Coriander & mint chutney: ଯେତେବେଳେ ଶରୀରରେ ପ୍ୟୁରିନର ପରିମାଣ ବଢିଲେ ଉଚ୍ଚ ୟୁରିକ୍ ଏସିଡ୍ ହେବାର ଆଶଙ୍କା ବଢ଼ିଯାଏ ।
ଶରୀରରେ ପ୍ୟୁରିନ୍ ନାମକ ଏକ ଉପାଦାନ କୋଷ ଏବଂ ଖାଦ୍ୟ ପଦାର୍ଥରୁ ଉତ୍ପନ୍ନ ହୁଏ। ପ୍ୟୁରିନ୍ ଭାଙ୍ଗିବା ଦ୍ୱାରା ରକ୍ତରେ ୟୁରିକ୍ ଏସିଡ୍ ଉତ୍ପନ୍ନ ହୁଏ । ବାସ୍ତବରେ, ୟୁରିକ୍ ଏସିଡ୍ କିଡ଼ନୀ ମାଧ୍ୟମରେ ଫିଲ୍ଟର୍ ହୋଇ ଶରୀରରୁ ବାହାରିଥାଏ । କିନ୍ତୁ ଯେତେବେଳେ ଶରୀରରେ ଏହାର ପରିମାଣ ବଢ଼େ କିଡ଼ନୀ ଏହାକୁ ଫିଲ୍ଟର୍ କରିବାରେ ଅସମର୍ଥ ହୁଏ ।
ଯେଉଁ କାରଣରୁ ୟୁରିକ୍ ଏସିଡ୍ ସ୍ଫଟିକ୍ ଆକାରରେ ହାଡ଼ ମଧ୍ୟରେ ଜମା ହେବା ଆରମ୍ଭ କରେ । ଏହା ଯନ୍ତ୍ରଣା, ଗଣ୍ଠିରେ ଫୁଲା ଏବଂ ଉଠିବା ଏବଂ ବସିବାରେ ଅସୁବିଧାକୁ ବଢ଼ାଇଥାଏ । ଉଚ୍ଚ ୟୁରିକ୍ ଏସିଡ୍ ର କାରଣ ସବୁବେଳେ ସ୍ପଷ୍ଟ ନୁହେଁ । ତଥାପି, ଏହାର ବୃଦ୍ଧି କିମ୍ବା ହ୍ରାସରେ ବଂଶାନୁକ୍ରମିକ ଏବଂ ପରିବେଶ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ଅନିୟମିତ ଦିନଚର୍ଯ୍ୟା ଭୁଲ ଖାଦ୍ୟାଭ୍ୟାସ କାରଣରୁ ପ୍ରାୟ ସବୁ ବୟସର ଲୋକଙ୍କଠାରେ ୟୁରିକ୍ ଏସିଡ୍ ସମସ୍ୟା ଦେଖାଯାଉଛି । ଶରୀରରେ ୟୁରିକ୍ ଏସିଡ୍ ବଢ଼ିଲେ ଆର୍ଥ୍ରାଇଟିସ, କିଡ୍ନୀ ଷ୍ଟୋନ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ । ହେବାର ଆଶଙ୍କା ବଢ଼ିଯାଏ । କେବଳ ସୁଷମ ଖାଦ୍ୟ ଏବଂ ଘରୋଇ ଉପଚାର ଏହାକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ । ଆସନ୍ତୁ ସେ ବିଷୟରେ ଜାଣିବା…
ୟୁରିକ୍ ଏସିଡ୍ ସମସ୍ୟାର ସମାଧାନ:
ବିଶେଷଜ୍ଞଙ୍କ ମତରେ ଖାଦ୍ୟରେ ଧନିଆ ଏବଂ ପୋଦିନା ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ସମସ୍ୟା ଦୂର ହୋଇଥାଏ । ଯଦି ଏହାର ଚଟଣୀ ପ୍ରତିଦିନ ଖାଦ୍ୟ ସହିତ ଖାଉଛନ୍ତି, ତେବେ ୟୁରିକ୍ ଏସିଡ୍ର ମାତ୍ରା କମିଯାଏ । କେବଳ ଏତିକି ନୁହେଁ, ଏହା କିଡ୍ନୀକୁ ମଜଭୁତ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଉପାଦାନ:
ଚଟଣୀ ତିଆରି କରିବା ପାଇଁ ଧନିଆ ଏବଂ ପୋଦିନା ପତ୍ର ସହିତ କିଛି କୋଲା ରସୁଣ, ଅଦା, ଲେମ୍ବୁ ରସ, ଜିରା ପାଉଡର, କଳା ଲୁଣ ଏବଂ କଞ୍ଚାଲଙ୍କା ବ୍ୟବହାର କରିପାରିବେ । ଏହା ଉଭୟ ସ୍ୱାଦରେ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବିବେଚନା କରାଯାଏ।
କିଡ୍ନୀକୁ ଡିଟକ୍ସ କରେ:
ଧନିଆ ଏବଂ ପୋଦିନାରେ ଡାଇୟୁରେଟିକ୍ ଗୁଣ ରହିଛି, ଯାହା ପରିସ୍ରା ମାଧ୍ୟମରେ ୟୁରିକ୍ ଏସିଡ୍ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଲେମ୍ବୁ ଏବଂ ଅଦା କିଡ୍ନୀକୁ ଡିଟକ୍ସ କରିବାରେ ସାହାଯ୍ୟ କରେ । ଯେଉଁ କାରଣରୁ ଏହା ଭଲ କାମ କରିବାରେ ସକ୍ଷମ ହୋଇଥାଏ । ଏହା ବ୍ୟତୀତ ରସୁଣ ଏବଂ ଅଦାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ୟୁରିକ୍ ଏସିଡ୍ ଦ୍ୱାରା ଶାରୀରିକ ଫୁଲା ଏବଂ ଯନ୍ତ୍ରଣାକୁ ହ୍ରାସ କରିଥାଏ ।
ମୋଟ ଉପରେ କହିବାକୁ ଗଲେ , ଏହିସବୁ ଉପାଦାନଗୁଡ଼ିକରେ ପ୍ରସ୍ତୁତ ଚଟଣୀ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ସ୍ତର ନିୟନ୍ତ୍ରଣରେ ରହିବା ସହିତ କିଡ୍ନୀ କାର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ, ଯନ୍ତ୍ରଣା , ଫୁଲା ଏବଂ ହଜମ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ALSO READ: https://purvapaksa.com/banana-flower/