Solar-powered laptop: ରବିବାର ବାର୍ସିଲୋନାରେ ଚାଲିଥିବା ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ (MWC) 2025 ରେ ଲେନୋଭୋ ଅନେକ ଅଭିନବ PC ଏବଂ AI ଚାଳିତ ପ୍ରଯୁକ୍ତିବିଦ୍ୟା ଲଞ୍ଚ କରିଛି । ଯାହା ବ୍ୟକ୍ତିଗତ ପ୍ରୟୋଗରେ ନୂତନ ମାନଦଣ୍ଡ ସ୍ଥିର କରିଛି ।
ମୁଖ୍ୟ ଆକର୍ଷଣ ମଧ୍ୟରେ ୟୋଗା ସୋଲାର PC କନସେପ୍ଟ,ଏକ ସୋଲାର ଚାଳିତ ଲାପଟପ୍, ୟୋଗା ସିରିଜ୍ ମଧ୍ୟରେ ନୂଆ ଲଞ୍ଚ ହୋଇଥିବା ଲେନୋଭୋ ଆରା ସଂସ୍କରଣ ଏହାର ବିଭିନ୍ନ ବ୍ୟବହାର ପାଇଁ ସ୍ୱତନ୍ତ୍ର ଆକୃତିର ସ୍କ୍ରିନ୍ ବିଶିଷ୍ଟ ଲାପଟପ୍ ରହିଥିଲା ।
ସୋଲାର ଲାପଟପ୍:
କମ୍ପାନୀ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ଏକାଧିକ ପ୍ରଡକ୍ଟ ମଧ୍ୟରୁ ସବୁଠୁ ଖାସ୍ ହେଉଛି ସୌର ଶକ୍ତିରେ ଚାଲୁଥିବା ଲାପଟପ୍, ଯାହାର ନାମ ହେଉଛି ‘Yoga Solar PC Concept’ । କମ୍ପାନୀ ସେହି ବ୍ୟବହାରକାରୀଙ୍କ ଲାଗି ଏହି ଲାପଟପ୍ ଆଣିଛି ଯେଉଁମାନେ ଇନଡୋର୍ ସହିତ ବାହାରେ ବା ଆଉଟଡୋଟ୍ରେ କାମ କରିବାକୁ ପସନ୍ଦ କରନ୍ତି, ଯେପରି ପାର୍କ, ରାସ୍ତା, ଷ୍ଟେସନ ଆଦି । ଏହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡୁଥିବାରୁ ଲାପଟପ୍ ଉପରେ ଲାଗିଥିବା ସୋଲାର ପ୍ୟାନେଲରୁ ଏହା ଚାର୍ଜ ହୋଇଥାଏ । ଏହି ଲାପଟପ୍ର ଓଜନ 1.22 କେଜି ଥିବାବେଳେ ଏହାର ମୋଟେଇ 15ମିଲିମିଟର ରହିଥାଏ । ଲାପଟପ୍ଟି ପତଳା ଓ ହାଲୁକା ହୋଇଥିବାରୁ ଏହାକୁ ବ୍ୟବହାରକାରୀ ସହଜରେ ଯାତ୍ରା ସମୟରେ ନେଇ ଯାଇପାରିବେ ।
ALSO READ: https://purvapaksa.com/new-mini-cooper-s-lunched/