Benefits of Carrot Juice For Eyes: ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ଗାଜର ରସ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ରସରେ ପ୍ରଚୁର ମାତ୍ରାରେ ବିଟା କ୍ୟାରୋଟିନ ରହିଥାଏ, ଯାହା ଶରୀରରେ ଭିଟାମିନ ଏ ମିଶିଥାଏ। ଏହା ଦ୍ୱାରା ଆଖି ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ।
ଗାଜର ସବୁଠାରୁ ପୁଷ୍ଟିକର ପନିପରିବା ବୋଲି ବିବେଚନା କରାଯାଏ । ଅନେକ ଲୋକ ପ୍ରତିଦିନ ଗାଜର ରସ ପିଇବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଗାଜର ଓ ଏହାର ରସ ଆଖି ପାଇଁ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ । ବିଶେଷଜ୍ଞଙ୍କ ମତରେ ଗାଜରରେ ପ୍ରଚୁର ମାତ୍ରାରେ ବିଟା କ୍ୟାରୋଟିନ ରହିଥାଏ, ଯାହା ଶରୀରରେ ଭିଟାମିନ ଏ ରେ ପରିଣତ ହୋଇଥାଏ। ନିୟମିତ ଗାଜର ରସ ପିଇବା ଦ୍ୱାରା ମୋତିଆବିନ୍ଦୁ ଓ ବୟସ ଜନିତ ଦୃଷ୍ଟିଶକ୍ତି ହ୍ରାସ ଭଳି ସମସ୍ୟାରୁ ରକ୍ଷା ମିଳିଥାଏ। ଗାଜର ରସ ଆଖିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିବା ସହ ଦୃଷ୍ଟିଶକ୍ତିରେ ଉନ୍ନତି ଆଣିଥାଏ।
ହେଲଥଲାଇନର ରିପୋର୍ଟ ଅନୁଯାୟୀ ଗାଜର ରସରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ ଏବଂ ଏହା ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ପ୍ରାୟ ୧ କପ୍ ଗାଜର ରସରେ ଆମର ଦୈନନ୍ଦିନ ଆବଶ୍ୟକତା ଠାରୁ ଦୁଇଗୁଣ ଅଧିକ ଭିଟାମିନ ଏ ଥାଏ । ଏହି ଭିଟାମିନ ବିଟା-କ୍ୟାରୋଟିନ ଭଳି ପ୍ରୋଭିଟାମିନ ଏ କ୍ୟାରୋଟିନୋଇଡ ଆକାରରେ ମିଳିଥାଏ । ଆଖିର ସ୍ୱାସ୍ଥ୍ୟ ପାଇଁ ଭିଟାମିନ ଏ ଅତ୍ୟନ୍ତ ଜରୁରୀ, କାରଣ ଏହା ରେଟିନାର କାର୍ଯ୍ୟ ପାଇଁ ଜରୁରୀ ଅଟେ । ଭିଟାମିନ ଏ ଦୃଷ୍ଟି ସମସ୍ୟାରୁ ରକ୍ଷା କରିଥାଏ। ଅନେକ ଗବେଷଣାରୁ ଜଣାପଡିଛି ଯେ ଭିଟାମିନ ଏ ରେ ଭରପୂର ଗାଜର ଅନ୍ଧତ୍ୱ ଏବଂ ବୟସ ଜନିତ ଚକ୍ଷୁ ରୋଗର ଆଶଙ୍କାକୁ କମ୍ କରିଥାଏ ।
ଗାଜର ରସ ମଧ୍ୟ ଲୁଟିନ୍ ନାମକ ଶକ୍ତିଶାଳୀ କ୍ୟାରୋଟିନୋଇଡ୍ର ଏକ ଉତ୍ତମ ଉତ୍ସ, ଯାହା ଆଖିରେ ଜମା ହୋଇ କ୍ଷତିକାରକ ଆଲୋକରୁ ରକ୍ଷା କରିଥାଏ । ଏହି କ୍ୟାରୋଟିନୋଇଡରେ ଭରପୂର ଗାଜର ଖାଇଲେ ବୟସ ଜନିତ ମ୍ୟାକୁଲାର ଡିଜେନେରେସନ (ଏଏମଡି) ହେବାର ଆଶଙ୍କା କମ୍ ହୋଇଥାଏ । ନିୟମିତ ଗାଜର ରସ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ଭିଟାମିନ ଏ ଅଭାବରୁ ଦୃଷ୍ଟି ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ ଏବଂ ରାତିଅନ୍ଧତା ହୋଇପାରେ । ଗାଜରରେ ଥିବା ବିଟା-କ୍ୟାରୋଟିନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଆଖିର କୋଷଗୁଡ଼ିକୁ ପୋଷଣ ପ୍ରଦାନ କରିବା ସହ ଦୃଷ୍ଟିଶକ୍ତିରେ ଉନ୍ନତି ଆଣିଥାଏ।
ଆଖି ଫୁଲିବା ଓ ଜଳାପୋଡ଼ା ସମସ୍ୟା ଅନେକ ସମୟରେ ବ୍ୟାକ୍ଟେରିଆ, ଆଲର୍ଜି କିମ୍ବା ପ୍ରଦୂଷଣ କାରଣରୁ ହୋଇଥାଏ। ଗାଜର ରସ ଏଭଳି ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଆଖିର ଫୁଲାକୁ କମ କରିଥାଏ । ଗାଜର ରସ ଆଖିର ଲାଲିପଣ ଓ ଜଳାପୋଡ଼ାକୁ ମଧ୍ୟ କମ କରିଥାଏ। ଏହା ଆଖିକୁ ସତେଜତା ଓ ଆରାମ ଦେଇଥାଏ, ଯାହାକି ଥକାପଣ ପରେ ବି ଆଖିକୁ ଆରାମ ଦେଇଥାଏ। ଗାଜର ରସ ମଧ୍ୟ ଆଖି ପାଇଁ ଡିଟକ୍ସିଫାଇଂ ଏଜେଣ୍ଟ ଅଟେ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।
Also read https://purvapaksa.com/benifits-of-hot-water/