ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘର କଳି ବଢିବାରେ ଲାଗିଛି । ରାଜନୀତି ଘର ତାତିକୁ ବଢାଇ ସାରିଲାଣି । ବଡ଼ଭାଇ ଓ ସାନ ଭାଇ ମଧ୍ୟରେ ସଂପର୍କ ଆଉ ଠିକ ନାହିଁ । ଏହା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବୟାନରୁ ଜଣା ପଡ଼ୁଛି । ଶନିବାର ଦିନ ମନ୍ମଥ ଗଣମାଧ୍ୟମ ସହିତ କଥା ହୋଇ ବଡ଼ ଭାଇ ସିଦ୍ଧାର୍ଥଙ୍କୁ ଟାର୍ଗେଟ୍ କରିଛନ୍ତି । ବଡ଼ଭାଇଙ୍କ ନାମ ନନେଇ ମନ୍ମଥ କହିଛନ୍ତି ଯେ, ମୋ ପରିବାରରେ ଜଣେ ଫ୍ରଡ୍ ବ୍ୟକ୍ତି ଅଛନ୍ତି । ସେ ଦୁଇଟି ବଡ଼ ରାଜନୈତିକ ଦଳ ଦ୍ୱାରା ରିଜେକ୍ଟ ହେବା ପରେ ନିଜ ରାଗ ସୁଝାଇବାକୁ ମୋତେ ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଛନ୍ତି ।
କାହା ନାମ ନେଇ ମୁଁ ତାଙ୍କୁ ସ୍ପେସ୍ ଦେବାକୁ ଚାହୁଁନାହିଁ
ସିଦ୍ଧାର୍ଥ ରାଉତରାୟ ବିନା ତଥ୍ୟରେ ନବୀନ ପଟ୍ଟନାୟକଙ୍କ ବାବଦରେ ବିବୃତି କାହିଁକି ଦେଉଛନ୍ତି ପ୍ରଶ୍ନର ଉତ୍ତରରେ ମନ୍ମଥ କହିଥିଲେ ଯେ,କିଛି ଲୋକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବାବଦରେ ଏଣୁତେଣୁ କହି ନିଜକୁ ଲାଇମଲାଇଟରେ ରଖିବାକୁ ଚାହାନ୍ତି । ମୋ ପରିବାରରେ ମଧ୍ୟ ସେହିଭଳି ଜଣେ ବ୍ୟକ୍ତି ରହିଛନ୍ତି । ସେ ନିର୍ବାଚନ ସମୟରେ ପାଣ୍ଡିଆନଙ୍କୁ ଟିକେଟ୍ ପାଇଁ ଆବେଦନ ପତ୍ର ଦେଇଥିଲେ । ଆବେଦନ ପତ୍ରରେ କ’ଣ ଲେଖାଥିବା ଆପଣ ଅନୁମାନ କରିପାରୁଥିବେ ।
ଆମେରିକାରେ ଓଡ଼ିଶା କନକ୍ଲେଭ୍ କାଳରେ ଏହି ବ୍ୟକ୍ତି (ସିଦ୍ଧାର୍ଥ) ପାଣ୍ଡିଆନଙ୍କୁ ସାକ୍ଷାତ କରିଥିଲେ।ଉଦ୍ଧେଷ୍ୟ ଥିଲା ଦଳୀୟ ଟିକେଟ।ପାଣ୍ଡିଆନକୁ ଆମେରିକାରେ ସାକ୍ଷାତ କରିବା ବାବଦରେ ସେ ନିଜ ସୋସିଆଲ ମିଡିଆ ପୋର୍ଟଫୋଲିଓ ପୋଷ୍ଟ ମଧ୍ୟ କରିଥିଲେ ।ସେ କାହିଁକି ପାଣ୍ଡିଆନଙ୍କୁ ଦେଖା ହୋଇଥିଲେ ?ନବୀନଙ୍କୁ କାହିଁକି ଦୁଇ ଥର ସାକ୍ଷାତ କରିଥିଲେ।ସେତେବେଳେ ତାଙ୍କୁ ନବୀନ ଓ ପାଣ୍ଡିଆନ ଭଲ ଲାଗୁଥିଲେ।ଏବେ ଭଲ ଲାଗୁ ନାହାନ୍ତି ।
ରିଜେକ୍ଟ ହେବାରୁ ରାଗ
ମନ୍ମଥ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ରିଜେକ୍ଟ ହୁଅନ୍ତି,ସେତେବେଳ ସେ ରାଗ ଶୁଝାଇବାକୁ ଏମିତି କରନ୍ତି । ସିଦ୍ଧାର୍ଥ ବାପା ସୁର ରାଉତରାୟଙ୍କ ସହିତ ମିଶି ଦିଲ୍ଲୀ ଯାଇଥିଲେ । ସେଠାରେ ବିଜେପିର ଶୀର୍ଷ ନେତୃତ୍ୱକୁ ସାକ୍ଷାତ କରିଥିଲେ । କିନ୍ତୁ ବିଜେପି ମଧ୍ୟ ତାଙ୍କୁ ରିଜେକ୍ଟ କରିଥିଲା । ବିଜେପି ଓ ବିଜେଡି ସେହି ବ୍ୟକ୍ତିଙ୍କୁ ଠିକ୍ ଚିହ୍ନି ପାରି ତାଙ୍କୁ ରିଜେକ୍ଟ କରିଥିଲେ । ତେଣୁ ମୁଁ ଦୁଇ ଦଳକୁ ଧନ୍ୟବାଦ ଦେବି ବୋଲି ମନ୍ମଥ କହିଛନ୍ତି ।
ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କ ନାମ ନେଇ ସେହି ବ୍ୟକ୍ତି ଖବରରେ ରହିବାକୁ ଚାହୁଁଛନ୍ତି ବୋଲି ମନ୍ମଥ କହିଛନ୍ତି । ନବୀନଙ୍କୁ ଟାର୍ଗେଟ୍ କରି ସେହି ବ୍ୟକ୍ତି ତୃତୀୟ ଦଳରେ କିଛି ବଡ଼ ପଦବୀ ପାଇବା ଆଶା ରଖିଛନ୍ତି ବୋଲି ମନ୍ମଥ କହିଛନ୍ତି ।
ରାଜ୍ୟକୁ ଭଲ ପାଉଥିଲେ ତ’ ଆମେରିକାରେ କରୁଥିଲେ କ’ଣ ?
ସିଦ୍ଧାର୍ଥଙ୍କ ପରିବାର କାହିଁକି ଆମେରିକୀୟ ପାସପୋର୍ଟ ଧାରକ ବୋଲି ମନ୍ମଥ ପ୍ରଶ୍ନ କରିଛନ୍ତି । ନିଜ ଭାଇଙ୍କ ନାମ ନନେଇ ମନ୍ମଥ କହିଛନ୍ତି ଯେ,ସେହି ବ୍ୟକ୍ତି ଯଦି ରାଜ୍ୟକୁ ଏତେ ଭଲ ପାଆନ୍ତି ତେବେ ୧୮ ବର୍ଷ ହେଲା ଆମେରିକାରେ କରୁଥିଲେ କ’ଣ ? ତାଙ୍କ ପରିବାର କାହିଁକି ଆମେରିକା ପାସପୋର୍ଟ ରଖିଛନ୍ତି ? ସେମାନେ କାହିଁକି ଭାରତୀୟ ପାସପୋର୍ଟ ରଖି ନାହାନ୍ତି ?
ଏହା ସହିତ ମନ୍ମଥ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇ କେବଳ ସ୍ପୋର୍ଟସ କୋଟା ଆଧାରରେ ରାଜନୀତି କରିବାକୁ ଚାହୁଁଥିଲେ । ଲୋକଙ୍କ ସହିତ ତାଙ୍କର କିଛି ମଧ୍ୟ ସମ୍ପର୍କ ନଥିଲା । ସୁର ରାଉତରାୟଙ୍କ ନାମ ନେଇ ରାଜନୈତିକ ନଦୀ ପାର ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି ମନ୍ମଥ ।
ନିଜ ଭାଇଙ୍କୁ ଜଣେ ସ୍ୱାର୍ଥକୈନ୍ଦ୍ରିକ,ଡବଲ ଷ୍ଟାଣ୍ଡାର୍ଡ୍ ବ୍ୟକ୍ତି ଭାବେ ବର୍ଣ୍ଣନା କରି ମନ୍ମଥ ପରିବାର ଭିତରେ ଥିବା ଫାଟକୁ ପଦାରେ ପକାଇ ଦେଇଛନ୍ତି । ଏବେ ଉତ୍ତରରେ ବଡ଼ ଭାଇ ଓ ବାପା କ’ଣ କହୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନସ୍ୱାର୍ଥ ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତ୍ୟପାଠ ମାଗିଲେ ଓଡ଼ିଶା ହାଇକୋର୍ଟ