140 trillion times more water than the Earth’s oceans!କୁହାଯାଉଛି ଯେ ଏହି ମହାସାଗର ଏତେ ବିଶାଳ ଯେ ଏଥିରେ ପୃଥିବୀର ସମସ୍ତ ମହାସାଗରର ଜଳ ଠାରୁ ୧୪ ଟ୍ରିଲିୟନ (୧୪୦ ଲକ୍ଷ କୋଟି) ଗୁଣ ଅଧିକ ଜଳ ରହିଛି। କାଲିଫର୍ଣ୍ଣିଆର ପାସାଡେନାସ୍ଥିତ ନାସାର ଜେଟ୍ ପ୍ରୋପଲସନ ଲାବୋରେଟୋରିର ବୈଜ୍ଞାନିକ ମ୍ୟାଟ୍ ବ୍ରାଡଫୋର୍ଡ ଏହାକୁ ଆବିଷ୍କାର କରିଛନ୍ତି।
ବ୍ରହ୍ମାଣ୍ଡ ଶେଷ ହେଉ ବା ନ ହେଉ, ଏହାର ରହସ୍ୟର ଅନ୍ତ ନାହିଁ। ନିକଟରେ ବୈଜ୍ଞାନିକମାନେ ମହାକାଶରେ ଜଳ ଭଣ୍ଡାର ଆବିଷ୍କାର କରିଛନ୍ତି। ଏହା ବ୍ରହ୍ମାଣ୍ଡରେ ମିଳୁଥିବା ସବୁଠାରୁ ବଡ଼ ‘ମହାସାଗର’ ବୋଲି ବିଶ୍ୱାସ କରାଯାଏ । ପୃଥିବୀଠାରୁ ୧୨ ବିଲିୟନ ଆଲୋକ ବର୍ଷ ଦୂର ଅର୍ଥାତ୍ ପ୍ରାୟ ୭୪ ଟ୍ରିଲିୟନ ମାଇଲ ଦୂରରେ ଥିବା କ୍ୱାସରରେ ଏହି ବିଶାଳ ଜଳ ଭଣ୍ଡାର ଦେଖିବାକୁ ମିଳିଛି । ଏହି ଜାଗା ଏକ କ୍ୱାସର ଚାରିପଟେ ଅବସ୍ଥିତ । କ୍ୱାସର ହେଉଛି ଗ୍ୟାଲେକ୍ସିରେ ଅବସ୍ଥିତ ଏକ ଉଜ୍ଜ୍ୱଳ ଆକାଶୀୟ ଶରୀର, ଯାହା ବହୁତ ଶକ୍ତି ନିର୍ଗତ କରେ |
ଏହି ମହାସାଗରର ନାମ ରଖାଯାଇଛି ଏପିଏମ ୦୮୨୭୯+୫୨୫୫ ରଖାଯାଇଛି । କୁହାଯାଉଛି ଯେ ଏହି ମହାସାଗର ଏତେ ବିଶାଳ ଯେ ଏଥିରେ ପୃଥିବୀର ସମସ୍ତ ମହାସାଗରର ଜଳ ଠାରୁ ୧୪ ଟ୍ରିଲିୟନ (୧୪୦ ଲକ୍ଷ କୋଟି) ଗୁଣ ଅଧିକ ଜଳ ରହିଛି । କାଲିଫର୍ଣ୍ଣିଆର ପାସାଡେନାସ୍ଥିତ ନାସାର ଜେଟ୍ ପ୍ରୋପଲସନ ଲାବୋରେଟୋରିର ବୈଜ୍ଞାନିକ ମ୍ୟାଟ୍ ବ୍ରାଡଫୋର୍ଡ ଏହାକୁ ଆବିଷ୍କାର କରିଛନ୍ତି।
Earth.comକୁ ସାକ୍ଷାତକାର ଦେଇ ବ୍ରାଡଫୋର୍ଡ କହିଛନ୍ତି ଯେ ଏହି କ୍ୱାସର ଚାରିପାଖରେ ପରିବେଶ ଅନନ୍ୟ ଓ ଅସାଧାରଣ। କାରଣ ଏହା ବିପୁଳ ପରିମାଣରେ ଜଳ ଉତ୍ପାଦନ କରୁଛି। ଏହା ଏକ ସଙ୍କେତ ଯେ ବ୍ରହ୍ମାଣ୍ଡର ପ୍ରାରମ୍ଭରୁ ଜଳ ଉପସ୍ଥିତ ଥିଲା ।
୫୦ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ କ୍ୱାସର ଆବିଷ୍କୃତ ହୋଇଥିଲା। ଉଜ୍ଜ୍ୱଳତା ଏବଂ ତୀବ୍ର ଶକ୍ତି କାରଣରୁ ଏହି ମହାକାଶୀୟ ପଦାର୍ଥ ସାଧାରଣ ନକ୍ଷତ୍ରଠାରୁ ଭିନ୍ନ ଅଟେ । କ୍ୱାସରର କେନ୍ଦ୍ରରେ ସୁପରମ୍ୟାସିଭ ବ୍ଲାକ୍ ହୋଲ୍ ରହିଛି, ଯାହାର ବସ୍ତୁତ୍ୱ ଆମ ସୂର୍ଯ୍ୟଠାରୁ ଲକ୍ଷରୁ କୋଟି କୋଟି ଗୁଣ ଅଧିକ । ବ୍ଲାକ୍ ହୋଲ୍ ଗ୍ୟାସ୍ ଓ ଧୂଳିକୁ ନିଜ ଆଡ଼କୁ ଟାଣି ନେଉଛି। ଏହି କଣିକା ବ୍ଲାକ୍ ହୋଲ୍ ନିକଟକୁ ଆସିବା ପରେ ଏହା ଗରମ ହୋଇ ଶକ୍ତି ଉତ୍ପାଦନ କରୁଛି। ଏହି ଉପାୟରେ କ୍ୱାସାର୍ ବ୍ରହ୍ମାଣ୍ଡର ସବୁଠାରୁ ଉଜ୍ଜ୍ୱଳ ଏବଂ ଶକ୍ତିଶାଳୀ ବସ୍ତୁ ରେ ପରିଣତ ହେଉଛି ।
କ୍ୱାସର ନିକଟରେ ସମୁଦ୍ର
ଜ୍ୟୋତିର୍ବିଜ୍ଞାନୀମାନେ ଏପିଏମ ୦୮୨୭୯+୫୨୫୫ କ୍ୱାସରର ବାୟୁମଣ୍ଡଳରେ ଜଳୀୟ ବାଷ୍ପ ଚିହ୍ନଟ କରିଛନ୍ତି। ଏହି ବାଷ୍ପ ଶହ ଶହ ଆଲୋକ ବର୍ଷ ପର୍ଯ୍ୟନ୍ତ ବ୍ୟାପିରହିଛି। ଗୋଟିଏ ଆଲୋକବର୍ଷ ପ୍ରାୟ ୬ ଟ୍ରିଲିୟନ ମାଇଲ ସହ ସମାନ । ଏହି ଗ୍ୟାସ ପୃଥିବୀର ମାନକ ଅନୁଯାୟୀ ପତଳା ଏବଂ ଆମ ଗାଲାକ୍ସିର ସମାନ ଅଞ୍ଚଳ ତୁଳନାରେ ଅଧିକ ଗରମ ଏବଂ ଘନ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।
ତାପମାତ୍ରା: -63 ଡିଗ୍ରୀ ଫାରେନହାଇଟ
ଘନତା: ପୃଥିବୀର ବାୟୁମଣ୍ଡଳ ଠାରୁ ୩୦୦ ଟ୍ରିଲିୟନ ଗୁଣ କମ୍ । କିନ୍ତୁ ଆମ ଗାଲାକ୍ସିର ସମାନ ଅଞ୍ଚଳ ତୁଳନାରେ ଅନେକ ଗୁଣ ଅଧିକ ଘନୀଭୂତ । ଜ୍ୟୋତିର୍ବିଜ୍ଞାନୀମାନେ କ୍ୱାସରରେ କାର୍ବନ ମନୋକ୍ସାଇଡ୍ ଭଳି ଅନ୍ୟ ଅଣୁ ମଧ୍ୟ ଆବିଷ୍କାର କରିଛନ୍ତି। ଯାହା ଦର୍ଶାଉଛି ଯେ ବ୍ଲାକ୍ ହୋଲ୍ ବଢିବା ପାଇଁ ବିପୁଳ ପରିମାଣର ପଦାର୍ଥ ରହିଛି । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହି ଜଳୀୟ ବାଷ୍ପ ଗ୍ୟାସ ମାଧ୍ୟମରେ ବ୍ଲାକ୍ ହୋଲ୍ ର ବସ୍ତୁତ୍ୱ ପ୍ରାୟ ୬ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏହି ଗ୍ୟାସ ମହାକାଶରେ ନୂଆ ନକ୍ଷତ୍ର ସୃଷ୍ଟି କରିପାରେ କିମ୍ବା ବିସ୍ତାର କରିପାରେ।
ଏତେ ଦୂରରେ ଥିବା ଏକ କ୍ୱାସରରେ ଜଳୀୟ ବାଷ୍ପର ଆବିଷ୍କାର ରୁ ଜଣାପଡୁଛି ଯେ ଜୀବନ ପାଇଁ ଆବଶ୍ୟକ ଉପାଦାନ ଗୁଡିକ ସମୟ ଏବଂ ସ୍ଥାନରେ ବ୍ୟାପକ ଭାବରେ ବିସ୍ତାରିତ ହୋଇଥାଏ । ଜଳ ଜୀବନ ପାଇଁ ଜରୁରୀ । ଏବଂ ଏହାର ଅସ୍ତିତ୍ୱ କୋଟି କୋଟି ବର୍ଷ ପୂର୍ବେ ସୂଚାଉଛି ଯେ ଜୀବନ ପାଇଁ ଆବଶ୍ୟକ ଏହି ଉପାଦାନଗୁଡ଼ିକ ଦୀର୍ଘ ଦିନ ଧରି ଉପଲବ୍ଧ ଅଛି | ଏହା ବ୍ୟତୀତ ନକ୍ଷତ୍ର ଓ ଗାଲାକ୍ସିର ବିକାଶରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯେତେବେଳେ ବାଷ୍ପ ଗ୍ୟାସର ବାଦଲ ଥଣ୍ଡା ହୁଏ, ଜଳ ଏହାର ସଂକୋଚନରେ ସାହାଯ୍ୟ କରେ | ଏଥିରୁ ନୂଆ ନୂଆ ତାରା ବା ନକ୍ଷତ୍ର ଜନ୍ମ ନେଇଥାନ୍ତି।
ବ୍ଲାକ୍ ହୋଲ୍ ଏବଂ କ୍ୱାସର କ’ଣ?
ବ୍ଲାକ୍ ହୋଲ୍ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ମାଧ୍ୟାକର୍ଷଣ ଏତେ ଶକ୍ତିଶାଳୀ ଯେ ଏଥିରୁ କୌଣସି ଜିନିଷ, ଏପରିକି ଆଲୋକ ମଧ୍ୟ ବାହାରି ପାରିବ ନାହିଁ । ଯେତେବେଳେ ଏକ ବିଶାଳ ନକ୍ଷତ୍ର ନିଜର ଓଜନ ଦ୍ୱାରା ସଂକୁଚିତ ହୁଏ ସେତେବେଳେ କ୍ଲାକ ହୋଲ ସୃଷ୍ଟି ହୁଏ ।
କ୍ୱାସର ବ୍ରହ୍ମାଣ୍ଡର ସବୁଠାରୁ ଉଜ୍ଜ୍ୱଳ ଏବଂ ଶକ୍ତିଶାଳୀ ପିଣ୍ଡ ମଧ୍ୟରୁ ଅନ୍ୟତମ | ଏହା ବ୍ଲାକ୍ ହୋଲ୍ ଚାରିପଟେ ଗଠିତ ହୋଇଥାଏ। ବ୍ଲାକ୍ ହୋଲ୍ ନିକଟରେ ଗ୍ୟାସ୍ ଓ ଧୂଳି ଭଳି ଜିନିଷ ଖସିବା ଆରମ୍ଭ କଲେ ତାହା ଗରମ ହୋଇ ବହୁତ ଶକ୍ତିଶାଳୀ ଆଲୋକ ଓ ଶକ୍ତି ଉତ୍ପନ୍ନ କରିଥାଏ। ଏହି ଆଲୋକ ଏତେ ଶକ୍ତିଶାଳୀ ଯେ ଏହା ସମଗ୍ର ଗାଲାକ୍ସିର ଆଲୋକକୁ ମଧ୍ୟ ଫିକା କରିଦିଏ ।
previous article: https://purvapaksa.com/what-will-happen-if-the-worlds-population-is-halved-know-its-benefits-or-disadvantages/
ଆପଣ କେବେ ଭାବିଛନ୍ତି କି, ଯଦି ବିଶ୍ୱର ଜନସଂଖ୍ୟା ହଠାତ୍ ଅଧା ହୋଇଯାଏ ତେବେ କ’ଣ ହେବ?