- ସ୍ପେଡ଼େକ୍ସ ମିଶନର ସଫଳ ଉତକ୍ଷେପଣ
- ବିଶ୍ୱରେ ଭାରତ ହେବ ୪ର୍ଥ
- ୭ରେ ଇନ ସ୍ପେଶ ଡକିଂ
ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଇସ୍ରୋ। ଆଜି ଇସ୍ରୋ ପକ୍ଷରୁ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ରାତି ୧୦ଟା ୧୫ ସେକେଣ୍ଡରେ ପିଏସଏଲଭି-ସି୬୦ ରକେଟ୍ ସାହାଯ୍ୟରେ ଏହାକୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଡକିଂ ଓ ଅନ ଡକିଂ ମିଶନ ସଫଳତାର ସହ କରାଯାଇଥିବାରୁ ଚନ୍ଦ୍ରଯାନ ୪ ଓ ଗଗନଯାନ ଉତକ୍ଷେପଶ ପାଇଁ ବାଟ ଫିଟିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ୨ଟି ସ୍ପେଶକ୍ରାଫ୍ଟ ମହାକାଶକୁ ପଠାଯାଇଛି। ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ। ଏହା ସ୍ପେଶ୍ ଡକିଂ ଭାବେ ଜଣାଶୁଣା। ସବୁ ଡକିଂ ଓ ଅନ ଡକିଂ ପ୍ରକ୍ରିୟା ଶେଷ ହେବା ପ୍ରାୟ ୨ ମାସ ସମୟ ଲାଗିବ ବୋଲି କୁହାଯାଉଛି।
ଭୂପୃଷ୍ଠରୁ ୪୭୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ ଏହାକୁ ଡକିଂ ଓ ଅନଡକିଂ କରାଯିବ। ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନପ୍ରଦାନ ହେବ। ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚାଇନା ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟି ଯିବ।। ସେହିପରି ଚନ୍ଦ୍ରଯାନ-୪ ଓ ଭାରତୀୟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ସ୍ଥାପନରେ ଏହା ଖୁବ୍ ସହାୟକ ହେବ।
ତେବେ ଉତକ୍ଷେପଣକୁ ଜାଣିଶୁଣି ମିନିଟ ବିଳମ୍ବରେ କରାଯାଇଥିଲା। କାରଣ ପୃଥିବୀ ଉପରେ ଥିବା ସମାନ ଅର୍ବିଟରେ ବୁଲୁଥିବା ସାଟେଲାଇଟରେ ଏହା ପିଟି ହେବାର ଆଶଙ୍କା ଥିବାରୁ ବିଳମ୍ବରେ ଏହାକୁ ଉତକ୍ଷେପଣ କରାଯାଇଛି। ଏହାର ସଫଳତାର ସହ ଅର୍ବିଟରେ ସ୍ଥାପିତ ହୋଇଥିବା ମଧ୍ୟ ଇସ୍ରୋ ପକ୍ଷରୁ କୁହାଯାଇଛି। ଇସ୍ରୋ ସ୍ପେଡେକ୍ସ ମିଶନକୁ ନେଇ ଆଜି ବଡ଼ ଅପଡେଟ୍ ଆସିଛି। ଆସନ୍ତା ୭ ତାରିଖରେ ହୋଇପାରେ ଇନ-ସ୍ପେଶ୍ ଡକିଂ। ଆଉ ସପ୍ତାହେ ପରେ ମହାକାଶରେ ୨ଟି ସ୍ପେଶକ୍ରାଫ୍ଟକୁ ଯୋଡ଼ିପାରେ ଇସ୍ରୋ। ସୋମବାର ରାତି ୧୦ଟାରେ ସ୍ପେଡେକ୍ସ ମିଶନର ସଫଳ ଉତକ୍ଷେପଣ ପରେ, ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇସ୍ରୋ ପାଇଁ ରିଅଲ ଚ୍ୟାଲେଞ୍ଜ୍।
ମହାକାଶକୁ ଯାଇଥିବା ୨ଟି ସ୍ପେଶକ୍ରାଫ୍ଟକୁ ଡକିଂ ପାଇଁ ପ୍ରସ୍ତୁତ କରିବ ଇସ୍ରୋ। ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ରକେଟରୁ ଟାର୍ଗେଟ୍ ଅଲଗା ହେବାର ୩ ସେକେଣ୍ଡ୍ ପରେ ଚେଜର୍ ଅଲଗା ହୋଇ ଗୋଟିଏ ଦିଗରେ ଯାତ୍ରା ଆରମ୍ଭ କରିଥିଲା। ଏବେ ଭୂପୃଷ୍ଠରୁ ପ୍ରାୟ ୪୭୦ କିଲୋମିଟର ଦୂରରେ ସେଗୁଡ଼ିକ ପୃଥିବୀ ଚାରିପଟେ ବୁଲୁଛି। ଉଭୟ ସ୍ପେଶକ୍ରାଫ୍ଟ ମଧ୍ୟରେ ଦୂରତା ଧୀରେ ଧୀରେ ବୃଦ୍ଧି ପାଇ ଆଜି ସନ୍ଧ୍ୟା ସୁଦ୍ଧା ୨୦ କିଲୋମିଟରରେ ପହଞ୍ଚିବ। ଏହାପରେ ଆଗାମୀ ୪ଦିନ ଯାଏଁ ଡକିଂ ପାଇଁ ସୌରଶକ୍ତି ସଂଗ୍ରହ କରିବ ଏବଂ ଧୀରେ ଧୀରେ ନିକଟତର ହେବ ୨ଟି ସ୍ପେଶକ୍ରାଫ୍ଟ।
ଚେଜରକୁ କ୍ରମାଗତ ଭାବେ ଟାର୍ଗେଟ୍ ପାଖକୁ ଅଣାଯିବ। ଟାର୍ଗେଟ୍ ଠାରୁ ମାତ୍ର ୩ ମିଟର ଦୂରରେ ଥିବା ବେଳେ, ଚେଜର ସେକେଣ୍ଡ ପ୍ରତି ୧୦ ମିଲିମିଟର ବେଗରେ ତା ପାଖକୁ ଯାଇ ଯୋଡ଼ି ହେବା ଆରମ୍ଭ କରିବ। ଏହାପରେ ଉଭୟ ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ସଂଯୋଗ ହେବ ଏବଂ ପରେ ଅନ୍-ଡକିଂ କରାଯିବ। ପୂରା ପ୍ରକ୍ରିୟା ୬୬ ଦିନ ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏଥିସହ ଗତକାଲି ଭୂପୃଷ୍ଠରୁ ୩୫୦ କିଲୋମିଟର ଉଚ୍ଚତାରେ ପଏମ୍-୪ ମଡ୍ୟୁଲର ୨୪ଟି ପେ ଲୋଡ୍ ବି ଅବସ୍ଥାପିତ କରିଛି ଇସ୍ରୋ। ଏହି ଯନ୍ତ୍ର ଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ।
previous article:https://purvapaksa.com/richest-chiefminister-chandrababu/
