Gold Rate: ଲଗାତାର ସୁନା ଦର ବୃଦ୍ଧି ହେବା ସତ୍ୱେ ଲୋକମାନେ ଏହାକୁ ସେତେ ହିଁ ଉତ୍ସାହର ସହ କିଣୁଛନ୍ତି । ଦର ବୃଦ୍ଧିକୁ ନେଇ ସୁନା ପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟଜନକ ବାତାବରଣ ଦେଖିବାକୁ ମିଳୁଛି।
ତେବେ ପ୍ରତିଦିନ ସୁନା ଦରରେ ପରିବର୍ତ୍ତନ ଆସିଥାଏ । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହାର ଦର ଜାଣିବା ନିହାତି ଅବଶ୍ୟକ।
ସାରା ବିଶ୍ୱରେ କିଛି ଦିନେ ହେବ ସୁନା ଦର ବଢି ଚାଲିଥିଲା । ମାତ୍ର ଆଜି ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୧୬୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯, ୯୦୦ ଟଙ୍କାରେ କାରବାର ଆରମ୍ଭ କରିଛି।
ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୯, ହଜାର ୯୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୮୭ ହଜାର ୧୬୦ ହୋଇଛି।
ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧,୦୮,୧୦୦ ଟଙ୍କାରେ କାରବାର ଆରମ୍ଭ କରିଛି।
ALSO READ: https://purvapaksa.com/heatwave-continue-in-odisha/