8Th Pay Comission: ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର)କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମୌଳିକ ଦରମା/ପେନସନରେ ମିଶ୍ରଣ କରିବାର କୌଣସି ଯୋଜନା ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସରକାର ଏହି ସୂଚନା ଦେଇଛନ୍ତି।
୫୦% ଡିଏକୁ ମୌଳିକ ଦରମାରେ ମିଶ୍ରଣ କରିବାକୁ କିଛି କର୍ମଚାରୀ ସଂଗଠନ ଦାବି କରୁଥିଲେ। ତେବେ ଷଷ୍ଠ ବେତନ କମିଶନ ଡିଏକୁ ମୂଳ ଦରମାରେ ମିଶ୍ରଣ ନ କରିବାକୁ ସୁପାରିସ କରିଥିଲେ। ଏହି ସୁପାରିସକୁ ସରକାର ଗ୍ରହଣ କରିଥିଲେ।
ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର କହିଛନ୍ତି ଯେ ଏଭଳି କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। ସରକାର ପ୍ରତି ୬ ମାସରେ ଡିଏ/ଡିଆର ଦର ସଂଶୋଧନ କରନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର କହିଥିଲେ ଯେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ (ସିପିସି) ଦ୍ୱାରା ୩୬ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ। ଅଷ୍ଟମ ସିପିସି ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ରିପୋର୍ଟ କେବେ ସରକାରଙ୍କୁ ପ୍ରଦାନ କରାଯିବ ତାହା ଠିକ୍ ସମୟରେ ସ୍ଥିର ହେବ।
କର୍ମଚାରୀ ସଂଗଠନ ଗୁଡ଼ିକ ଦାବି ଉଠାଇଥିଲେ
କିଛି କର୍ମଚାରୀ ସଂଗଠନ ଡିଏକୁ ମୂଳ ଦରମା ସହ ମିଶ୍ରଣ କରିବାକୁ ଦାବି କରୁଛନ୍ତି। ସେମାନେ ଦାବି କରିଛନ୍ତି ଯେ ଡିଏ ୫୦% ଅତିକ୍ରମ କରିଛି। ଏ ନେଇ ଜାତୀୟ ଯୁଗ୍ମ ପରାମର୍ଶଦାତା ପରିଷଦ (ଏନସି-ଜେସିଏମ୍) ମଧ୍ୟ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସହ ବୈଠକ କରିଛି। ଏହି ବୈଠକରେ ଏନସି-ଜେସିଏମ ଡିଓପିଟି ସଚିବ ରଚନା ଶାହଙ୍କୁ ଜଣାଇଥିଲେ ଯେ ଡିଏ ୫୦% ଅତିକ୍ରମ କରିଛି। ଏଭଳି ପରିସ୍ଥିତିରେ ଏହାକୁ ମୂଳ ଦରମା ସହ ମିଶ୍ରଣ କରାଯିବା ଉଚିତ।
ତେବେ ସରକାର ଏବେ ଏହି ଦାବିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ସରକାରଙ୍କ ପାଖରେ ଏଭଳି କୌଣସି ପ୍ରସ୍ତାବ ନାହିଁ। ସେ ଉଲ୍ଲେଖ କରିଛନ୍ତି ଯେ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ଡିଏ / ଡିଆର ଦିଆଯାଏ ଯାହା ଦ୍ୱାରା ମୁଦ୍ରାସ୍ଫୀତି ସେମାନଙ୍କ ଦରମା / ପେନସନକୁ ପ୍ରଭାବିତ ନ କରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ପ୍ରତି ୬ ମାସରେ ଡିଏ/ଡିଆର ଦର ରେ ପରିବର୍ତ୍ତନ କରନ୍ତି ।
କର୍ମଚାରୀ ସଂଗଠନଗୁଡିକ କହୁଛନ୍ତି ଯେ ଡିଏକୁ ମୂଳ ଦରମା ସହିତ ମିଶ୍ରଣ କରିବା ଜରୁରୀ ଅଟେ । ଏହା ଦ୍ୱାରା କର୍ମଚାରୀଙ୍କୁ ଆର୍ଥିକ ସୁରକ୍ଷା ମିଳିବ। ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଡିଏକୁ ମୂଳ ଦରମା ସହ ମିଶ୍ରଣ କରିବା କର୍ମଚାରୀଙ୍କ ସ୍ୱାର୍ଥରେ ହେବ।
ALSO READ: https://purvapaksa.com/how-many-soldiers-did-india-receive-and-how-many-went-to-pakistan/
ସ୍ୱାଧୀନତା ସମୟରେ ସେନା କିପରି ବିଭାଜିତ ହୋଇଥିଲା? ଭାରତକୁ କେତେ ସୈନିକ ମିଳିଲା, ଆଉ କେତେ ପାକିସ୍ତାନକୁ ମିଳିଲା ?