Delhi Assembly Election: ଗତ ୨୬ବର୍ଷ ଧରି ଦିଲ୍ଲୀରେ ବିଜେପି କ୍ଷମତା ବାହାରେ ରହିଛି। ବିଧାନସଭା ନିର୍ବାଚନ-୨୦୨୫ରେ ବିଜେପି ଯେ କୌଣସି ପରିସ୍ଥିତିରେ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଚାହୁଁଛି, ଯେଉଁଥିପାଇଁ ସେ ପୂର୍ଣ୍ଣ ଶକ୍ତି ଲଗାଇବାକୁ ଯାଉଛି। ଏହାପରେ ମଧ୍ୟ ଦିଲ୍ଲୀରେ କ୍ଷମତାର ବାଟ ବିଜେପି ପାଇଁ ସହଜ ନୁହେଁ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍), ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ବିଧାନସଭା ପୁନରୁଦ୍ଧାର ପରେ ୧୯୯୩ରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଥିଲା। ସେବେଠାରୁ ରାଜଧାନୀରେ ୭ଟି ବିଧାନସଭା ନିର୍ବାଚନ ହୋଇସାରିଲାଣି। ୧୯୯୩ରେ ବିଜେପି ମାତ୍ର ଥରେ ଜିତିବାରେ ସକ୍ଷମ ହୋଇଥିଲା। ୧୯୯୮ମସିହାରେ ଯେତେବେଳେ ତାଙ୍କ ହାତରୁ କ୍ଷମତା ଚାଲିଗଲା ପରଠାରୁ ଆଉ ଫେରିନଥିଲା। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ବିଜେପି କାହିଁକି ଦିଲ୍ଲୀର ହୃଦୟ ଜିତିବାରେ ସକ୍ଷମ ହେଉନାହିଁ ଏବଂ ୨୦୨୫ରେ ରାଜନୈତିକ ଚନ୍ଦ୍ରଗ୍ରହଣକୁ ଅତିକ୍ରମ କରିବାରେ ସକ୍ଷମ ହେବ କି?
ଗତ ୨୬ ବର୍ଷ ଧରି ଦିଲ୍ଲୀରେ ବିଜେପି କ୍ଷମତା ବହାରେ ରହିଛି। ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ ଦୀର୍ଘ ୧୫ ବର୍ଷ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଆଗରେ ଠିଆ ହୋଇପାରିନଥିଲେ ବିଜେପି। ଗତ ୧୧ ବର୍ଷ ଧରି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କ୍ଷମତା ମଇଦାନରେ ଅଛନ୍ତି। ଏବେ ପୁଣିଥରେ ଦିଲ୍ଲୀ ବିଧାନସଭା ନିର୍ବାଚନର ରାଜନୈତିକ ଉଷ୍ମତା ବଢ଼ିଛି। ବିଜେପି ୨୦୨୫ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଚାହୁଁଛି, ଯେଉଁଥିପାଇଁ ସେ ପୂର୍ଣ୍ଣ ଶକ୍ତି ଲଗାଇବାକୁ ଟାଉଛି। ଏହାପରେ ମଧ୍ୟ ଦିଲ୍ଲୀରେ କ୍ଷମତା ହାସଲ କରିବାର ରାସ୍ତା ବିଜେପି ପାଇଁ ଏତେ ସହଜ ନୁହେଁ।
୨୦୧୪ ଲୋକସଭା ନିର୍ବାଚନ ପରଠାରୁ ମୋଦି-ଶାହା ଯୋଡ଼ି ବିଜେପି ପାଇଁ ବିଜୟର ଗ୍ୟାରେଣ୍ଟି ପାଲଟିଥିଲେ। ଏଭଳି ସ୍ଥିତିରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି ନିଜ ବିଜୟର ପତାକା ଉତ୍ତୋଳନ ଜାରି ରଖିଛି। ଉତ୍ତରରୁ ଦକ୍ଷିଣ ଏବଂ ପଶ୍ଚିମରୁ ଉତ୍ତର-ପୂର୍ବ ପର୍ଯ୍ୟନ୍ତ ବିଜେପିର ବିଜୟ ଆରମ୍ଭ ହୋଇଥିଲା। ବିଜେପିର ବିଜୟର ଶ୍ରେୟ ନରେନ୍ଦ୍ର ମୋଦି-ଅମିତ ଶାହ ଯୋଡ଼ିଙ୍କୁ ଦିଆଯାଇଥିଲା, କିନ୍ତୁ କେନ୍ଦ୍ର ସରକାରଙ୍କ ନାକ ତଳେ ଦିଲ୍ଲୀରେ ୨୦୧୫ ଓ ୨୦୨୦ରେ ଦୁଇଥର ନିର୍ବାଚନ ହୋଇଥିଲା। ଏହି ଦୁଇଟି ଯାକ ନିର୍ବାଚନରେ ମୋଦି-ଶାହା ଯୋଡ଼ି କେଜ୍ରିୱାଲଙ୍କ ଆଗରେ ପ୍ରଭାବ ପକାଇ ପାରିନଥିଲେ। ଏହା ପଛରେ ସବୁଠାରୁ ବଡ଼ କାରଣ କ’ଣ, ଯେଉଁ କାରଣରୁ ବିଜେପି ଦିଲ୍ଲୀର ଲଢ଼େଇ ଜିତିବାରେ ସକ୍ଷମ ହୋଇପାରୁନାହିଁ?
ଦିଲ୍ଲୀର ଭିନ୍ନ ଭିନ୍ନ ମତଦାନ ପଦ୍ଧତି
ଦିଲ୍ଲୀର ରାଜନୈତିକ ମନୋଭାବକୁ ବିଜେପି ବୁଝିପାରୁନାହିଁ। ଦେଶର ଅନ୍ୟରାଜ୍ୟର ଫର୍ମୁଲାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିହେବ ନାହିଁ। ଜାତି ଓ ଧର୍ମର ରାଜନୀତି ପ୍ରତି ଦିଲ୍ଲୀ କେବେ ଧ୍ୟାନ ଦିଏ ନାହିଁ। ଏହାବ୍ୟତୀତ ଦିଲ୍ଲୀର ଏକ ବଡ଼ ବର୍ଗର ଲୋକ ବ୍ୟବସାୟୀ ହୋଇଥିବାରୁ ଦିଲ୍ଲୀବାସୀ ନକାରାତ୍ମକ ପ୍ରଚାରକୁ ଗୁରୁତ୍ୱ ଦେଉନାହାନ୍ତି। ଦିଲ୍ଲୀରେ ତିନିପ୍ରକାରର ନିର୍ବାଚନ ହୋଇଥାଏ ଏବଂ ଏହି ତିନିଟିରେ ମତଦାନ ଢାଞ୍ଚା ଅଲଗା ଅଲଗା ଅଟେ। ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ପସନ୍ଦ ଥିବାବେଳେ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପସନ୍ଦ ଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ସମୟରେ ମଧ୍ୟ ସମାନ ସ୍ଥିତି ଥିଲା, ଯେତେବେଳେ ବିଧାନସଭାରେ କଂଗ୍ରେସ ଏବଂ ଲୋକସଭାରେ ବିଜେପି ବିଜୟୀ ହୋଇଥିଲା। ଏମସିଡିରେ ପୂର୍ବରୁ ବିଜେପି ହାତରେ ଥିଲା, କିନ୍ତୁ ବର୍ତ୍ତମାନ ଆମ୍ ଆଦମୀ ପାର୍ଟି କ୍ଷମତାରେ ଅଛି।
ମଦନ ଲାଲ ଖୁରାନାଙ୍କ ଭଳି ଚେହେରାର ଅଭାବ
ଦିଲ୍ଲୀ ନିର୍ବାଚନରେ ଦଳ ଅପେକ୍ଷା ନେତାଙ୍କ ବ୍ୟକ୍ତିତ୍ୱ ଅଧିକ ଗୁରୁତ୍ୱ ବହନ କରିଥାଏ। ୧୯୯୩ରେ ମଦନ ଲାଲ ଖୁରାନାଙ୍କୁ ପ୍ରାର୍ଥୀ କରି ବିଜେପି କ୍ଷମତା ଜିତିଥିଲା, କିନ୍ତୁ ମାତ୍ର ୫ ବର୍ଷ ମଧ୍ୟରେ ବିଜେପିକୁ ୩ ଥର ମୁଖ୍ୟମନ୍ତ୍ରୀ ବଦଳାଇବାକୁ ପଡ଼ିଥିଲା। ଫଳରେ ଦିଲ୍ଲୀବାସୀଙ୍କୁ ବିଜେପି ଭୁଲ ରାଜନୈତିକ ବାର୍ତ୍ତା ଦେଇଥିଲା ଏବଂ ୧୯୯୮ ନିର୍ବାଚନରେ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା। ସେବେଠାରୁ ଦିଲ୍ଲୀ ରାଜନୀତିରେ ଶୀଲା ଦୀକ୍ଷିତ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ କରିପାରୁଥିବା କୌଣସି ନେତାଙ୍କୁ ବିଜେପି ପ୍ରାର୍ଥୀ କରିପାରିନାହିଁ।
ଶୀଲା ଦୀକ୍ଷିତ ୧୯୯୮ରୁ ୧୯୯୮ ପର୍ଯ୍ୟନ୍ତ ୧୫ ବର୍ଷ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ଶୀଲା ଦୀକ୍ଷିତ ନିଜକୁ କଂଗ୍ରେସ ଦଳର ସମାନ୍ତରାଳ ଭାବେ ରଖିଥିଲେ। ଦିଲ୍ଲୀରେ ସେ ବିକାଶର ନିଜସ୍ୱ ମଡେଲ ତିଆରି କରିଥିଲେ, ଯାହା ଆଧାରରେ ସେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀରେ ଶାସନ ଜାରି ରଖିଥିଲେ। ଏହି ୧୫ ବର୍ଷ ଧରି ବିଜେପି କଂଗ୍ରେସକୁ ଚ୍ୟାଲେଞ୍ଜ କରିପାରିନଥିଲା କି ଶୀଲାଙ୍କ ଭଳି ଅନ୍ୟ କୌଣସି ନେତାଙ୍କୁ ତାଙ୍କ ବିପକ୍ଷରେ ପ୍ରାର୍ଥୀ କରିପାରିନଥିଲା। ଏହାପରେ ୨୦୧୩ରେ ଆନ୍ନା ଆନ୍ଦୋଳନରୁ ବାହାରି ଆସିଥିବା ଅରବିନ୍ଦ କେଜ୍ରିୱାଲ ପ୍ରଥମ ବାଜି ଜିତିବା ପରେ ଏଭଳି ବାଜି ଲଗାଇଥିଲେ ଯେ ବିଜେପି ଏହାକୁ ମୁକ୍କାବିଲା କରିପାରିନଥିଲା। କେଜ୍ରିୱାଲଙ୍କ ସାମ୍ନାରେ ବିଜେପି ଅନେକ ପରୀକ୍ଷା ନିରୀକ୍ଷା କରିଥିଲା, କିନ୍ତୁ ଚ୍ୟାଲେଞ୍ଜ ଉଠାଇ ପାରିନଥିଲା।
କେନ୍ଦ୍ର ମାଧ୍ୟମରେ ଦିଲ୍ଲୀର ଯତ୍ନ ନେବାର ଗଣିତ
କେନ୍ଦ୍ରରେ କ୍ଷମତାରେ ଥିବା ଦଳ ଦିଲ୍ଲୀ ରାଜନୀତିକୁ ସମାନ ଢଙ୍ଗରେ ମୁକାବିଲା କରୁଛି। ଦିଲ୍ଲୀରେ କଂଗ୍ରେସ ଓ ବିଜେପି ନିଜର କୌଣସି ନେତାଙ୍କୁ ଅଧିକ ସ୍ଥାନ ଦେଉନାହାନ୍ତି। ଦିଲ୍ଲୀରେ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କୁ ସ୍ଥାନ ଦେବାର ଅର୍ଥ ହେଉଛି ତାଙ୍କର ରାଜନୈତିକ ସ୍ଥିତି ବଢ଼ାଇବା ଏବଂ କୌଣସି ଜାତୀୟ ଦଳ ଏହା କରିବାକୁ ଚାହୁଁନାହାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ମଧ୍ୟ ଦଳ ଭିତରେ ନିଜକୁ ପ୍ରତିଷ୍ଠିତ କରିଥିଲେ। ତାଙ୍କୁ ଦଳ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳିନଥିଲା। ସେହିଭଳି ବିଜେପି ଦିଲ୍ଲୀର ନେତାମାନଙ୍କୁ ବିଶେଷ ଗୁରୁତ୍ୱ ଦେଉନାହିଁ। ଏହି କାରଣରୁ ସେ କେଜ୍ରିୱାଲଙ୍କ ସାମ୍ନାରେ ଦୃଢ଼ ଚେହେରା ରଖି ପାରିନଥିଲେ।
ଦିଲ୍ଲୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ କେନ୍ଦ୍ରରେ ଦଳର ବହୁତ କ୍ଷମତା ରହିଛି। ସେଥିପାଇଁ ସିଧାସଳଖ ଦିଲ୍ଲୀର କ୍ଷମତା ଦଖଲ କରିବା ପରିବର୍ତ୍ତେ କେନ୍ଦ୍ରର କ୍ଷମତା ମାଧ୍ୟମରେ ସମୀକରଣର ପ୍ରୟୋଗ କରାଯାଇଛି। କ୍ଷମତାରେ ଯାହା ବି ହେଉ, ଦିଲ୍ଲୀରେ କ୍ଷମତା ପାଇଁ ତାଙ୍କର ବିଶେଷ ଇଚ୍ଛା ନାହିଁ, କାରଣ ରାଜଧାନୀର ଆଇନ ଶୃଙ୍ଖଳା ଓ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପାଖରେ ରହିଛି।
ଦିଲ୍ଲୀ ରାଜନୀତିରେ ବିଏସ୍ପିର ପରୀକ୍ଷଣ, ଅଭିଜ୍ଞ ସୈନିକଙ୍କୁ ନିର୍ବାଚନ ଦାୟିତ୍ୱ ବଜାୟ ଦେବେ ମାୟାବତୀ
