Skipping Breakfast: ଅଧିକାଂଶ ସମୟରେ ସକାଳେ କାମକୁ ଯିବାରେ ବିଳମ୍ବ ନ ହେବା ପାଇଁ ଲୋକମାନେ ଜଳଖିଆ ଛାଡ଼ି ଦିଅନ୍ତି ।
ସାଧାରଣତଃ ଆମେ ବିଶ୍ୱାସ କରିଥାଉ ଯେ ଜଳଖିଆ ଛାଡ଼ିବା ଦ୍ୱାରା ବିଶେଷ କ୍ଷତି ହୋଇନଥାଏ ଏବଂ ଯଦି ଏହା ହୁଏ ତେବେ ମଧ୍ୟାହ୍ନ ଭୋଜନରେ ଟିକେ ଅଧିକ ଖାଇ ଆମେ ଏହି ଅଭାବକୁ ଦୂର କରିପାରିବା । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଏହା ହୁଏ ନାହିଁ । ଜଳଖିଆ ଛାଡ଼ିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏପରି ଗଭୀର ପ୍ରଭାବ ପକାଇଥାଏ, ଯାହା ହୁଏତ ଆପଣ କଳ୍ପନା କରିନଥିବେ ।
ଜଳଖିଆ ନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ଅଟେ । ଆସନ୍ତୁ ଜାଣିବା, ଜଳଖିଆ ନ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟର କ’ଣ କ୍ଷତି ହୋଇପାରେ।
ଜଳଖିଆ ହେଉଛି ଆପଣଙ୍କ ଦିନର ପ୍ରଥମ ଭୋଜନ । ଏହି ସମୟରେ ଆପଣଙ୍କ ଶରୀର ରାତିସାରା ଉପବାସ କରିବା ପରେ ଖାଦ୍ୟ ଖାଇଥାଏ, ଯାହା ଶରୀରକୁ ଶକ୍ତି ଦେଇଥାଏ।
କିନ୍ତୁ ଯେତେବେଳେ ଆପଣ ଜଳଖିଆ ଖାଆନ୍ତି ନାହିଁ, ତେବେ ଶକ୍ତି ପାଇଁ ଦିନରେ ଅଧିକ ଚର୍ବି ଏବଂ ଚିନି ଯୁକ୍ତ ଜିନିଷ ଖାଇବାର ଇଚ୍ଛା ବୃଦ୍ଧି ପାଇବାର ଅଧିକ ସମ୍ଭାବନା ଥାଏ, ଯାହା ଓଜନ ବୃଦ୍ଧିର କାରଣ ହୋଇପାରେ । ତେଣୁ ଜଳଖିଆ ନ ଖାଇବା ଦ୍ୱାରା ଓଜନ କମିବା ପରିବର୍ତ୍ତେ ଅସ୍ୱାସ୍ଥ୍ୟକର ଓଜନ ବଢ଼ିବାର ଆଶଙ୍କା ବଢ଼ିଯାଇଥାଏ।
ଗବେଷଣାରୁ ଜାଣିବାକୁ ମିଳିଛି ଗୋଟାଏ ଥର ସକାଳ ଜଳଖିଆ ନଖାଇବା ଅର୍ଥାତ ୧୮ ଘଣ୍ଟା ଧରି କିଛି ନଖାଇବା ସହିତ ସମାନ। ଯାହାକି ଆପଣ ଜାଣନ୍ତି ଶରୀର ପାଇଁ ଆଦୌ ସୁସ୍ଥକର ନୁହେଁ। ବିଶେଷ କରି ଶିଶୁମାନଙ୍କ ପାଇଁ।
ଯଦି ଆପଣଙ୍କ ମସ୍ତିଷ୍କ ତୀକ୍ଷ୍ଣ କାମ କରୁ ବୋଲି ଆପଣ ଚାହାନ୍ତି ତେବେ ଆପଣଙ୍କୁ ସକାଳ ସମୟରେ ଏକଦମ ପେଟ ଭରା ଖାଦ୍ୟ ଖାଇବାକୁ ହେବ। ତାହାଲେ ଯାଇ ଆପଣଙ୍କର ଚିନ୍ତା କରିବାର ଶକ୍ତି ଠିକ୍ ଭାବେ କାମ କରିବ। ଯଦି ଆପଣ ସକାଳୁ କିଛି ଖାଇନାହାନ୍ତି ତେବେ ଦିନରେ କିଛି ଏପଟ ସେପଟ ଖାଇ ଦେଲେ ତାହା ଶରୀରକୁ ଶୀଘ୍ର ପ୍ରଭାବ ପକାଇଥାଏ।
ସକାଳୁ ରୀତିମତ ଖାଦ୍ୟ ଖାଇବାର ଅଭ୍ୟାସ ଥିଲେ ଚିଡ଼ିଚିଡ଼ା ପଣ ବି କମ୍ ହୋଇଥାଏ। ସକାଳ ଜଳଖିଆ ଗ୍ରହଣ କରୁନଥିବା ବ୍ୟକ୍ତି ସ୍ୱଭାବରେ ଚିଡ଼ିଚିଡ଼ା ହୋଇ ଯାଆନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ସକାଳେ ଚା’ ଓ କଫି ପିଇବାର ଅଛି ତାହାଲେ ସକାଳ ଜଳଖିଆ ଖାଇସାରିବା ପରେ ହିଁ ପିଅନ୍ତୁ।
ALSO READ: https://purvapaksa.com/what-are-the-hmpv-virus-symptoms/