Oral Health Care: ଚା, କଫି, ଥଣ୍ଡା ପାନୀୟ ଏବଂ ରେଡ୍ ୱାଇନ୍ ଏପରି କିଛି ପାନୀୟ ଯାହାକୁ ଲୋକମାନେ ସବୁଠାରୁ ଅଧିକ ପିଇବାକୁ ପସନ୍ଦ କରନ୍ତି ।
ସକାଳ ଚା’ କଫିଠାରୁ ଆରମ୍ଭ କରି ବାହାରେ ସାଙ୍ଗସାଥୀଙ୍କୁ ଭେଟିବା ସମୟରେ ଥଣ୍ଡା ପାନୀୟ କିମ୍ବା ମଦ ପିଇବା ଲୋକଙ୍କ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଏବେ ପ୍ରଶ୍ନ ଉଠୁଛି ଏହି ପାନୀୟ ଦାନ୍ତ ଉପରେ କ’ଣ ପ୍ରଭାବ ପକାଇଥାଏ।
ଏହି ପାନୀୟଗୁଡ଼ିକ ମଧ୍ୟରୁ କେଉଁଟି ଦାନ୍ତରେ ସର୍ବାଧିକ କ’ଣ କ୍ଷତି କରିପାରେ?
ରେଡ୍ ଓ୍ଵାଇନ୍ ଥିବା କ୍ରୋମୋଜେନ୍ ପରିମାଣ, ଏସିଡିଟି ଏବଂ ଟେନିନ୍ କାରଣରୁ ଆମ ଦାନ୍ତରେ ଦାଗ ହେବାର ସମ୍ଭାବନା ରହିଥାଏ। ଦାନ୍ତରେ ରେଡ୍ ୱାଇନ୍ ର ଦାଗ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ରେଡ୍ ୱାଇନ୍ ପିଇବା ଦ୍ୱାରା ଦାନ୍ତର ବାହ୍ୟ ପୃଷ୍ଠର ରଙ୍ଗ ସ୍ଥାୟୀ ଭାବେ କ୍ଷତିଗ୍ରସ୍ତ ହୋଇଥାଏ।
ତେବେ କଫି ଓ ଥଣ୍ଡା ପାନୀୟ ମଧ୍ୟ ଦାନ୍ତରେ ଦାଗ ସୃଷ୍ଟି କରିପାରେ। କଫିରେ କ୍ରୋମୋଜେନ୍ ଥାଏ ଏବଂ ଥଣ୍ଡା ପାନୀୟ ପିଗ୍ମେଣ୍ଟେଡ୍ ଥାଏ। ଏହା ଦ୍ୱାରା ଦାନ୍ତରେ ଦାଗ ହୋଇଥାଏ। ତେବେ କଫି କେବଳ ଦାନ୍ତର ଉପର ପୃଷ୍ଠରେ ବିକୃତି ସୃଷ୍ଟି କରିଥାଏ, କିନ୍ତୁ ଏହା ଧୀରେ ଧୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ।
ଏହି ପାନୀୟ ଆଉ କ’ଣ କ୍ଷତି କରିପାରେ?
କେବଳ ଏତିକି ନୁହେଁ, ଏହି ପାନୀୟ କେବଳ ଦାଗ ନୁହେଁ, ଦାନ୍ତକୁ ଆହୁରି ଅନେକ କ୍ଷତି ପହଞ୍ଚାଇପାରେ। ଏହି ପାନୀୟର ଏସିଡିଟି ଓ ଚିନି ଯୋଗୁଁ ଦାନ୍ତ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦେଇଥାଏ ।
ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ପାନୀୟରେ ଥିବା ଚିନି ଓ ଏସିଡ୍ ଦାନ୍ତକୁ ପଚି ଦେଇଥାଏ। ଏହା ଦ୍ୱାରା ଏନାମେଲ କ୍ଷୟ ହୋଇପାରେ ଅର୍ଥାତ୍ ଦାନ୍ତର ଉପର ସ୍ତର କ୍ଷତିଗ୍ରସ୍ତ ହୋଇପାରେ ।
ଥଣ୍ଡା ପାନୀୟରୁ କ୍ୟାଭିଟି ସମସ୍ୟା ଅଧିକ ହୋଇପାରେ। ଏଥିସହିତ କଫି ପାଟି ଶୁଷ୍କ ହେବା ସହ ଲାଳ କମ୍ କରିଥାଏ। ଏହି କାରଣରୁ ପାଟିର ପିଏଚ୍ ସ୍ତର କମ୍ ରହିଥାଏ, ଯାହା ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ।
ରେଡ୍ ୱାଇନ୍ ମଧ୍ୟ ଏନାମେଲ୍ କ୍ଷୟ ସୃଷ୍ଟି କରିପାରେ, କାରଣ ଆଲକୋହଲ୍ ପାଟିରେ ଡିହାଇଡ୍ରେସନ୍ ହେବାର ଆଶଙ୍କା ସୃଷ୍ଟି କରିଥାଏ। ଏହା ଦ୍ୱାରା ହାଲିଟୋସିସ୍, ଦାନ୍ତ ଯନ୍ତ୍ରଣା, ମାଢ଼ି ସମସ୍ୟା ଦେଖାଦେଇଥାଏ।
ଆପଣ କିପରି ପ୍ରତିରକ୍ଷା କରିପାରିବେ?
ତେଣୁ ଏସବୁରୁ ବର୍ତ୍ତିବା ପାଇଁ ଷ୍ଟ୍ର ବ୍ୟବହାର କରିବା ଉଚିତ। ଏହାଦ୍ଵାରା ଆପଣଙ୍କ ଦାନ୍ତ ସହ ଏହି ପାନୀୟର ସଂସ୍ପର୍ଶ କମିଯିବ। ଏହାବ୍ୟତୀତ ଏହି ପାନୀୟକୁ ପିଇବା ପରେ ପାଣିରେ ଧୋଇବା ଜରୁରୀ, ଯାହାଦ୍ୱାରା ଏହାର କଣିକା ଦାନ୍ତ ଓ ମାଢ଼ିରୁ ଛାଡ଼ିଯିବ । ଏହା ବ୍ୟତୀତ ଉପଯୁକ୍ତ ପାଟିପରିଚ୍ଛନ୍ନତା ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ ।
ଜାଣିରଖନ୍ତୁ, ରକ୍ତରୁ ଖରାପ କୋଲେଷ୍ଟ୍ରଲ ଦୂର କରିବାର ପ୍ରାକୃତିକ ଉପାୟ