Red Wine: କାମ କରି ଦିନ ସାରା ଥକିଯିବା ପରେ ରେଡ଼ ୱାଇନ ପିଇଲେ ବେଶ ଆରାମ ମିଳିଥାଏ ।
ଆଉ ଏହା ଯଦି ଆପଣଙ୍କ ଅବସାଦ ଓ ଦୁଶ୍ଚିନ୍ତାକୁ ଦୂର କରୁଛି ତେବେ ସବୁ ଶ୍ରେୟ ମଦକୁ ଦିଅନ୍ତୁ ନାହିଁ। ବର୍ତ୍ତମାନ ୟୁନିଭରସିଟି ଅଫ ବଫାଲୋ-ଲେଡ ଷ୍ଟଡିର ଗେବେଷଣାରୁ ଜଣା ପଡିଛି ଯେ ରେଡ ୱାଇନରେ ଥିବା ପ୍ଲାଣ୍ଟ କମ୍ପାଉଣ୍ଡ ରେସଭେରାଟ୍ରୋଲ ମସ୍ତିସ୍କରେ ଚିନ୍ତା ନିୟନ୍ତ୍ରଣ ସମ୍ବନ୍ଧିତ ଏକ ଏନଡଜାଇମର ଅଭିବ୍ୟକ୍ତିକୁ ପ୍ରତିରୋଧ କରି ଚିନ୍ତା-ବିରୋଧୀ ପ୍ରଭାବ ପ୍ରଦର୍ଶିତ କରେ ।
କିପରି ଭାବେ ରେସଭେରାଟ୍ରୋଲ ନ୍ୟୁରୋଲୋଜିକାଲ ପ୍ରକ୍ରିୟା ଗୁଡିକୁ ପ୍ରଭାବିତ କରେ ସେନେଇ ବିଷଦ ଭାବେ ଆଲୋଚନା ହୋଇଛି ଏହି ଗବେଷଣାରେ । ଆମେରିକାର ଏଙ୍ଗଜାଇଟି ଆଣ୍ଡ ଡିପ୍ରେସନ ଆସୋସିଏସନ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାରେ ଚିନ୍ତା ଓ ଅବସାଦରେ ୧୬ ଓ ୪୦ ମିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି ।
ୟୁବି ସ୍କୁଲ ଅଫ ଫାର୍ମାସି ଓ ଫାର୍ମାସିଉଟିକାଲ ସାଇନ୍ସସେସର ସହ-ପ୍ରମୁଖ ଲେଖକ ତଥା ରିସର୍ଚ ଆସୋସିଏଟ ପ୍ରଫେସର ୟିଙ୍ଗ ଜୁ କହିଛନ୍ତି ଯେ, ରେସଭେରାଟ୍ରୋଲ ଚିନ୍ତା ଓ ଅବସାଦଗ୍ରସ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧର ଏକ ପ୍ରଭାବଶାଳୀ ବିକଳ୍ପ ହୋଇପାରିବ । ଏହି ଗବେଷଣା ବିଷୟରେ ଜୁଲାଇ 15ରେ ନ୍ୟୁରୋଫାର୍ମାକୋଲୋଜି ପତ୍ରିକାର ପ୍ରକାଶିତ ହୋଇଛି, ଯାହାର ନେତୃତ୍ବ ଚୀନର ଜୁଝାଓ ମେଡିକାଲ ବିଶ୍ବବିଦ୍ୟାଳୟର ପିଏଚଡି ପ୍ରଫେସର ଜିୟାଜିଙ୍ଗ ୟିନ ନେଇଛନ୍ତି ।
କାର୍ଟିକୋଷ୍ଟେରୋନ ଅବସାଦ ପ୍ରତି ଶରୀରରେ ହେଉଥିବା ପ୍ରତିକ୍ରିୟା ଗୁଡିକୁ ନିୟନ୍ତ୍ରିତ କରିଥାଏ । ବହୁତ ଅଧିକ ଚିନ୍ତା, ଅବସାଦ ମସ୍ତିସ୍କରେ ଅଧିକ ମାତ୍ରାରେ ହର୍ମୋନ କ୍ଷରଣ କରେ ଯାହା ଚିନ୍ତାର ବୃଦ୍ଧି ଘଟାଇ ମାନସିକ ରୋଗରେ ପରିଣତ ହୁଏ।
ଏହି ଅଜ୍ଞାତ ଶାରୀରିକ ସମ୍ପର୍କ ଡ୍ରଗ ଥେରାପିକୁ ଜଟିଳ କରିଦେଇଥାଏ । ତେଣୁ ବର୍ତ୍ତମାନର ଆଣ୍ଟିଡିପ୍ରେସାଣ୍ଟ ଗୁଡିକ ସେରୋଟୋନିନ ଅଥବା ନୋରାଡ୍ରେନାଲାଇନ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରୀତ କରିଥାଏ, କିନ୍ତୁ କେବଳ ଏକତୃତୀୟାଂସ ଅବସାଦ ଗ୍ରସ୍ତ ରୋଗୀ ଏହି ଔଷଧ ଦ୍ବାରା ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି କହିଛନ୍ତି ।
ମୂଷାଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରେ ଗବେଷକ ମାନେ ସ୍ପଷ୍ଟ କରିଛନ୍ତି ଯେ PDE4, କାର୍ଟିକୋଷ୍ଟେରୋନର ଅତ୍ୟଧିକ ମାତ୍ରା ଚିନ୍ତା ଓ ଅବସାଦର କାରଣ ହୋଇଥାଏ ।ଏଞ୍ଜାଇମ ଲୋଅର୍ସ ସାଇକିଲିକ ଆଡେନୋସାଇନ ମନୋଫସପେଟ, ଏକ ବାର୍ତାପ୍ରେରକ ଅଣୁ ଯାହା କୋଷ ବିଭାଜନ, ପରିବର୍ତ୍ତନ, ପ୍ରବାସ ଓ ମତ୍ୟୁ ପରି ଶାରିରୀକ ପରିବର୍ତ୍ତନକୁ ଇଙ୍ଗିତ କରିଥାଏ, ଯାହାକି ମସ୍ତିସ୍କରେ ମଧ୍ୟ ପରିବର୍ତ୍ତନ କରିଥାଏ । ରେସଭେରାଟ୍ରୋଲ PDE4 ର ଅଭିବ୍ୟକ୍ତିକୁ ଅବରୋଧ କରି କାର୍ଟିକୋଷ୍ଟେରୋନର ବିରୋଧରେ ନ୍ୟୁରୋପ୍ରୋଟେକ୍ଟିଭ ପ୍ରଭାବ ପ୍ରଦର୍ଶିତ କରିଥାଏ।
ଯଦିଓ ରେଡ ୱାଇନରେ ରେସଭେରାଟ୍ରୋଲ ରହିଥାଏ ଯାହା ଚିନ୍ତା ଅବସାଦକୁ କମାଇବାରେ ସାହାଯ୍ୟ କରେ, କିନ୍ତୁ ତତ୍ ସଙ୍ଗେସଙ୍ଗେ ଏଥିରେ ନିଶା ସହିତ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟା ରହିଥାଏ ।
ଆପଣଙ୍କ ରୋଗ କହିବ ପରିସ୍ରା ରଙ୍ଗ; ଏହି କଲରର ୟୁରିନ୍ ଭାରି ସାଙ୍ଘାତିକ