Los Angeles Fire: ଆମେରିକାର ଲସ୍ ଆଞ୍ଜେଲସର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ବଢ଼ିବାରେ ଲାଗିଛି। ଏବେ ଏହା ଦକ୍ଷିଣ କାଲିଫର୍ଣ୍ଣିଆକୁ ମଧ୍ୟ ପ୍ରଭାବିତ କରିଛି।
ନିଆଁର ଆଁରେ ଘରଦ୍ୱାର,ଜଙ୍ଗଲ ସବୁକିଛି ଜଳିଯାଇଛି। ପାଖାପାଖି ୩୦ ଲୋକଙ୍କ ଜୀବନ ନେଇଛି ଏହି ବନାଗ୍ନୀ। ନିଆଁ ଲିଭାଇବା ପାଇଁ ଆମେରିକା ଶହ ଶହ ହେଲିକପ୍ଟର ମୁତୟନ କରିଛି। ଜଙ୍ଗଲ ପାଖରେ ସମୁଦ୍ର ଅଛି ଏବଂ ହେଲିକପ୍ଟର ସେଠାରୁ ପାଣି ଆଣି ନିଆଁରେ ଢାଳିବାରେ ଲାଗିଛି। ତଥାପି ଆମେରିକାର ସବୁ ପ୍ରୟାସ ବିଫଳ ହେଉଛି।
ଦକ୍ଷିଣ କାଲିଫର୍ଣ୍ଣିଆରେ ନିଆଁ ବ୍ୟାପିବାର ମୁଖ୍ୟ କାରଣ ହେଉଛି ପ୍ରବଳ ପବନ। ବିଶେଷଜ୍ଞଙ୍କ ମତରେ ଏହି ଋତୁରେ ଦକ୍ଷିଣ କାଲିଫର୍ଣ୍ଣିଆରେ ସାଧାରଣତଃ ପ୍ରବଳ ପବନ ବହିଥାଏ। ଏହାକୁ ସାନ୍ତା ଆନା କୁହାଯାଏ। ଏହି ବାୟୁ ବହୁତ ଶୁଖିଲା ହୋଇଥାଏ । ସେଥିପାଇଁ ଏହା ନିଆଁରେ ଇନ୍ଧନଭାବେ କାମ କରିଥାଏ। ଏହାପରେ ଏହି ଶୁଖିଲା ପବନ ଘଣ୍ଟାପ୍ରତି ୬୦-୭୦ ମାଇଲ ବେଗରେ ପ୍ରବାହିତ ହୋଇ ଅଗ୍ନିନିର୍ବାପକ ଯନ୍ତ୍ରରେ ବାଧା ସୃଷ୍ଟି କରିଥାଏ। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କାଲିଫର୍ଣ୍ଣିଆରେ ବର୍ଷକୁ ହାରାହାରି ୧୦ ଥର ଏଭଳି ପବନ ବହିଥାଏ। ବର୍ତ୍ତମାନ ଏହି ପବନ ବହି ନିଆଁରେ ଘିଅ ଢାଳିବା ଭଳି କାମ କରୁଛି।
ବର୍ତମାନ ଲସ୍ ଆଞ୍ଜେଲସ୍ ରେ ଅଗ୍ନିଶମ କର୍ମଚାରୀମାନେ ତିନୋଟି ବଡ଼ ନିଆଁ ସହ ସଂଘର୍ଷ କରୁଛନ୍ତି ଯେଉଁଥିରୁ ଦୁଇଟିରେ ଅତି କମରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ୪୦,୫୮୮ ଏକରରୁ ଅଧିକ ଜମି ଜଳିଯାଇଛି ଏବଂ ୧୫୦,୦୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ବାଧ୍ୟ କରାଯାଇଛି ।
ସର୍ବବୃହତ ପାଲିସାଡେସ୍ ଅଗ୍ନିକାଣ୍ଡ ରେ ୨୩,000 ଏକରରୁ ଅଧିକ ଜମି ଜଳିଯାଇଛି ଏବଂ ସୋମବାର ସନ୍ଧ୍ୟା ସୁଦ୍ଧା ଏହା ୧୪% ନିୟନ୍ତ୍ରଣରେ ରହିଛି।
ଏହି ଅଗ୍ନିକାଣ୍ଡରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଇଟନ୍ ଓ ପାଲିସାଡେସ୍ ଅଗ୍ନିଶମ ଅଞ୍ଚଳରୁ ୨୩ ଜଣ ନିଖୋଜ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ସୋମବାର ଦିନ ଲୁଟ୍ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣଙ୍କୁ ନିଆଁ ଲଗାଇବା ଅଭିଯୋଗରେ ଗିରଫ କରାଯାଇଛି ବୋଲି କର୍ତ୍ତୃପକ୍ଷ ଘୋଷଣା କରିଛି।
ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ, ଆହୁରି ଛାରଖାର କରିବ ନିଆଁ, ୭ ଦିନରେ ୨୩ ଲକ୍ଷ କୋଟି ସ୍ୱାହା
1 Comment
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?