ନୂଆପଡ଼ାରେ ଏବେ ନିର୍ବାଚନ ତାତି, ହେଲେ ନୂଆପଡ଼ାବାସୀଙ୍କ ମନ କିଏ ଜିତିବ ? କିଏ ଆପଣାର କରିପାରିବ ? କିଏ ସାଜିବ ନୂଆପଡ଼ା ବିକାଶର ସାରଥି ? ଆସନ୍ତୁ ଏହାର ଉତ୍ତର ଖୋଜିବା…
ଓଡ଼ିଶାରେ କଂଗ୍ରେସ ଶାସନ କଲା ପ୍ରାୟ ୫୦ ବର୍ଷ ଓ ଦୀର୍ଘ ୨୪ ବର୍ଷର ବିଜେଡି ଶାସନ ପରେ ରାଜ୍ୟରେ ବଦଳିଲା ସରକାର । ପୂର୍ବ ସରକାର ମାନଙ୍କରେ ଯେଉଁଠି କୋଣ ଅନୁକୋଣରେ ସରକାରୀ ବ୍ୟବସ୍ଥା ପହଞ୍ଚିପାରୁନଥିଲା ଓ ବିକାଶ କେବଳ କାଗଜରେ ସୀମିତ ରହିଯାଇଥିଲା ସେଇଠି ନୂଆ ସରକାର ବିକାଶର ଧାରାକୁ ନୂଆପଡ଼ାର ପ୍ରତେକ କୋଣରେ ପହଞ୍ଚାଇବାକୁ ଚେଷ୍ଟାରତ । ଯେଉଁଠି ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କଷ୍ଟସାଧ୍ୟ ଥିଲା, ଏବେ ମୁଖ୍ୟମନ୍ତ୍ରୀ ନିଜେ ଜନତାଙ୍କ ସହ ବସି ତାଙ୍କ ସମସ୍ୟାର ସମାଧାନ କରୁଛନ୍ତି । ଓଡ଼ିଶାର ଯେଉଁ ଅପହଞ୍ଚ ଇଲାକାକୁ ପୁର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପହଁଚିନଥିଲେ, ଆଜି ସେଇଠି ପହଁଚିଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ପହଁଚି ଲୋକଙ୍କ ଦାବି ଶୁଣୁଛନ୍ତି, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାର କରୁଛନ୍ତି ।

ଜନଜାତି ବହୁଳ ନୂଆପଡ଼ା ମଧ୍ୟ ପୂର୍ବ ସରକାର ମାନଙ୍କରେ ବିକାଶ ଠାରୁ ବହୁତ ଦୂରରେ ଥିଲା । କିନ୍ତୁ ଏବେ ବଦଳୁଛି ଚିତ୍ର । ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୧୪୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଲେଣି । ବର୍ତ୍ତମାନ ସରକାରରେ ପି.ଏମ.କିଶାନ ଓ ସି.ଏମ. କିଶାନ ସମ୍ମାନ ନିଧି ଯୋଜନାରେ ନୂଆପଡ଼ାର ୧.୪ ଲକ୍ଷ କୃଷକଙ୍କୁ ମିଳିଛି ଲାଭ । ଧାନର ଏମଏସପି ₹୩,୧୬୯ କୁ ବୃଦ୍ଧି କରାଯାଇଛି । ସୁଭଦ୍ରା ଯୋଜନାରେ ୧.୫୫ ଲକ୍ଷ ମହିଳା ହୋଇଛନ୍ତି ସ୍ୱାବଲମ୍ବୀ । ଲୋକଙ୍କ ସରକାରରେ ନୂଆପଡ଼ା ହୋଇଛି ଓଡ଼ିଶାର ପ୍ରଥମ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା; ତା ସହିତ ଖରିଆର ରୋଡକୁ ମ୍ୟୁନିସିପାଲିଟି, ସିନାପାଲି ଓ କୋମନାକୁ ଏନଏସି ଘୋଷଣା କରି ଜିଲ୍ଲାର ଉନ୍ନତିକୁ ନୂତନ ଗତି ଦେଇଛନ୍ତି । ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨,୫୪୮ରୁ ଅଧିକ ପରିବାରକୁ ପକ୍କା ଘର ଯୋଗାଇ ଦେଇଛନ୍ତି, ଏବଂ ତା ସହ ଅଞ୍ଚଳରେ ଜଳସେଚନର ବିକାଶ ପାଇଁ ₹୮୦୨ କୋଟିର ପ୍ରକଳ୍ପ ଅନୁମୋଦିତ କରିଛନ୍ତି । କେନ୍ଦୁପତ୍ରରେ ଜିଏସଟି ୧୮% ରୁ ୫% କୁ କମାଇ କେନ୍ଦୁପତ୍ର ତୋଳାଳୀଙ୍କୁ ଲାଭ ପ୍ରଦାନ କରିଛନ୍ତି । ଦୁଇଟି ରେଳ ପ୍ରକଳ୍ପ ଅନୁମୋଦନ କରି ଜିଲ୍ଲାର ଗମନାଗମନକୁ ମଧ୍ୟ ସୁଗମ କରିଛନ୍ତି । ଜଳ ଜୀବନ ମିଶନ ମାଧ୍ୟମରେ ୧.୧ ଲକ୍ଷ ଘରକୁ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ସହ ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ।

ସେଥିପାଇଁ ବିଜେପି ସରକାର ଏବେ ଲୋକଙ୍କ ମନ ଜିତିବାରେ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ବିକାଶର ନୂତନ ଧାରାରେ ସାମିଲ ହେଉଛି ଗାଁ ଠାରୁ ସହର । ପାଣି, ବିଦ୍ୟୁତ, ରାସ୍ତା ଓ ସ୍ୱାସ୍ଥ୍ୟ ସେବା ସୁବିଧା ନେଇ ଜନସାଧାରଣ ମଧ୍ୟରେ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି । ସରକାରୀ ଯୋଜନା ଗୁଡ଼ିକ ଅପହଞ୍ଚ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚି ପାରିଥିବାରୁ ଗରିବ ଓ ମଧ୍ୟମ ବର୍ଗ ପରିବାର ଲାଭାନ୍ବିତ ହେଉଛନ୍ତି । ବିଶେଷତଃ ଗାଁର ଯୁବବର୍ଗ ଓ ମହିଳାମାନେ ସରକାରୀ ସହାୟତା ପାଇ ସଶକ୍ତ ଓ ସ୍ୱାଧୀନ ହେଉଛନ୍ତି ।
ଆଧୁନିକ ଓଡ଼ିଶାର ବିକାଶ ଯାତ୍ରାରେ ନୂଆପଡ଼ା ଜିଲ୍ଲାକୁ ଏକ ଉଦାହରଣ ରୂପେ ଗଢ଼ିତୋଳିବାକୁ ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଛନ୍ତି । ଗତ କିଛି ବର୍ଷ ପୂର୍ବରୁ ଯେଉଁଠି ସଡ଼କ, ପାଣି, ବିଦ୍ୟୁତ, ଶିକ୍ଷା ଓ ସ୍ୱାସ୍ଥ୍ୟାସେବା ଅଭାବ ହେଉଥିଲା, ଏବେ ସେଠାରେ ନିୟମିତ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି । ପୂର୍ବରୁ ଯେଉଁଠି ସାଧାରଣ ଚିକିତ୍ସା ପାଇଁ ଲୋକଙ୍କୁ ଦୂର ସହର ଯିବାକୁ ପଡ଼ୁଥିଲା, ସେଠି ଏବେ ଅନେକ ଗ୍ରାମ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମୋବାଇଲ ମେଡିକାଲ ଇଉନିଟ୍ ସ୍ଥାପିତ ହୋଇଛି । ଏହା ଫଳରେ ଗାଁ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ସହଜ ଓ ସମୟୋପଯୋଗୀ ହୋଇଛି ।
ନୂଆପଡ଼ାର ସ୍ଥାନୀୟ ଜନମତ ଅନୁସାରେ, ମୋହନ ସରକାରଙ୍କ ନେତୃତ୍ୱରେ ଯେପରି ଗତିଶୀଳ ପରିବର୍ତ୍ତନ ହେଉଛି, ତାହା ପୂର୍ବେ କେବେ ଦେଖିବାକୁ ମିଳିନଥିଲା । ଲୋକମାନେ ମନେ କରୁଛନ୍ତି ଯେ ସରକାର ଜନସାଧାରଣଙ୍କ ସହ ସଂଯୋଗ ରଖି ଯେପରି ନିଷ୍ଠାର ସହିତ କାମ କରୁଛି, ତାହା ନୂଆପଡ଼ାର ସର୍ବାଙ୍ଗୀନ ବିକାଶର ମୂଳ ଆଧାର ହେବ । ବିକାଶର ଏହି ଗତିଶୀଳ ନୀତି ଆଗାମୀ ଦିନରେ ନୂଆପଡ଼ାକୁ ଓଡ଼ିଶାର ଏକ ଆଦର୍ଶ ଜିଲ୍ଲା ଭାବେ ଗଢିତୋଳିବ ।
ତେବେ ଜନସାଧାରଣ ଦେଖିସାରିଛନ୍ତି କଂଗ୍ରେସର ୫୦ ବର୍ଷର ସରକାର ଓ ବିଜେଡିର ୨୪ ବର୍ଷର ସରକାର, ଆଉ ଏବେ ଦେଖୁଛନ୍ତି ବିଜେପିର ମାତ୍ର ୧୬ ମାସର ସରକାର ଓ ବିକାଶ ମୂଳକ କାମ । ତିନି ପ୍ରମୁଖ ଦଳର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପରେ ଲୋକେ କାହାକୁ ଗ୍ରହଣ କରିବେ, ତାହା ନିର୍ବାଚନି ଫଳାଫଳ ଆସିବା ପରେ ହିଁ ଜଣାପଡ଼ିବ ।
( ଦୀପକ ଖିଲାର , ସାମ୍ବାଦିକ )
also read https://purvapaksa.com/how-a-poster-revealed-plans-for-a-new-terror-module/


