା । ଆଜି ଏହି ଷ୍ଟୁଡିଓ ଏନିମେସନ୍ ଜଗତର ସବୁଠୁ ବଡ଼ ଷ୍ଟୁଡିଓମାନେ ମଧ୍ୟରୁ ଗୋଟିଏ । କିଛି ମିଡିଆ ରିପୋର୍ଟସ୍ ଅନୁସାରେ Studio Ghibliର ସ୍ଥାପକ ହାୟା ମିୟାଜାକିଙ୍କର ନେଟ୍ୱର୍ଥ 50 ମିଲିୟନ୍ ଡଲାର୍ (428 କରୋଡ଼ ରୁପିଆ)ରୁ ଅଧିକ ଅଛି।
ALSO READ:https://purvapaksa.com/suppression-of-maoists-it-will-take-time/