Women CM: ଦିଲ୍ଲୀର ପଲିଟିକାଲ ହିଷ୍ଟ୍ରି ଉପରେ ଯଦି ନଜର ପକାଇବା, ତେବେ ଦିଲ୍ଲୀରେ ଅଧିକ ସମୟ ଧରି ମହିଳାଙ୍କ ହାତରେ ଶାସନ ଡୋରୀ ରହି ଆସିଛି। ତେଣୁ ଦିଲ୍ଲୀବାସୀଙ୍କୁ କ’ଣ ମହିଳା ମୁଖ୍ୟମନ୍ତ୍ରୀ ପସନ୍ଦ କି ବୋଲି ଏବେ ପ୍ରଶ୍ନ ଉଠିଛି।
ସବୁ କଳ୍ପାନା ଜଳ୍ପନାର ଅନ୍ତ ଘଟିଛି। ଶେଷରେ ଜଣେ ମହିଳାଙ୍କ ମୁଣ୍ଡରେ ସୁନା କଳସ ଢାଳିଛନ୍ତି ବିଜେପି ହାଇକମାଣ୍ଡ। ସିଏମ୍ ରେସରେ ଏକାଧିକ ହେଭିୱେଟ ରହିଥିଲେ ମାତ୍ର ବାଜି ମାରିନେଲେ ରେଖା ଗୁପ୍ତା। ବିଜେପି ବିଧାୟକ ଦଳ ବୈଠକରେ ପ୍ରଥମ ଥର ବିଧାୟକ ହୋଇଥିବା ରେଖା ଗୁପ୍ତାଙ୍କ ନାମରେ ମୋହର ବାଜିଥିଲା। ଚତୁର୍ଥ ଥର ପାଇଁ ଦିଲ୍ଲୀ ପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ରେଖା ଗୁପ୍ତା ଦିଲ୍ଲୀର ୯ମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ଚତୁର୍ଥ ମହିଳା ସିଏମ୍ ହୋଇଛନ୍ତି। ତେବେ ଦିଲ୍ଲୀରେ ମହିଳା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଦିଲ୍ଲୀରେ ମହିଳାଙ୍କ ଉପରେ ଭରସା କରିଥିଲେ। ପୂର୍ବରୁ ବିଜେପିର ସୁଷମା ସ୍ୱରାଜ, କଂଗ୍ରେସର ଶୀଲା ଦୀକ୍ଷିତ ଓ ଆମ ଆଦମୀ ପାର୍ଟିର ଆତିଶୀ ମାର୍ଲେନା ଦିଲ୍ଲୀର ସିମ୍ ହୋଇଥିଲେ। ତେଣୁ ଦିଲ୍ଲୀବାସୀଙ୍କୁ କ’ଣ ମହିଳା ମୁଖ୍ୟମନ୍ତ୍ରୀ ପସନ୍ଦ କି ବୋଲି ଏବେ ପ୍ରଶ୍ନ ଉଠିଛି।
ସାଧାରଣ ଭାବେ ଯେତେବେଳେ କୌଣସି ରାଜେନୖତିକ ଦଳ କୌଣସି ରାଜ୍ୟ କି କେନ୍ଦ୍ରଶାସିତ ଅଞ୍ଚଳର ସିଏମ୍ ଚୟନ କରିଥାଏ ସେ ସମୟରେ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇଥାଏ। କାହାକୁ ସିଏମ ଆସନରେ ବସାଇଲେ ଦଳକୁ ଫାଇଦା ମିଳିବ, କିଏ ଜନତାଙ୍କ ସମସ୍ୟା ପୂରଣ କରିପାରିବ ତା’ ଉପରେ ଧ୍ୟାନ ଦିଆଯାଇଥାଏ। ଯେହେତୁ ଦିଲ୍ଲୀରେ ବାରମ୍ବାର ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ତେଣୁ ଦିଲ୍ଲୀବାସୀ ମହିଳା ମୁଖ୍ୟମନ୍ତ୍ରୀଙ୍କୁ ପସନ୍ଦ କରୁଥିବା କଥା କହିବା ଠିକ୍ ହେବ। ଯେହେତୁ ପୂବର୍ରୁ କଂଗ୍ରେସ ଓ ଆପ ମହିଳାଙ୍କୁ ସିଏମ କରିଥିଲା ଓ ଏବେ ଭାଜପା ମଧ୍ୟ ସେହି ଧାରାକୁ ଆପଣାଇଛି, ତେଣୁ ଦିଲ୍ଲୀବାସୀ ନାରୀ ଶକ୍ତିକୁ ପସନ୍ଦ କରୁଥିବା ସ୍ପଷ୍ଟ ହୋଇଛି।
ଦିଲ୍ଲୀର ପଲିଟିକାଲ ହିଷ୍ଟ୍ରି ଉପରେ ଯଦି ନଜର ପକାଇବା, ତେବେ ଦିଲ୍ଲୀରେ ଅଧିକ ସମୟ ଧରି ମହିଳାଙ୍କ ହାତରେ ଶାସନ ଡୋରୀ ରହି ଆସିଛି। ଦିଲ୍ଲୀରେ ୧୯୯୩ରେ ପ୍ରଥମ ଥର ବିଧାନସଭା ଗଠନ ହେବା ପରେ ନିର୍ବାଚନ ହୋଇଥିଲା। ବିଜେପି ବହୁମତ ହାସଲ କରିବା ସହ ମଦନଲାଲ ଖୁରାନା ସିଏମ୍ ହୋଇଥିଲେ। ୧୯୯୮ରେ ସୁଷମା ସ୍ୱରାଜ ଦିଲ୍ଲୀର ପ୍ରଥମ ମହିଳା ସିଏମ ହୋଇଥିଲେ। ୧୯୯୮ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିଥିଲା ଓ ଶୀଲା ଦୀକ୍ଷିତ ସିଏମ୍ ହୋଇଥିଲେ। ଶୀଲା ଦିଲ୍ଲୀକୁ ୧୫ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ। ୨୦୧୩ରେ ଆପ୍ କ୍ଷମତାକୁ ଆସିଥିଲା। ତା’ପରେ ୨୦୧୫, ୨୦୨୦ ଓ ୨୦୨୫ରେ କଂଗ୍ରେସ ଦିଲ୍ଲୀରେ ଦୁବର୍ଳ ପ୍ରଦର୍ଶନ କରିଥିଲା।
୨୦୨୪ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପରେ ଆତିଶୀ ସିଏମ୍ ଭାବେ ଶପଥ ଗ୍ରହଣ କରିଥିଲେ। ଆତିଶୀ ଦିଲ୍ଲୀର ତୃତୀୟ ମହିଳା ସିଏମ୍ ହୋଇଥିଲେ। ୨୦୨୫ରେ ବିଜେପି ବହୁମତ ହାସଲ କରି ୨୭ ବର୍ଷ ପରେ କ୍ଷମତାକୁ ଫେରିଥିଲା। ତେବେ ଦୁଇଥର ବିଧାନସଭା ନିର୍ବାଚନରେ ହାରିବା ପରେ ବି ରେଖା ଗୁପ୍ତାଙ୍କୁ ବିଜେପି ସିଏମ୍ ଗାଦିରେ ବସାଇବା ନାରୀ ଶକ୍ତିର ଏକ ବଡ଼ ପ୍ରମାଣ ଦେଉଛି।
ଦିଲ୍ଲୀରେ ଶାସନ କରିଥିବା ୩ଟି ଯାକ ଦଳ ମହିଳା କାର୍ଡ ଖେଳିଛନ୍ତି। ତେଣୁ ଦିଲ୍ଲୀରେ ନାରୀ ଶକ୍ତିର ପ୍ରଭାବ କେତେ ଏଥିରୁ ସ୍ପଷ୍ଟ ଅନୁମେୟ। ଦିଲ୍ଲୀରେ ମହିଳା ଭୋଟର ମୋଷ୍ଟ ଡିମାଣ୍ଡିଂ ହୋଇଯାଇନ୍ତି। ସରକାର ଗଠନ ପାଇଁ ମହିଳା ମତଦାତାଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ। କ୍ଷମତାରେ ଥିବା ସମୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଆପ୍ ଦିଲ୍ଲୀରେ ମହିଳା ମତଦାତାଙ୍କ ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରିପାରିଥିଲା। ରେଖା ଗୁପ୍ତା ଜନତାଙ୍କ ଅତ୍ୟନ୍ତ ନିକଟତର ହୋଇଥିବାବେଳେ ସେ ସବୁ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବେ। ଏଥିସହିତ ସାରାଦେଶରେ ମହିଳା ଭୋଟ୍ ବ୍ୟାଙ୍କକୁ ହାତେଇବାରେ ଏହା ଫର୍ମୂଲା ବେଶ୍ ସହାୟକ ହୋଇପାରିବ।
ଗତ କିଛି ନିର୍ବାଚନରେ ମହିଳାଙ୍କ ଭୋଟିଂ ହାର ବୃଦ୍ଧି ପାଇଛି। ୨୦୧୯ ଲୋକସଭା ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଭୋଟିଂ ପ୍ରତିଶତ ୧ ପ୍ରତିଶତ ଅଧିକ ରହିଥିଲା। ୨୦୨୪ରେ ଏହି ପ୍ୟାଟର୍ଣ୍ଣ ବରାବର ରହିଥିଲା। ବିଜେପି ବିଜୟରେ ମହିଳା ଭୋଟରଙ୍କ ବଡ଼ ଯୋଗଦାନ ରହିଛି, ଏହା ନିଜେ ପିଏମ୍ ମୋଦୀ କହିସାରିଛନ୍ତି। ରେଖା ଗୁପ୍ତା ଦିଲ୍ଲୀ ବାସୀଙ୍କ ସମସ୍ତ ଆଶା, ଆକାଂକ୍ଷା ପୂରଣ କରିବେ ବୋଲି ସଭିଙ୍କର ବିଶ୍ୱାସ ରହିଛି।
Also readhttps://purvapaksa.com/worst-50-days-of-stock-market-investors-lost-rs-41-29-lakh-crore/
ସେୟାର ବଜାରର ସବୁଠାରୁ ଖରାପ ୫୦ ଦିନ,ଡୁବିଗଲା ନିବେଶକଙ୍କର ୪୧ ଲକ୍ଷ କୋଟି ଟଙ୍କା!
