ORSAC : କଟକ ଜିଲ୍ଲାର ୧୫ଟି ତହସିଲ ଅଧୀନରେ ଥିବା ୧୮୫୦ଟି ରାଜସ୍ୱ ଗ୍ରାମରେ ଥିବା ପ୍ଲଟଗୁଡ଼ିକର ଭୌତିକ ଯାଞ୍ଚ ପାଇଁ ୩୯୩ ଜଣ ସର୍ବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୨୧୩ଟି ପ୍ରାଥମିକ କୃଷି ସମବାୟ ସମିତିରେ ପ୍ରାୟ ୬୬ ହଜାର ଚାଷୀ ଅନଲାଇନରେ ନାମ ପଞ୍ଜୀକରଣ କରିଛନ୍ତି।
ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଓଆର୍ଏସ୍ଏସି)ଦ୍ୱାରା କରାଯାଇଥିବା ସାଟେଲାଇଟ୍ ସର୍ଭେରୁ କଟକ ଜିଲ୍ଲାରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ୧,୪୪,୭୩୪ ସନ୍ଦେହଜନକ ପ୍ଲଟ୍ ଠାବ କରାଯାଇଛି। ଏଭଳି ପ୍ଲଟ୍ ଠାବ ହେବା ପରେ ସମବାୟ ବିଭାଗ ପକ୍ଷରୁ ଏହାର ଫିଜିକାଲ ଭେରିଫିକେସନ୍ ପାଇଁ ପଦକ୍ଷେପ ନିଆଯାଇଛି।
ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯଦି କଟକ ଜିଲ୍ଲାରେ ଏତେ ସଂଖ୍ୟକ ସନ୍ଦେହଜନକ ପ୍ଲଟ୍ ଠାବ କରାଯାଇଛି ତେବେ ସାରା ରାଜ୍ୟରେ କେତେ ଏଭଳି ସନ୍ଦେହଜନକ ପ୍ଲଟ ରହିଛି ତାହା ସରକାର ସ୍ପଷ୍ଟ କରିବା ଦରକାର।
କିଛିଦିନ ତଳେ ଓଆରଏସଏସି ପକ୍ଷରୁ କରାଯାଇଥିବା ସାଟେଲାଇଟ୍ ସର୍ଭେ ରିପୋର୍ଟ ମିଳିଛି। ଏଥିରେ ୧,୪୪,୭୩୪ଟି ସନ୍ଦେହଜନକ ପ୍ଲଟ୍ ଠାବ କରାଯାଇଛି। ତେବେ ଏହାର ସତ୍ୟାସତ୍ୟ ଯାଞ୍ଚ କରାନଗଲେ ତାହା ନକଲି ବୋଲି କୁହାଯାଇପାରିବ ନାହିଁ ବୋଲି କଟକ ଡେପୁଟି ରେଜିଷ୍ଟ୍ରାର ସୁପ୍ରିୟା ସ୍ୱାଇଁ କହିଛନ୍ତି।
କଟକ ଜିଲ୍ଲାର ୧୫ଟି ତହସିଲ ଅଧୀନରେ ଥିବା ୧୮୫୦ଟି ରାଜସ୍ୱ ଗ୍ରାମରେ ଥିବା ପ୍ଲଟଗୁଡ଼ିକର ଭୌତିକ ଯାଞ୍ଚ ପାଇଁ ୩୯୩ ଜଣ ସର୍ବେକ୍ଷକଙ୍କୁ ନିୟୋଜିତ କରାଯାଇଛି। କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇସାରିଛି ବୋଲି ସ୍ୱାଇଁ କହିଛନ୍ତି। ଯଦି କିଛି ପ୍ଲଟ୍ ଧାନ ଚାଷ ସହିତ ଅସଲି ପ୍ରମାଣିତ ହୁଏ, ତେବେ ସାଟେଲାଇଟ୍ ସର୍ଭେରେ କିଛି ବୈଷୟିକ ତ୍ରୁଟି ହୋଇପାରେ।
ତେବେ ନକଲି ପ୍ଲଟ ଦେଖାଇ ନାମ ପଞ୍ଜୀକରଣ କରିଥିବା ଚାଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଖରିଫ ଧାନ ବିକ୍ରି ପାଇଁ ଜିଲ୍ଲାର ୧୪ଟି ବ୍ଲକରେ କାର୍ଯ୍ୟରତ ୨୧୩ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ରେ ପ୍ରାୟ ୬୬ ହଜାର ଚାଷୀ ଅନଲାଇନରେ ନାମ ପଞ୍ଜୀକରଣ କରିଥିଲେ।
ଚାଷୀମାନେ ଧାନ ଚାଷ କରିଥିବା ନିଜ ନିଜ ଚାଷ ଜମିର ପ୍ଲଟ ନମ୍ବର ଥିବା ରେକର୍ଡ ଅଫ୍ ରାଇଟ (ଆରଓଆର) ଦାଖଲ କରିଥିଲେ। ଏମଏସପିରେ ଧାନ ବିକ୍ରି ପାଇଁ ସରକାରଙ୍କଠାରୁ ଟୋକନ୍ ପାଇବା ଉଦ୍ଦେଶ୍ୟରେ ଅନେକ ଚାଷୀ ପଡ଼ିଆ ଜମି, ଜଳାଶୟ, ବଗିଚା ସମେତ ଏକାଧିକ ପ୍ଲଟ୍ ଦେଖାଇଥିବା କୁହାଯାଉଛି।
ଏକ ଦେଶ ଏକ ନିର୍ବାଚନ କମିଟି: ଭର୍ତ୍ତୃହରି ଅଧ୍ୟକ୍ଷ, ୩୯ ସଦସ୍ୟ, ଓଡ଼ିଶାରୁ ୩
