ଗାଜାର ମାଲିକାନା ଚାହୁଁଛନ୍ତି ଟ୍ରମ୍ପ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ସେ ଚାହୁଁଛନ୍ତି ଗାଜାର ମାଲିକାନା ହକ୍ ଆମେରିକା ପାଖରେ ରହୁ ଏବଂ ଗାଜାର ପୁନଃ ନିର୍ମାଣ କରୁ। ଟ୍ରମ୍ପ ହ୍ୱାଇଟ ହାଉସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ଗାଜାର ମାଲିକାନା ନେବାକୁ ଚାହୁଁଛୁ। ଏହାପରେ ଗାଜାରେ ଥିବା ବିପଜ୍ଜନକ ବୋମା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ଦାୟି ଆମର ହେବ। ଆମେରିକା ପୁରୁଣା ଓ ଭାଙ୍ଗିଯାଇଥିବା ଅଟ୍ଟାଳିକାଗୁଡ଼ିକର ପୁନଃ ନିର୍ମାଣ କରାଇବ ଏବଂ ଗାଜାର ଅର୍ଥନୈତିକ ବିକାଶ କରିବ। ଏହା ଗାଜାର ଲୋକଙ୍କୁ ରୋଜଗାର ଏବଂ ଘର ଯୋଗାଇବ।
ଟ୍ରମ୍ପ କହିଛନ୍ତି ଯେ, ଗାଜାର ପୁନଃ ନିର୍ମାଣ ପାଇଁ ଯଦି ଆମେରିକା ସେନାଙ୍କ ଆବଶ୍ୟକ ପଡ଼େ, ତେବେ ସେ ସେନାକୁ ମଧ୍ୟ ଗାଜାରେ ନିୟୋଜିତ କରିବେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଧ୍ୟ ଟ୍ରମ୍ପଙ୍କ ଏହି ଯୋଜନାକୁ ସମର୍ଥନ କରିଛନ୍ତି ଏବଂ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି।
Also read https://purvapaksa.com/raise-states-share-in-central-taxes-to-50-odisha-to-16th-finance-commission/
କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ୫୦%କୁ ବୃଦ୍ଧି କରିବାକୁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି