World House Sparrow Day: ଗାଁର ପରିବର୍ତ୍ତିତ କଂକ୍ରିଟ ରୂପରେ ଲୋପ ପାଇଗଲେଣି ବିଶ୍ୱର ନିଆରା ଚଢେଇ ଘରଚଟିଆ । ଘର ଚଟିଆ ମଣିଷର ସର୍ବ ପୁରାତନ ସାଥୀମାନଙ୍କ ମଧ୍ୟରୁ ଅନ୍ୟତମ । ଗାଁ ଚାଳ ଘରର ନଡ଼ା ସନ୍ଦି ହେଉ କି କାନ୍ଥ, ଅବା କୋଠାଘରର ସ୍କାଇ ଲାଇଟ୍ ବା ଇଲେକ୍ଟ୍ରୀ ପୋଲରେ କେବୁଲ୍ ବକ୍ସରେ ଘର ତୋଳି ରହିଥାଏ ଘର ଚଟିଆ ।
ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ପ୍ରକୃତି ଓ ସମାଜ ପାଇଁ ତା’ର ଅବଦାନ ରହିଛି। ଘରେ ରହିବାକୁ ପସନ୍ଦ କରୁଥିବା ଘରଚଟିଆ ଏବେ ନିଜ ପାଇଁ ବାସଘର ଖୋଜୁଛି। ଘରଚଟିଆଙ୍କ ଭଳି ଏକ ଛୋଟ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ସେମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ବ ଘରଚଟିଆ ଦିବସ’ ଭାବେ ପାଳନ କରାଯାଏ।
![]()
ଘର ଚଟିଆ ସହିତ ଆମ ସମସ୍ତଙ୍କର କିଛି ନା କିଛି ସ୍ମୃତି ନିଶ୍ଚୟ ଜଡିତ ଅଛି । ପ୍ରକୃତିର ସେ ବହୁତ ଦୂତ । ସାରା ବିଶ୍ୱରେ ୪୩ ପ୍ରକାର ଘରଚଟିଆ ରହିଥିଲେ ମଧ୍ୟ ଦିନଥିଲା ଯେତେବେଳେ ଘରଚଟିଆ ଗାଁ, ସହର ପ୍ରତ୍ୟେକ ସ୍ଥାନରେ ଦଳ ଦଳ ହୋଇ ଉଡ଼ି ବୁଲୁଥିଲେ । ଗାଁ ସୁନ୍ଦରତାର ଏକ ସ୍ୱତନ୍ତ୍ର ପରିଚୟ ହେଉଛି ଏହି କ୍ଷୁଦ୍ର ଚଢେଇ । ସକାଳ ହେଲେ ଘରଚଟିଆର କିଚିରିମିଚିରି ଶବ୍ଦ ନଥିଲେ ଗାଁ ଗାଁ ପରି ଲାଗେନା ।

ପୋକଜୋକ ଖାଇ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦୁଇଗୁଣ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି । ସମାଜର ପରିବର୍ତ୍ତିତ ରୂପରେ ମିନି ସିଟିରେ ପରିବର୍ତ୍ତନ ହୋଇଗଲାଣି ପ୍ରାୟ ପ୍ରତ୍ୟେକଟି ଗାଁ । ନାହିଁ ଚାଳ କି ଟାଇଲି ଛପର ଘର । ଫଳରେ ନିଜକୁ ଖାପଖୁଆଇ ନପାରି ଦିନକୁ ଦିନ ଘର ଚଟିଆଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାସହ ଚାଷରେ ରସାୟନିକ ସାରର ପ୍ରୟୋଗ ଫଳରେ ଜମିରୁ ପୋକ ଜୋକ ମରିଗଲେଣି । ଫଳରେ ଘରଚଟିଆଙ୍କୁ ଉପଯୁକ୍ତ ଖାଦ୍ୟ ମିଳୁନାହିଁ । ଏହାକୁ ନେଇ ବିଭିନ୍ନ କାରଣରୁ ଏବେ ଏହି ପକ୍ଷୀ ବିଲୁପ୍ତି ପଥରେ।
ALSO READ: https://purvapaksa.com/odisha-celebrates-world-pakhala-divas-2025-today/

