JPC : ବିରୋଧୀ ସାଂସଦମାନେ ବୈଠକର କାର୍ଯ୍ୟକୁ ନିନ୍ଦା କରିବା ସହ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିପର୍ଯ୍ୟସ୍ତ କରୁଥିବା ଅଭିଯୋଗ କରିଛନ୍ତି।
ୱାକଫ୍ (ସଂଶୋଧନ) ବିଲ୍ର ଯାଞ୍ଚ କରୁଥିବା ଯୁଗ୍ମ ସଂସଦୀୟ କମିଟି ସୋମବାର ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ସଦସ୍ୟଙ୍କ ଦ୍ୱାରା ପ୍ରସ୍ତାବିତ ସମସ୍ତ ସଂଶୋଧନକୁ ଗ୍ରହଣ କରିଛି ଏବଂ ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ପ୍ରତ୍ୟେକ ପରିବର୍ତ୍ତନକୁ ପ୍ରତ୍ୟାଖ୍ୟାନ କରିଛି।
ବୈଠକ ପରେ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ ଗଣମାଧ୍ୟମକୁ କହିଛନ୍ତି ଯେ କମିଟିଦ୍ୱାରା ଗ୍ରହଣ କରାଯାଇଥିବା ସଂଶୋଧନ ଆଇନକୁ ଅଧିକ ଉନ୍ନତ ଓ ପ୍ରଭାବଶାଳୀ କରିବ।
ତେବେ ବିରୋଧୀ ସାଂସଦମାନେ ବୈଠକର କାର୍ଯ୍ୟକୁ ନିନ୍ଦା କରିବା ସହ ପାଲ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି।
ଏହା ଏକ ହାସ୍ୟାସ୍ପଦ କମିଟି ବୈଠକ ଥିଲା। ଆମକଥା ଶୁଣାଗଲା ନାହିଁ। ପାଲ ଏକଛତ୍ରବାଦୀ ଢଙ୍ଗରେ କାର୍ଯ୍ୟ କରିଛନ୍ତି ବୋଲି ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି।
ପାଲ୍ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସମଗ୍ର ପ୍ରକ୍ରିୟା ଗଣତାନ୍ତ୍ରିକ ଏବଂ ସଂଖ୍ୟାଗରିଷ୍ଠ ମତ ବଳବତ୍ତର ରହିଛି।
କମିଟିଦ୍ୱାରା ପ୍ରସ୍ତାବିତ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହେଉଛି ବର୍ତ୍ତମାନର ୱାକଫ୍ ସମ୍ପତ୍ତିକୁ ‘ଉପଭୋକ୍ତାଙ୍କ ଦ୍ୱାରା ୱାକଫ୍’ ଆଧାରରେ ପ୍ରଶ୍ନ କରାଯାଇପାରିବ ନାହିଁ, ଯାହା ବର୍ତ୍ତମାନର ଆଇନରେ ଥିଲା କିନ୍ତୁ ଯଦି ସମ୍ପତ୍ତିଗୁଡ଼ିକ ଧାର୍ମିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି ତେବେ ନୂତନ ସଂସ୍କରଣରେ ଏହାକୁ ବାଦ୍ ଦିଆଯିବ।
ପାଲ କହିଛନ୍ତି ଯେ ଏନଡିଏ ସଦସ୍ୟମାନେ ବିଲ୍ର ୧୪ଟି ଧାରାରେ ଆଣିଥିବା ସଂଶୋଧନକୁ ଗ୍ରହଣ କରାଯାଇଛି।
ବିରୋଧୀ ସଦସ୍ୟମାନେ ସମସ୍ତ ୪୪ଟି ଧାରାରେ ଶତାଧିକ ସଂଶୋଧନ ଆଣିଥିଲେ ଏବଂ ସେସବୁ ଭୋଟରେ ପରାଜିତ ହୋଇଥିଲେ।
ବେଆଇନଭାବେ କୌଣସି ଦେଶକୁ ଅନୁପ୍ରବେଶ ପାଇଁ ପ୍ରବେଶ ରାସ୍ତାକୁ କାହିଁକି ‘ଡଙ୍କି’ ରୁଟ୍ କୁହାଯାଏ?
