Snoring Causes: ଘୁଙ୍ଗୁଡ଼ି ସାଧାରଣତଃ ଗଭୀର ନିଦ୍ରାର ଲକ୍ଷଣ ହୋଇଥାଏ ।
ଆପଣ ଅନେକ ସମୟରେ ଶୁଣିଥିବେ ଯେ, ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ଭଲ ଭାବେ ଶୋଇଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି ଘୁଙ୍ଗୁଡ଼ି ମରିବାର ଅର୍ଥ ନିଦ ନୁହେଁ; ଏହା ଏକ ଗମ୍ଭୀର ସମସ୍ୟାର ସଙ୍କେତ? ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ପ୍ରାୟତଃ ଅଜାଣତରେ ଥାଆନ୍ତି ଯେ ସେମାନେ ଘୁଙ୍ଗୁଡ଼ି ମାରୁଛନ୍ତି । ଘୁଙ୍ଗୁଡ଼ି ମାରିବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ ।
ଘୁଙ୍ଗୁଡ଼ି ମାରିବାର କାରଣ
ଘୁଙ୍ଗୁଡ଼ି ମାରିବାର ଅନେକ କାରଣ ଥାଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ନୁସାରେ, ଏହା ନାକ ଓ ଗଳା ଏବଂ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ। ମେଦବହୁଳତା, ଅତ୍ୟଧିକ ଧୂମପାନ ଏବଂ ମଦ୍ୟପାନ, ଅନିଦ୍ରା କିମ୍ବା ନାକରେ ଆଲର୍ଜି କାରଣରୁ ଏହା ହୋଇପାରେ।
ଶ୍ୱାସନଳୀର ଉପର ଭାଗ ବ୍ଳକ୍ ହେଲେ ଫୁସଫୁସକୁ କମ୍ ପରିମାଣର ଅକ୍ସିଜେନ୍ ବା ଅମ୍ଳଜାନ ଯାଇଥାଏ, ଫଳରେ କାର୍ବନ ଡାଇ-ଅକ୍ସାଇଡ୍ ବା ଅଙ୍ଗାରକାମ୍ଳ ପରିମାଣ ବଢ଼ିଯାଏ । ଏପରିକି ୧୦ରୁ ୧୫ ସେକେଣ୍ଡ ପାଇଁ ହାର୍ଟ ବା ହୃତପିଣ୍ଡ ବନ୍ଦ ହୋଇଯିବା ଆଶଙ୍କା ରହେ । ତେଣୁ ଏହା ଘାତକ ହୋଇଥାଏ । ନଜର ପକାନ୍ତୁ କ’ଣ ସ୍ଲିପ୍ ଅପ୍ନିଆ ରୋଗର
ବିଶେଷଜ୍ଞଙ୍କ କହିବା ନୁସାରେ, ଯଦି ଆପଣ ଦିନସାରା ଅଳସ୍ୟ କିମ୍ବା ଥକ୍କା ଅନୁଭବ କରନ୍ତି, ତେବେ ଏହା ମଧ୍ୟ ଘୁଙ୍ଗୁଡ଼ି ମାରିବାର ଲକ୍ଷଣ ହୋଇପାରେ । ମାନସିକ ଚାପ, ଅତ୍ୟଧିକ ନିଦ୍ରାହୀନତା, ମୁଣ୍ଡବିନ୍ଧା ଇତ୍ୟାଦି ଘୁଙ୍ଗୁଡ଼ି ମାରିବାର ଲକ୍ଷଣ ହୋଇପାରେ । ବିଶେଷଜ୍ଞଙ୍କ ମତରେ ଜୀବନଶୈଳୀ ଓ ଖାଦ୍ୟରେ ପରିବର୍ତ୍ତନ ଆଣି ଓଜନ ହ୍ରାସ କରନ୍ତୁ। ସାଇନସ୍ କିମ୍ବା ଥାଇରଏଡ୍ ଜନିତ ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ALSO READ: https://purvapaksa.com/disadvantages-of-oiling-hair-overnight/
ଯଦି ଆପଣ ରାତି ସାରା କେଶରେ ତେଲ ଲଗାଇ ଶୋଇଥାନ୍ତି, ତେବେ ଜାଣନ୍ତୁ ଏହାର କ୍ଷତି ବିଷୟରେ