Bhartuhari Mahatab :ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଭାବରେ ବିଜେପିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଘୋଷଣା ହୋଇଛି। ସମ୍ବିଧାନର ୧୨୯ତମ ସଂଶୋଧନ ଲାଗି ଏହି କମିଟି ଉଦ୍ଦିଷ୍ଟ ହେବ।
ଆଜି ସଂସଦର ଶୀତକାଳୀନ ଅଧିବେଶର ଶେଷ ଦିନ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିପାରନ୍ତି। ହେଲେ ଏହା ପୂର୍ବରୁ ବକେୟା ରହିଥିବା କାର୍ଯ୍ୟକ୍ରମ ଅନୁସାରେ ଘୋଷଣା ହୋଇଛି ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି। କମିଟିର ଅଧ୍ୟକ୍ଷ ଭାବରେ ବିଜେପିର କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଘୋଷଣା ହୋଇଛି। ସମ୍ବିଧାନର ୧୨୯ତମ ସଂଶୋଧନ ଲାଗି ଏହି କମିଟି ଉଦ୍ଦିଷ୍ଟ ହେବ।
ଲୋକସଭାର ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ ଏହି କମିଟିରେ ରହିବେ ୩୯ ଜଣ ସଦସ୍ୟ। ୨୭ ଜଣ ଲୋକସଭାର ସଦସ୍ୟ ହୋଇଥିବାବେଳେ ୧୨ ଜଣ ରାଜ୍ୟସଭାରୁ ମନୋନୀତ ହେବେ। ଏଥିନେଇ ଏକ ପ୍ରସ୍ତାବ ଆଜି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ୱାଲ୍ ଲୋକସଭାରେ ଆଗତ କରିଛନ୍ତି।
ଏହି କମିଟିରେ ଓଡ଼ିଶାରୁ ୪ ଜଣ ସାଂସଦଙ୍କ ନାଁ ରହିଛି। ଏହି ତିନିଜଣ ହେଲେ ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା ଏବଂ ସମ୍ବିତ ପାତ୍ର। ପୂର୍ବ ସୂଚନାରେ ବୈଜୟନ୍ତ ପଣ୍ଡାଙ୍କ ନାଁ ଏହି କମିଟିରେ ନ ଥିଲା। ରାଜ୍ୟସମାରୁ ବିଜେଡି ସଦସ୍ୟ ମାନସ ମଙ୍ଗରାଜ ଅଛନ୍ତି।
କମିଟିର ଅଧ୍ୟକ୍ଷ ହେବେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଲୋକସଭା ସଦସ୍ୟମାନଙ୍କ ଭିତରେ ରହିଛନ୍ତି :
➤ପିପି ଚୌଧୁରୀ (ବିଜେପି)
➤ ଡ. ସିଏମ୍ ରମେଶ (ବିଜେପି)
➤ବାଂସୁରୀ ସ୍ୱରାଜ (ବିଜେପି)
➤ପୁରୁଷୋତ୍ତମ ଭାଇ ରୂପାଲା (ବିଜେପି)
➤ଅନୁରାଗ ସିଂହ ଠାକୁର (ବିଜେପି)
➤ବିଷ୍ଣୁ ଦୟାଲ ରାମ (ବିଜେପି)
➤ଡ. ସମ୍ବିତ ପାତ୍ର (ବିଜେପି)
➤ଅନୀଲ ବାଲୁଣୀ (ବିଜେପି) ବିଷ୍ଣୁ ଦତ୍ତ ଶର୍ମା (ବିଜେପି)
➤ବୈଜୟନ୍ତ ପଣ୍ଡା (ବିଜେପି)
➤ସଞ୍ଜୟ ଜୟସ୍ୱାଲ (ବିଜେପି)
➤ପ୍ରିୟଙ୍କା ଗାନ୍ଧୀ ଭଦ୍ରା (କଂଗ୍ରେସ)
➤ମନୀଷ ତିୱାରୀ (କଂଗ୍ରେସ)
➤ ସୁଖଦେବ ଭଗତ (କଂଗ୍ରେସ)
➤ ଧର୍ମେନ୍ଦ୍ର ଯାଦବ (ସମାଜବାଦୀ ପାର୍ଟି)
➤ ଛୋଟେ ଲାଲ (ସମାଜବାଦୀ ପାର୍ଟି)
➤କଲ୍ୟାଣ ବାନାର୍ଜୀ (ଟିଏମସି)
➤ସେଲଭା ଗଣପତି (ଡିଏମକେ)
➤ଜି.ଏମ୍. ହରିଶ ବାଲଯୋଗୀ (ଟିଡିପି)
➤ଅନୀଲ ଯଶବନ୍ତ ଦେଶାଇ (ଉଦ୍ଧବ ଶିବସେନା)
➤ସୁପ୍ରିୟା ସୁଲେ (ଏନସିପି ଶରଦ ଗୋଷ୍ଠୀ)
➤ଡ. ଶ୍ରୀକାନ୍ତ ଏକନାଥ ସିନ୍ଦେ (ଶିବସେନା ସିନ୍ଦେ ଗୋଷ୍ଠୀ)
➤ଶମ୍ଭବୀ (ଏଲଜେପି, ରାମବିଳାସ)
➤ରାଧାକ୍ରିଷ୍ଣନ (ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି)
➤ଚନ୍ଦନ ଚୌହାନ (ରାଷ୍ଟ୍ରୀୟ ଲୋକଦଳ)
➤ବାଲାଶୌରୀ ବଲ୍ଲଭନେନି (ଜନସେନା ପାର୍ଟି)
ରାଜ୍ୟସଭା ସଦସ୍ୟମାନଙ୍କ ଭିତରେ ରହିଛନ୍ତି :
➤ଘନଶ୍ୟାମ ତିୱାରୀ (ବିଜେପି)
➤ଭୁବନେଶ୍ଵର କଳିତା (ବିଜେପି)
➤ଲକ୍ଷ୍ମଣ (ବିଜେପି)
➤କବିତା ପଟିଦାର (ବିଜେପି)
➤ସଞ୍ଜୟ କୁମାର ଝା (ଜେଡିୟୁ))
➤ରଣଦୀପ ସିଂହ ସୁରଜେୱାଲା (କଂଗ୍ରେସ)
➤ମୁକୁଲ ବାସନିକ (କଂଗ୍ରେସ)
➤ସାକେତ ଗୋଖଲେ (ଟିଏମସି)
➤ପି. ୱିଲସନ (ଡିଏମକେ)
➤ସଞ୍ଜୟ ସିଂହ (ଆପ୍)
➤ମାନସ ରଞ୍ଜନ ମଙ୍ଗରାଜ (ବିଜେଡି)
➤ଭି. ବିଜୟ ସାଇ ରେଡ୍ଡୀ (ୱାଇଏସଆରସିପି)
ଏହି କମିଟି ଆସନ୍ତା ଅଧିବେଶନର ଶେଷ ସପ୍ତାହରେ ନିଜର ରିପୋର୍ଟ ଉପସ୍ଥାପନ କରିବ। ଆଜି ଏ ସମ୍ପର୍କିତ ଘୋଷଣା ପରେ ରାଜ୍ୟସଭାକୁ ଲୋକସଭା ପକ୍ଷରୁ ନାମ ଘୋଷଣା ଲାଗି ପ୍ରସ୍ତାବ ପଠାଯିବ।
ମଙ୍ଗଳବାର ଦିନ ଲୋକସଭାରେ ଆଇନ ମନ୍ତ୍ରୀ ଏକ ଦେଶ ଏକ ନିର୍ବାଚନ ବିଧେୟକକୁ ଲୋକସଭାରେ ଆଗତ କରିବା ପାଇଁ ବାଚସ୍ପତିଙ୍କ ଅନୁମତି ମାଗିଥିଲେ। ଏହାପରେ ଦେଢ଼ ଘଣ୍ଟା ଧରି ଆଲୋଚନା ହୋଇଥିଲେ। ଆଲୋଚନା ପରେ ବିରୋଧୀ ଦଳର ସାଂସଦମାନେ ଏହି ବିଧେୟକକୁ ସମ୍ବିଧାନ ବିରୋଧୀ କହିବା ସହ ଏହାକୁ ଫେରାଇ ନେବାକୁ ଦାବି କରିଥିଲେ। ଏହାପରେ ଗୃହରେ ବିଭାଜନ ଭୋଟ ହୋଇଥିଲା। ଏଥିରେ ଶାସକ ଦଳ ୨୬୯ ଭୋଟରେ ବିଜୟ ହୋଇଥିଲା। ଅର୍ଥାତ୍ ବିଧେୟକକୁ ଉପସ୍ଥାପନ କରିବା ପାଇଁ ଲୋକସଭାରେ ଅନୁମତି ମିଳିଛି। ତେବେ ଗତ ଦୁଇଦିନ ସଂସଦରେ ହଙ୍ଗାମା କାରଣରୁ ଗୃହ ମୁଲତବୀ ରହୁଛି। ଏଣୁ ସଂସଦର କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ।
Also readhttps://purvapaksa.com/strict-laws-for-womens-welfare-not-to-threaten-extort-husbands-supreme-court/
ମହିଳାଙ୍କ କଲ୍ୟାଣ ପାଇଁ କଠୋର ଆଇନ, ସ୍ୱାମୀଠାରୁ ଅର୍ଥ ଆଦାୟ ପାଇଁ ଧମକ ଦିଅନ୍ତୁ ନାହିଁ : ସୁପ୍ରିମକୋର୍ଟ
