Anganwadi Centre: ରାଜ୍ୟର ୨୧,୩୮୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ କୋଠା ନାହିଁ, ୩୧,୪୫୬ଟିରେ ବିଜୁଳି ନାହିଁ ଏବଂ ୪୭,୭୩୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ।
ବିଜେଡି ବିଧାୟକମାନେ ସରକାରରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୌଣସି ପ୍ରଶ୍ନ କରିପାରୁନଥିଲେ। ସେହି ଦୁଃଖକୁ ଏବେ ମନେପକାଇ ପ୍ରତିଶୋଧ ନେଉଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ବିଜେଡି ବିଧାୟକ ଚନ୍ଦ୍ରମଣି କହଁରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶାରେ ୭୪,୧୯୨ଟି ଅଙ୍ଗନବାଡ଼ି କେନ୍ଦ୍ର ଥିବାବେଳେ ସେଥିମଧ୍ୟରୁ ୫୨,୮୦୬ଟିରେ ନିଜସ୍ୱ କୋଠା, ୨୬,୪୫୫ଟି କେନ୍ଦ୍ରରେ ସୀମା ପାଚେରି ଓ ୪୨,୭୩୬ଟି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ରହିଛି।
ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ୨୧,୩୮୬ଟି ଅଙ୍ଗନବାଡ଼ି କେନ୍ଦ୍ରରେ କୋଠା ନାହିଁ, ୩୧,୪୫୬ଟିରେ ବିଜୁଳି ନାହିଁ ଏବଂ ୪୭,୭୩୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ।
ରାଜ୍ୟରେ ୨୪ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତା ଜାହିର କରିଥିବା ନବୀନଙ୍କ ରାଜରେ ରାଜ୍ୟର ବିକାଶର ବିକଳ ଚିତ୍ରକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଧାନସଭାରେ ଉପସ୍ଥାପିତ କରିଛନ୍ତି। ଯାହାକି ବିଜେଡି ବିଧାୟକଙ୍କ ମାଧ୍ୟମରେ ସେ ନବୀନଙ୍କୁ ତିାଙ୍ତକ ବିଫଳତାକୁ ମନେପକାଇ ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି; ଅଙ୍ଗନବାଡି କେନ୍ଦ୍ରଗୁଡିକର ମୌଳିକ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ବିଜୁଳି ଯୋଗାଣ ପାଇଁ ପର୍ଯ୍ୟାୟକ୍ରମେ ଜିଲ୍ଲାପାଳମାନଙ୍କୁ ପାଣ୍ଠି ଆବଣ୍ଟନ କରୁଛନ୍ତି ।
ଅଙ୍ଗନବାଡ଼ି କେନ୍ଦ୍ର ଚାରିପଟେ ପାଚେରି ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ନ ଥିବାବେଳେ ପର୍ଯ୍ୟାୟକ୍ରମେ ଏହି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
Also readhttps://purvapaksa.com/jayanarayana-alleges-that-pandian-is-running-the-assembly/
