Ghee and black paper: ମସଲା ମଧ୍ୟରେ ଆପଣ ପ୍ରତ୍ୟେକ ଘରେ ସହଜରେ ଗୋଲମରିଚ ଏବଂ ଘିଅ ପାଇବେ ।
ଘିଅ ଏବଂ ଗୋଲମରିଚ ଉଭୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କିନ୍ତୁ ଆପଣ ଜାଣନ୍ତି କି ଘିଅ ଏବଂ ଗୋଲମରିଚ ମିଶ୍ରଣ ଖାଇଲେ ଏହାର ଲାଭ ଦ୍ୱିଗୁଣିତ ହୁଏ । ଗୋଲମରିଚ ଏବଂ ଘିଅ ଏକ ଚମତ୍କାର ଆୟୁର୍ବେଦିକ ଔଷଧ । ଏହି ମିଶ୍ରଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ପ୍ରତିଦିନ ଏହାକୁ ଖାଇବାର ଲାଭ କ’ଣ ଜାଣନ୍ତି?
ଘିଅ ଆୟୁର୍ବେଦରେ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏହା କେବଳ ଖାଦ୍ୟରେ ସ୍ୱଦକୁ ବଢ଼ାଇନଥାଏ ବରଂ ଅନେକ ସ୍ୱାସ୍ଥ୍ୟ ସମସ୍ୟାମୁ ମଧ୍ୟ ଦୂର କରିଥାଏ । ଏଥିରେ କାରେଟିନ୍, ଭିଟାମିନ୍ ଏ, ସି, ଫ୍ଲାଭୋନାଏଡ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ମିଳିଥାଏ ।
ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାରେ ପ୍ରଭାବଶାଳୀ ହୋଇଥାଏ । ଏହା ସହିତ ଯଦି ଆମେ ଘିଅ ଏବଂ ଗୋଲମରିଚକୁ ଏକାଠି ଖାଇବା ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଭଲ ହୋଇପାରିବ । ଅନେକ ବଡ ବଡ ରୋଗରୁ ମଧ୍ୟ ମୁକ୍ତ କରିବ । ଆସନ୍ତୁ ଜାଣିବା ଘିଅଏବଂ ଗୋଲମରିଚ ଖାଇବା ଫଳରେ ଆପଣଙ୍କ ଶରୀରରେ କେଉଁ ପ୍ରକାର ଫାଇଦା ମିଳିବ ।
ଆଖି ପାଇଁ ଲାଭଦାୟକ ହେବ :
ଘିଅରେ ଭିଟାମିନ୍ A, D, E ଏବଂ K ଭରପୂର ମାତ୍ରାରେ ମଳିଥାଏ । ଯାହା ଆଖି ପାଇଁ ବହୁତ ଲାଭଦାୟକ ହେଇଥାଏ । ଦୃଷ୍ଟି ଶକ୍ତିକୁ ବଢ଼ାଇବା ପାଇଁ ପ୍ରତିଦିନ ୧ ଚାମଚ ଘିଅ ସହିତ ୧ ଚାମଚ ଗୋଲମରିଚ ଖାଇବା ନିହାତି ଆବଶ୍ୟକ । ଏହା ଆଖିର ପାୱାର ବଢ଼ାଇବା ସହ ଫେସରେ ପିମ୍ପଲକୁ ମଧ୍ୟ କରିଥାଏ । ଯାହା ଫଳରେ ଆପଣଙ୍କ ଫେସରେ ମଧ୍ୟ ଚମକ ସୃଷ୍ଟି କରିବ ।
ଥଣ୍ଡା ଏବଂ କାଶରୁ ମୁକ୍ତି :
ଆପଣମାନେ ତ ଜାଣିଥିବେ ଘିଅ ଶରୀର ପାଇଁ ତେନେ ଲାଭ ଦାୟକ ହୋଇଥାଏ । ସାଧାରଣତଃ ଯେତେବେଳେ ଥଣ୍ଡା ହୋଇଥାଏ ମା’ ମାନେ ଘିଅ ଖାଇବାକୁ ଦେଇଥାନ୍ତି । ଏହାସହ ପାଟିରେ ଘାଆ ହେଲେ ମଧ୍ୟ ଘିଅକୁ ଗରମ କରି ପାଟିରେ ଲଗାଇଥାନ୍ତି । ଯାହା ଫଳରେ କିଛି ଦିନ ମଧ୍ୟରେ ତାହା ଛାଡିବାକୁ ଲାଗେ । ଆପଣଙ୍କୁ ଯଦି ସବୁ ସମୟରେ ଥଣ୍ଡା, କାଶ ହେଉଛି ତେବେ ଆପଣ ଘିଅ ଏବଂ ଗୋଲମରିଚ ପାଉଡର ଖାଆନ୍ତୁ ଦେଖିବେ ଆପଣଙ୍କର ସମସ୍ୟା ଦୂର ହେବ ।
ହଜମ ପ୍ରକ୍ରିୟାରେ ଉନ୍ନତି :
ଗୋଲମରିଚ ଏବଂ ଘିଅ ମିଶ୍ରଣ ମଧ୍ୟ ଆପଣଙ୍କଂ ହଜମକୁ ଉନ୍ନତ କରିଥାଏ । ଏହା ଖାଦ୍ୟ ଶୀଘ୍ର ହଜମ କରିବାରେ ସାଯାଯ୍ୟ କରିଥାଏ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମଧ୍ୟ ଦେଇଥାଏ ।
ALSO READ: https://purvapaksa.com/benefits-of-raw-garlic/