Aloe Vera Juice: ଆଲୋଭେରା ଏହାର ଔଷଧୀୟ ଗୁଣ ପାଇଁ ଜଣାଶୁଣା ।
ଏହାର ବ୍ୟବହାର କେବଳ ଚର୍ମ ଏବଂ କେଶ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଓଜନ ହ୍ରାସ ଏବଂ ହଜମ ଏବଂ ମେଟାବୋଲିଜିମ୍ ରେ ଉନ୍ନତି ଆଣିବାରେ ଆଲୋ ଭେରା ରସ ଅତ୍ୟନ୍ତ ଲାଭଦାୟକ । ଯେଉଁ ଲୋକମାନେ ପ୍ରତିଦିନ ଆଲୋଭେରା ଜୁସ୍ ପିଅନ୍ତି, ସେମାନଙ୍କର ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥାଏ । ଯଦି ଆମେ ପ୍ରତିଦିନ୧ ମାସ ପାଇଁ ଆଲୋଭେରା ଜୁସ୍ ପିଉ, ତେବେ ଆମକୁ ଏହାର ଅଧିକ ଲାଭ ମିଳିଥାଏ ।
ଯଦି ଆପଣ ପ୍ରଥମ ଥର ପାଇଁ ଆଲୋଭେରା ଜୁସ୍ ଖାଉଛନ୍ତି, ତେବେ ଆପଣ ପ୍ରଥମେ ୨ ଚାମଚ ରସ ଖାଇବା ଉଚିତ । ଏହା ଆପଣଙ୍କ ଶରୀର ଉପରେ କିପରି ପ୍ରଭାବ ପକାଉଛି ଜାଣିବା ପରେ ହିଁ ଏହାକୁ ଖାଇବା ଆରମ୍ଭ କରନ୍ତୁ ।
ଆସନ୍ତୁ ଜାଣିବା ଆଲୋବେରା ଜୁସ୍ ପିଇବା ଦ୍ୱାରା ଆମର କ’ଣ କଣ ଲାଭ ହୋଇଥାଏ:
ପ୍ରତିଦିନ ଆଲୋବେରା ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ବା ଏନିମିଆ ଦୂର ହୋଇଥାଏ।
ଏହା ରକ୍ତ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଏହା ଶରୀରରେ ବ୍ଲଡ୍ ସର୍କୁଲେସନ୍ ବା ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ।
ଏହା ଆମର ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ।
ଏହାକୁ ପ୍ରତିଦିନ ପିଇବା ଦ୍ୱାରା କବ୍ଜ, ଏସିଡିଟି ଓ ଗ୍ୟାସ୍ ଆଦି ହୋଇନଥାଏ ।
ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ।
ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ଏହା କୋଲେଷ୍ଟ୍ରୋଲ୍କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।
ଏହା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଦେଇଥାଏ।
ଏହାକୁ ପ୍ରତିଦିନ ପିଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ପ୍ରାୟ କମ୍ ହୋଇଥାଏ।
ଏହା ଆମ ଚର୍ମ ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ। କୁଣ୍ଡିଆ, ମୁହଁରେ ବ୍ରଣ ଆଦି ହେବାକୁ ଦିଏନାହିଁ।
ଘିକୁଆଁରି ଜୁସ୍ (Aloe Vera) ପିଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇନଥାଏ।
ଏହା ଚୁଟି ଝଡ଼ିବା ରୋକିବା ସହ ମୁଣ୍ଡରେ ରୁପି ସମସ୍ୟା ମଧ୍ୟ ଦୂର କରିଥାଏ ଏବଂ ଚୁଟି ମଜବୁତ୍ କରିଥାଏ।
ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ALSO READ: https://purvapaksa.com/health-benefits-of-sprouts/