ଡାଇନୋସର ଏକ ପ୍ରାଣୀ , ପ୍ରାୟ ୧୬୦ ନିୟୁତ ବର୍ଷ ଧରି ପୃଥିବୀର ସ୍ଥଳ ଭାଗରେ ରହୁଥିବା ମେରୁଦଣ୍ଡୀ ପ୍ରାଣୀ ଥିଲା । ସେମାନେ ଟ୍ରାଏସିକ୍ ଯୁଗର ଶେଷରୁ କ୍ରିଟେସିୟସ୍ ଯୁଗର ଶେଷ ପର୍ଯ୍ୟନ୍ତ ରହିଥିଲେ, ଯାହା ପରେ କ୍ରିଟେସିୟସ୍-ତୃତୀୟ ବିଲୁପ୍ତି ଘଟଣା ର ଫଳସ୍ୱରୂପ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଲୁପ୍ତ ହୋଇଯାଇଥିଲେ ।
ପୃଥିବୀକୁ ପୁଣି ଫେରିବେ କି ଡାଇନୋସର୍? ହଁ, ଦର୍ଶକବନ୍ଧୁ ଏମିତି କିଛି କଥାକୁ ନେଇ ଏବେ ଚର୍ଚା ଜୋର ଧରିଛି । ଏବେ ପୁଣିଥରେ ପୃଥିବୀ ପୃଷ୍ଠକୁ ଡାଇନୋସର୍ ଫେରିବାର ଆଶଙ୍କା ବଢିଚାଲିଛି । ଦିନ ଥିଲା ଆଜିଠାରୁ ପ୍ରାୟ କୋଟି କୋଟି ବର୍ଷ ପୂର୍ବରୁ ଦୁନିଆରେ ରାଜ କରୁଥିଲେ ଡାଇନୋସର୍ । ହେଲେ ପରେ ଲୋପ ପାଇଗଲା ଏହି ବିଶାଳକାୟ ଜୀବଙ୍କର ବଂଶ । ହେଲେ ବର୍ତ୍ତମାନ ଡାଇନୋସର କାହାଣୀ କେବଳ ଚଳଚ୍ଚିତ୍ର ଏବଂ କାହାଣୀରେ ହିଁ ସୀମିତ ହୋଇ ରହିଯାଇଛି ।
ଡାଇନୋସର ବଂଶର ଅନ୍ତ ବହୁ ବର୍ଷ ପୂର୍ବରୁ ହେଲାଣି, କିନ୍ତୁ ବୈଜ୍ଞାନିକମାନେ ସମୟ ସମୟରେ ଏହି ଜୀବ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଉଛନ୍ତି । ତେବେ ଏହାରି ଭିତରେ ପୃଥିବୀରେ ବିଶାଳ ଡାଇନୋସରର ଅସ୍ତିତ୍ୱ ସହିତ ଜଡିତ ଆଉ ଏକ କଥା ସାମ୍ନାକୁ ଆସିଛି । କିଛି ବର୍ଷ ପୂର୍ବେ ଏକ ହଲିଉଡ୍ ସିନେମା ମୁକ୍ତିଲାଭ କରିଥିଲା, “ଜୁରାସିକ୍ ପାର୍କ” । ଏହି ଫିଲ୍ମଟି ଖୁବ ଲୋକପ୍ରିୟ ଏବେ ଏହା ଅନେକ ରେକର୍ଡ ଭାଙ୍ଗିଥିଲା ।
କିନ୍ତୁ କ’ଣ ଆପଣ ଜାଣନ୍ତି ଜୁରାସିକ୍ ପାର୍କ ଚଳଚ୍ଚିତ୍ର ନିର୍ମାଣ ପଛରେ ଥିବା ବୈଜ୍ଞାନିକମାନେ ଆଜି ବି ବିଶ୍ୱାସ କରନ୍ତି ଯେ ଏହି ବିଶାଳକାୟ ବିଲୁପ୍ତ ଡାଇନୋସର ପୁଣି ଥରେ ପୃଥିବୀକୁ ଫେରିପାରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏବେ ବୈଜ୍ଞାନିକ କହିଛନ୍ତି ଡାଇନୋସର୍ ପୁଣିଥରେ ପୃଥିବୀ ପୃଷ୍ଠକୁ ଫେରିପାରନ୍ତି । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏବଂ ଆନ୍ଥ୍ରୋପୋଜେନିକ୍ ନିର୍ଗମନ ଯୋଗୁଁ ପୁଣିଥରେ ପୃଥିବୀକୁ ଡାଇନୋସରର ପ୍ରତ୍ୟାବର୍ତ୍ତନ କରିପାରେ ।
ସେମାନେ କହିଛନ୍ତି ଯେ ୨୯୪ ନିୟୁତ ବର୍ଷ ପୂର୍ବେ ଆଗ୍ନେୟଗିରିର କାର୍ବନ ଡାଇଅକ୍ସାଇଡ୍ (CO2) ସ୍ତର ବୃଦ୍ଧି ସରୀସୃପ ଏବଂ ଡାଇନୋସର ବଂଶ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ନିକଟରେ ସେଣ୍ଟ ଆଣ୍ଡ୍ର୍ୟୁ ନାମକ ଏକ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନଙ୍କ ଦ୍ୱାରା ଏହି ଗବେଷଣା କରାଯାଇଛି । ଯାହା ପରେ ଏବେ ପୃଥିବୀକୁ ପୁଣି ଥରେ ଡାଇନୋସର୍ ଫେରିବାର ଆଶଙ୍କା ବୃଦ୍ଧି ପାଇଛି ।
ବିଶ୍ୱାସ କରାଯାଏ ୬.୬ କୋଟି ବର୍ଷ ପୂର୍ବରୁ ଗୋଟିଏ ଛୋଟଗ୍ରହ ପୃଥିବୀ ସହ ଧକ୍କା ହୋଇଥିଲା ଫଳରେ ମହାବିନାଶ ଘଟିଥିଲା ଏବଂ ପୃଥିବୀର ଦୁଇ ତୃତୀୟାଂଶ ଜୀବନ ବିଲୁପ୍ତ ହୋଇଯାଇଥିଲା । ଯେଉଁଥିରେ ଡାଇନୋସର ଅନ୍ୟତମ । ଏହି ଅଧ୍ୟୟନ ଅନୁଯାୟୀ, ଡାଇନୋସରର ସମାପ୍ତି ଉଲକାପିଣ୍ଡର ଧକ୍କା ହେତୁ ହୋଇନଥିଲା । ବରଂ ଏକ ବିଶାଳ ଉଲକାପିଣ୍ଡ ଧକ୍କା ପରେ ବାହାରିଥିବା ଅତ୍ୟଧିକ ଧୂଳି ଏବଂ ଆବର୍ଜନା ଦ୍ୱାରା ଘଟିଥିଲା ।
ବାସ୍ତବରେ ଏହି ବିଶାଳ ଉଲକାପିଣ୍ଡର ଆବର୍ଜନାରୁ ବାହାରିଥିବା ଧୂଳି ହଜାର ହଜାର ବର୍ଷ ଧରି ପୃଥିବୀ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପହଞ୍ଚିବା ବନ୍ଦ କରିଦେଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୦୦ ଗିଗାଟନର ଏହି ଧୂଳି ପୃଥିବୀର ବାୟୁମଣ୍ଡଳରେ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ରହିଲା । ଯେଉଁଥିପାଇଁ ପୃଥିବୀର ଉଦ୍ଭିଦ ଏବଂ ଅନେକ ପ୍ରାଣୀ ବିଲୁପ୍ତ ହେବାକୁ ଲାଗିଲେ । ଏହି କାରଣରୁ, ଡାଇନୋସରମାନେ ମଧ୍ୟ ଖାଦ୍ୟ ପାଇଲେ ନାହିଁ ଏବଂ ସେମାନେ ଧୀରେ ଧୀରେ ସଂପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଗଲେ ।
କିନ୍ତୁ ଏବେ ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଲେ ସେମାନେ ପୁଣିଥରେ ପୃଥିବୀକୁ ଫେରିପାରିବେ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଜୀବାଶ୍ମ ମାଧ୍ୟମରେ ପୁରାତନ କାଳର ବିଲୁପ୍ତ ଜୀବଙ୍କ ବିଷୟରେ ପତ୍ତା ଲଗାଇବା ଆଦୌ ସହଜ କାମ ନୁହେଁ । ବର୍ତ୍ତମାନ ଜୀବାଶ୍ମରୁ ବିଲୁପ୍ତ ଜୀବ ଡାଇନୋସର ବିଷୟରେ ପତ୍ତା ଲଗାଇବାକୁ ବୈଜ୍ଞାନିକମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତି । କିଛି ବୈଜ୍ଞାନିକ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ମାତ୍ର ଡାଇନୋସରଙ୍କ ସମସ୍ତ ରହସ୍ୟ ଉପରୁ ଏବେ ଯାଏଁ ପରଦା ଉଠିପାରିନାହିଁ ।
Also read https://purvapaksa.com/handicrafts-provide-income-women-are-making-things-from-waste-paper/
ହସ୍ତଶିଳ୍ପ ଦେଇଛି ରୋଜଗାର, ଅଦରକାରୀ କାଗଜରୁ ଭଳିକି ଭଳି ଜିନିଷ କରୁଛନ୍ତି ମହିଳା