Gestational Diabetes: ବର୍ତ୍ତମାନ ଡାଇବେଟିସ୍ ବା ମଧୁମେହଜନିତ ସମସ୍ୟା ଖୁବ୍ ସାଧାରଣ ହୋଇଯାଇଛି।
ଖୁବ୍ କମ୍ ବୟସରେ ଡାଇବେଟିସ’ର ଲକ୍ଷଣ ଦେଖାଯାଉଛି, କାରଣ ଆମର ଖାଦ୍ୟପେୟ ଓ ଜୀବନଶୈଳୀ ଏପରି ବଦଳିଗଲାଣି ଯେ ଆମେ ଡାଇବେଟିସ୍, ଏସିଡିଟି ପରି କିଛି ଜୀବନଶୈଳୀ ସମ୍ୱନ୍ଧିତ ବ୍ୟାଧିରେ ଆକ୍ରାନ୍ତ ହେବାର ସମ୍ଭାବନା ଖୁବ ଅଧିକ।

ଏନେଇ ଆମକୁ ମୂଳରୁ ହିଁ ଖାଦ୍ୟପେୟରେ ଧ୍ୟାନ ରଖିବାକୁ ପଡ଼ିବ। ତେବେ ଆଜି ଆମେ ଜାଣିବା ଯଦି ଜଣେ ଡାଇବେଟିସ୍ ଥିବା ମହିଳା ଗର୍ଭଧାରଣ କରନ୍ତି ତେବେ ତାଙ୍କ ପାଇଁ କ’ଣ ଖାଦ୍ୟପେୟ ରହିବା ଜରୁରୀ। ଯେହେତୁ ଗର୍ଭାବସ୍ଥା ନାରୀ ଜୀବନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅବସ୍ଥା ତେଣୁ ଏ ସମୟରେ ସୁଷମ ଖାଦ୍ୟ ଖାଇବା ନିହାତି ଜରୁରୀ ହୋଇଥାଏ।
ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବାକୁ ଟିପ୍ସ:
- ଖାଦ୍ୟ ଖାଇବା ବେଳେ ପୌଷ୍ଟିକ ଅଦଳବଦଳ କରନ୍ତୁ, ଯେପରିକି ପ୍ରଥମେ ପ୍ରୋଟିନ୍ ଖାଇବା, ତା’ ପରେ ସାଲାଡ୍ ଆଦି ଫାଇବର୍ ଜାତୀୟ ଖାଦ୍ୟ ଓ ପରେ ଶ୍ୱେତସାର ବା କାର୍ବୋହାଇଡ୍ରେଟ୍ ଜାତୀୟ ଖାଦ୍ୟ ଖାଇବେ। ଏହା କଲେ ଆପଣ କମ୍ ଶ୍ୱେତସାର ଗ୍ରହଣ କରିବେ ଓ ପ୍ରୋଟିନ୍ ଆଦି ଅଧିକ ଖାଇପାରିବେ।

- ସର୍ବଦା ଧ୍ୟାନ ରଖିବା ଜରୁରୀ ଯେ ଖାଦ୍ୟର ପରିମାଣ କମ୍ କରି ଅଧିକ ଥର ଖାଇବାକୁ। ଅର୍ଥାତ୍ ଯଦି ଆପଣ ଶହେ ଗ୍ରାମ୍ ଖାଦ୍ୟ ଥରକେ ଖାଉଛନ୍ତି ତେବେ ତାହାକୁ ଭାଗ କରି ଦୁଇ ଥରରେ କିଛି ସମୟ ବ୍ୟବଧାନରେ ଖାଆନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ପେଟ ଖାଲି ରହିବନି ଓ ଶର୍କରା ନିୟନ୍ତ୍ରଣରେ ରହିବ।
- ସବୁବେଳେ ଗହମ ଅଟାର ରୁଟି ନ ଖାଇ କିଛି ମିଲେଟ୍ ତିଆରି ରୁଟି ଖାଆନ୍ତୁ, ଯେପରିକି ବାଜରା ରୁଟି, ପନିପରିବା ମିଶି ଚକଟା ଯାଇଥିବା ଅଟାରେ ପ୍ରସ୍ତୁତ ରୁଟି। ଏହା ଛଡ଼ା ସୁଆଁ, କାଙ୍ଗୁ ଆଦି ମିଲେଟ୍ ଆପଣ ସପ୍ତାହକୁ ଥରେ ଉପମା କିମ୍ୱା ବିନା ମିଠା ଖିରି ବା ଖେଚୁଡ଼ି କରି ଖାଇପାରିବେ। ମିଲେଟ୍ ଫାଇବର୍ ଓ ପ୍ରୋଟିନ୍ରେ ଭରପୂର ଥିବାରୁ ଏହା ଆପଣଙ୍କ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିବ।
- କଞ୍ଚା ଫଳ ଓ ପନିପରିବା ଯେତେ ସମ୍ଭବ ଖାଆନ୍ତୁ। ଏହା ଆପଣଙ୍କ ଶିଶୁ ପାଇଁ ମଧ୍ୟ ଏକ ଉତ୍ତମ ଖାଦ୍ୟ ହୋଇଥାଏ। ପ୍ରତିଦିନ ଅଳ୍ପ ପରିମାଣର ପିଜୁଳି ଓ ସେଓ ଆଦି ନେବାକୁ ଭୁଲନ୍ତୁ ନାହିଁ। କିନ୍ତୁ ଅଧିକ ଶର୍କରା ଜାତୀୟ ଫଳ ଯେପରିକି ଆମ୍ୱ, ଫଣସ, ସପୁରୀ, ଡାଳିମ୍ୱ ଆଦିରୁ ଦୂରେଇ ରୁହନ୍ତୁ।

- ବାହାର ଖାଇବା ଯେପରିକି, ପ୍ୟାକେଟ୍ରେ ଥିବା ଜୁସ୍, ଛଣାଛଣି ଆଦି ଖାଆନ୍ତୁ ନାହିଁ। କ୍ୟାଲସିୟମ୍, ଆଇରନ୍ ଓ ଭିଟାମିନ୍ ସି ଥିବା ଖାଦ୍ୟ ଯେପରିକି ଶାଗ, ଅଁଳା, କ୍ଷୀର, ଛେନା, ଦହି ଇତ୍ୟାଦି ଖାଆନ୍ତୁ। ଏଥି ସହ ପ୍ରଚୁର ପାଣି ପିଅନ୍ତୁ ଯାହା ଆପଣଙ୍କ ଶରୀରର ଜଳୀୟ ଅଂଶକୁ ନିୟନ୍ତ୍ରଣରେ ରଖିବ।
- ଭଲ ସ୍ନେହସାର ଖାଦ୍ୟ ଯେପରିକି ଆଲ୍ମଣ୍ଡ, ୱାଲ୍ନଟ୍ ଆଦି ନଟ୍ସ୍, ଫ୍ଲାକ୍ସସିଡ୍, ରାଶି ଲଡ଼ୁ, ଖୁବ୍ କମ୍ ପରିମାଣର ଦେଶିଘିଅ ଇତ୍ୟାଦି ଖାଆନ୍ତୁ।
- ଏଥିସହିତ ଚେଷ୍ଟା କରନ୍ତୁ ସମସ୍ତ ଖାଦ୍ୟ ସମ୍ୱନ୍ଧୀୟ ଜ୍ଞାନ ପାଇଁ ଡାଏଟିସିଆନ୍ ସହ ଆଲୋଚନା କରିବାକୁ। ଡକ୍ଟର ଦେଉଥିବା ପୋଷଣଜନିତ ଔଷଧଗୁଡ଼ିକ ମଧ୍ୟ ନିୟମିତ ଖାଇବା ଜରୁରୀ ହୋଇଥାଏ। ଏଣୁ ଆପଣଙ୍କ ଡାକ୍ତର ଓ ଡାଏଟିସିଆନ୍ଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ।
:max_bytes(150000):strip_icc()/how-to-stop-gestational-diabetes-from-becoming-type-2-diabetes-fe5482b97bc54558a3cb3f0499978e4d.jpg)
ALSO READ: https://purvapaksa.com/cauliflower-benefits/

