Mor Pankh: ମୟୁର ଆମ ଜାତୀୟ ପକ୍ଷୀ । କଳା ମେଘ ଦେଖିଲେ ମୟୁର ତାର ପୁଚ୍ଛ ଖୋଲି ନାଚିଥାଏ । ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗେ ।
ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ । ସେଥିପାଇଁ ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ମୟୁର ପୁଚ୍ଛ ରଖିଲେ ଘର ମଧ୍ୟରେ ସାକରାତ୍କମକ ପରିବେଶ ସୃଷ୍ଟି ହୋଇଥାଏ।
ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ମୟୁର ପଙ୍ଖ ରଖିବା ସୁଖ ଏବଂ ସମୃଦ୍ଧତା ଆଣିଥାଏ। ପିଲାଦିନେ, ଆମମାନଙ୍କ ମଧ୍ୟରୁ ଅଧିକାଂଶ କପି ଏବଂ ବହି ଭିତରେ ମୟୂର ପଙ୍ଖ ରଖୁଥିଲେ।ଯେତେବେଳେ କି କିଛି ଲୋକ ସେମାନଙ୍କ ଘରେ ମୟୂର ପୋଷା ମଧ୍ୟ ରଖିବାକୁ ପସନ୍ଦ କରନ୍ତି । କାରଣ ଏହା ଆର୍ଥିକ ଲାଭ ଆଣିଥାଏ ବୋଲି ବିଶ୍ୱାସ କରାଯାଏ । ଆସନ୍ତୁ ଜାଣିବା ଏହାକୁ ନେଇ ଵସ୍ତୁ କ’ଣ କୁହେ…
ବାସ୍ତୁ ଅନୁସାରେ ମୟୂର ପୁଚ୍ଛର ମହତ୍ତ୍ୱ କଣ ରହିଛି:
ଠାକୁର ଘରେ ମୟୂର ପୁଚ୍ଛ ଏବଂ ବଂଶୀକୁ ଏକା ସାଥିରେ ରଖିବା ଦ୍ୱାରା ଘର ମଧ୍ୟରେ ଭଲ ପାଇବା ବଢିବା ସହିତ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ।
ଘରର ମୁଖ୍ୟ ଦ୍ୱାରରେ ଗଣେଶଙ୍କ ସହିତ ମୟୂର ପୁଚ୍ଛ ରଖିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ସକାରାତ୍ମକ ଭାବନା ଜାଗ୍ରତ ହେବା ସହିତ ଘର ମଧ୍ୟକୁ ନାକାରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ ।
ଅନେକ ପିଲାଙ୍କୁ ରାତିରେ ଶୋଇବା ସମୟରେ ଡର ଲାଗିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ତକିଆ ତଳେ ମୟୂର ପୁଚ୍ଛ ରଖିବା ଦ୍ୱାରା ସମସ୍ତ ଖରାପ ନଜରରୁ ରକ୍ଷା ମିଳି ଥାଏ ବୋଲି ବିବେଚନା କରାଯାଏ ।
ବାସ୍ତୁ ଅନୁସାରେ, ମୟୂର ପୁଚ୍ଛକୁ ଫ୍ରେମ୍ କରି କାନ୍ଥରେ ଲଗାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହିତ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଘର ମଧ୍ୟକୁ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ ମୟୂର ପୁଚ୍ଛ ସହିତ ୨୧ ଥର ଗ୍ରହ ମନ୍ତ୍ର ପଢି, ତାହା ଉପରେ ଜଳ ସିଞ୍ଚନ କରି ଏକ ଏମିତି ସ୍ଥାନରେ ରଖିବେ ଯେମିତିକି ତାହା ଉପରେ ସମସ୍ତଙ୍କ ନଜର ରହୁଥିବ । ଏହା ଦ୍ୱାରା ରାହୁ ଦୋଷ ଦୂର ହେବା ସହିତ ଜୀବନରେ ସବୁ ମଙ୍ଗଳମୟ ହୋଇଥାଏ ବୋଲି ବିବେଚନା କରାଯାଏ ।
ALSO READ: https://purvapaksa.com/do-not-eat-this-medicine-during-pragnancy/
ଜାଣନ୍ତୁ, ଶିକ୍ଷା କ୍ଷେତ୍ରରେ ମକର ରାଶିର ଲୋକଙ୍କ ପାଇଁ ୨୦୨୫ ବର୍ଷ କିପରି ହେବ