ବର୍ତମାନ ଓଡିଆ ସିନେମା ଜଗତର ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି । ଶନିବାର ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ତା ପୂର୍ବରୁ ସେ ଭୁବନେଶ୍ବର କିମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫଟ କରାଯାଇଥିଲା । ଓଲିଉଡ୍ ଓ ଶୁଭେଛୁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଦର୍ଶକଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି ଉତ୍ତମ ମହାନ୍ତି । ବଳିଷ୍ଠ ଅଭିନୟ ପାଇଁ ସେ ବହୁ ପୁରସ୍କାର ଲାଭ କରିଛନ୍ତି ।
ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଲଗାତର ୩ବର୍ଷ ଧରି ୧୯୮୨,୧୯୮୩ ଓ ୧୯୮୪ରେ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ୧୯୯୯ରେ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଉତ୍ତମ ।
ଶୀଘ୍ର ସୁସ୍ଥ ହୁଅନ୍ତୁ ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି । ଏଭଳି କାମନା କରିଛନ୍ତି ମୟୂରଭଞ୍ଜରେ ଥିବା ତାଙ୍କ ବନ୍ଧୁ, ବାନ୍ଧବ ଓ ସ୍ଥାନୀୟ ବାସିନ୍ଦା । ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରି ବାରିପଦା ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକା ମନ୍ଦିରରେ ସମୂହ ଦୀପ ଦାନ କରିଛନ୍ତି। ଉତ୍ତମ ମହାନ୍ତିଙ୍କ ଭଳି ଜଣେ ସଚ୍ଚା ମୟୂରଭଂଜିଆ ଓ ସଚ୍ଚା ବାରିପଦିଆଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି । ଶୀଘ୍ର ସୁସ୍ଥ ହୋଇ ପୁଣି ଫେରି ଆସନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।
Also read https://purvapaksa.com/know-what-rohit-sharma-told-odisha-cm-mohan-majhi-after-indias-barabati-win/
ବାରବାଟୀରେ ଭାରତର ବିଜୟ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କ’ଣ କହିଲେ ରୋହିତ ଶର୍ମା ଜାଣନ୍ତୁ